ଜମିବାଡି ବିବାଦକୁ ନେଇ ପଣ୍ଡରେନ ଗାଁ ନାବାଳକଙ୍କୁ ହତ୍ୟା ଘଟଣା, ଜେଲ ଗଲା ହତ୍ୟାକାରୀ

Published By : Prameya-News7 Bureau | May 22, 2021 IST

କଣ୍ଟାବାଞ୍ଜି, ୨୨/୦୫ : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ପଣ୍ଡରେନ ଗାଁରେ ଜମିବାଡି ବିବାଦକୁ ନେଇ ଗତ ୨୦ ତାରିଖରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଗାଁରେ ଜିତେନ ପୋଡ ସେହି ଗାଁର ପରମେଶ୍ୱର ଗହିର ନାମକ ଜଣେ ୮ ବର୍ଷର ବାଳକକୁ ନିର୍ମମ ଭାବେ ଟାଙ୍ଗିଆରେ ଗୋଡାଇ ଗୋଡାଇ ହତ୍ୟା କରିଥିଲା । ଘଟଣା ସ୍ଥଳରେ ନାବାଳକଙ୍କ ମୃତ୍ୟୁ ହୋଇଥିଲା । ତେବେ ହତ୍ୟା କରି ଫେରାର ହେଉଥିବା ସମୟରେ ପୋଲିସ ହତ୍ୟାକରି ଜିତେନକୁ ଗିରଫ କରି ଥାନାରେ ରଖି ଅଧିକ ତଦନ୍ତ ଆରମ୍ଭ କରିଥିଲା ।

ଜମି ବାଡି ବିବାଦକୁ ନେଇ କିଏ କେବେ ଜଣେ ନିରିହ ନାବାଳକକୁ ହତ୍ୟା କରିବ, କିଏ କେବେ ଚିନ୍ତା ମଧ୍ୟ କରିନଥିଲେ । ତେବେ ପୋଲିସ ସମ୍ମୁଖରେ ହତ୍ୟାକରି ଜିତେନ ସବୁ କଥା କହିଥିବା ବେଳେ ସେ ହିଁ ନାବାଳକକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ଏହା ସହ ଯେଉଁ ଟାଙ୍ଗିଆରେ ହତ୍ୟା କରିଥିଲା ସେହି ଟାଙ୍ଗିଆକୁ ପୋଲିସ ଜବତ କରିଛି । ଆଜି ଜିତେନକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଂଜୁର ହେବା ଯୋଗୁ ବିଚାର ବିଭାଗିୟ ହାଜତକୁ ପଠାଇ ଦିଆଯାଇଛି ।

ସୂଚନା ଅନୁସାରେ, ଜିତେନ ମୃତ ନାବାଳକର ସମ୍ପର୍କୀୟ ବଡ ଭାଇ ଧନପତ ଗହିରଙ୍କୁ ଜମି ମାଗିଥିଲା । ତେବେ ବଡ ଭାଇ ଧନପତ ଜମି କାହିକିଁ ମାଗଣାରେ ଦେବି ବୋଲି ମନା କରିଦେଇଥିଲା। ତେବେ ୨୦ ତାରିଖ ଅର୍ଥାତ ଗୁରବାର ସକାଳ ସମୟରେ ଧନପତ ଏକ ବାଇକରେ ନିଜ ଚାଷ ଜମି ବୁଲିବାକୁ ଯାଇଥିବା ସମୟରେ ଜିତେନ ତାକୁ ମରଣାନ୍ତକ ଆକ୍ରମଣ କରିଥିଲା। ଲହୁଲୁହାଣ ହୋଇ ଜିତେନ ତଲେ ପଡିଯାଇଥିବା ବେଳେ ପୁର୍ବରୁ ସେହି ସ୍ଥାନରେ ୮ ବର୍ଷର ନାବାଳକ ପରମେଶ୍ୱର ଟୋଲ ( ଜଂଗଲଜାତ ଦ୍ରବ୍ୟ) ଗୋଟାଉଥିବା ବେଳେ ତାକୁ ରାଗରେ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରିଥିଲା।

ହତ୍ୟାକାଣ୍ଡ ଘଟାଇ ସେଠାରୁ ଜିତେନ ଧନପତଙ୍କ ବାଇକରେ ନିଜ ପରିବାରକୁ ଅନ୍ୟତ୍ର ନେଇ ଫେରାର ହେଉଥିବା ସମୟରେ ପୋଲିସ ତାକୁ କାବୁକରି ଗିରଫ କରିଥିଲା । ଘଟଣା ସ୍ଥଳରେ କଂଟାବାଞ୍ଜି ପୋଲିସ ଏସଡିପିଓ ସରୋଜ କୁମାର ମହାପାତ୍ର, ତୁରେକେଲା ଥାନା ଅଧିକାରି, ବଲାଙ୍ଗିରରୁ ସାଇଣ୍ଟିଫିକ ଦଳ ପହଂଚି ଅଧିକ ତଦନ୍ତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.