Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବିହାର ମୁଖ୍ୟମନ୍ତ୍ରୀ ନୀତିଶଙ୍କ ହେଲିକପ୍ଟର ଲ୍ୟାଣ୍ଡିଂରେ ଉଡ଼ିଗଲା ମଞ୍ଚ : ସଭାସ୍ଥଳରେ ଉତ୍ତେଜନା

15/10/2020 at 12:56 PM

ମୁଙ୍ଗେର ୧୫/୧୦: ମୁଙ୍ଗେର ଜିଲ୍ଲାରେ ଜେଡିୟୁ ଆଶାୟୀଙ୍କ ସମର୍ଥନରେ ଜନସଭା କରିବାକୁ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ସମୟରେ ହଠାତ୍ ହଇଚଇ ସୃଷ୍ଟି ହୋଇଥିଲା। ହେଲିକପ୍ଟର ଲ୍ୟାଣ୍ଡିଂ ସମୟରେ ପ୍ରବଳ ବେଗରେ ପବନ ବୋହିବାରୁ ସଭା ସ୍ଥଳରେ ହୋଇଥିବା ପେଣ୍ଡାଲ୍ ଉଡ଼ି ଯାଇଥିଲା। ସଭାସ୍ଥଳରେ ଥିବା ସୁରକ୍ଷାକର୍ମୀ ଏହି ସ୍ଥିତିରୁ ଅନେକ କଷ୍ଟରେ କାବୁ ପାଇଥିଲେ।

୨୦୨୦ ବିହାର ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିର୍ବାଚନୀ ସଭା ଆରମ୍ଭ ହୋଇ ସାରିଛି। ବୁଧବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଙ୍ଗେର ଜିଲ୍ଲାର ତାରାପୁର ବିଧାନସଭା ଆସନରୁ ଜେଡିୟୁ ଆଶାୟୀ ମେଓ୍ବାଲାଲ ଚୌଧୁରୀଙ୍କ ପକ୍ଷରେ ନିର୍ବାଚନୀ ଜନସଭା କରିବାକୁ ପହଞ୍ଚିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଧାର୍ଯ୍ୟ ସମୟରେ ସଭା ସ୍ଥଳ ଆରଏସକେ ଉଚ୍ଚ ବିଦ୍ୟାଳୟ ମୈଦାନରେ ପହଞ୍ଚିଥିଲା। ସଭାସ୍ଥଳର ନିକଟରେ ହୋଇଥିବା ଲ୍ୟାଣ୍ଡିଂ ସ୍ପଟରେ ଯେତେବେଳେ ହେଲିକପ୍ଟର ଓହ୍ଲାଉଥିଲା ସେତେବେଳେ ଏହାର ପଙ୍ଖାର ପବନରେ ସଭାସ୍ଥଳରେ ଲଗାଯାଇଥିବା ପେଣ୍ଡାଲ୍ ଉଡ଼ିଯାଇଥିଲା।

ପେଣ୍ଡାଲ୍ ପବନରେ ଉଡ଼ିବା ମାତ୍ରେ ସଭା ସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ପୋଲିସ୍ କର୍ମଚାରୀ ଯେକୌଣସି ମତେ ଏହି ପରିସ୍ଥିତିକୁ କାବୁ କରିଥିଲେ କିନ୍ତୁ ଉତ୍ତେଜନା ଅନେକ ସମୟ ପର୍ଯ୍ୟନ୍ତ ରହିଥିଲା।

ପେଣ୍ଡାଲକୁ ଠିକଭାବେ ନ ବନ୍ଧାଯାଇଥିବାରୁ ଜୋର ପବନ ଯୋଗୁଁ ପେଣ୍ଡାଲ୍ ଉଡ଼ି ଯାଇଥିଲା।

   Related Posts