ଭକ୍ତ ପ୍ରହ୍ଲାଦଙ୍କ ଗାଁରେ ଏପରି ପାଳିତ ହୁଏ ହୋଲିକା ଦହନ, ଜଳନ୍ତା ନିଆଁରେ ପସନ୍ତି ପୂଜକ

Published By : Prameya-News7 Bureau | March 06, 2020 IST

ପାଖେଇ ଆସୁଛି ହୋଲି।  ରଙ୍ଗର ଉତ୍ସବ ଲାଗି ରଙ୍ଗୀନ ହେବାରେ ଲାଗିଛି ଧରଣୀ। କୃଷ୍ଣଙ୍କ ମଥୁରା ଓ ବୃନ୍ଦାବନରେ ହୋଲି ଆରମ୍ଭ ହୋଇ ଗଲାଣି। ଲାଠମାର ହୋଲିରୁ ଆରମ୍ଭ ହୋଇଥିବା ଉତ୍ସବ ଲଡୁ ହୋଲିରେ ଉଦଯାପିତ ହେବ। ତେବେ ହୋଲିପୂର୍ବ ସନ୍ଧ୍ୟାର ହୋଲିକା ଦହନ ଉପରେଏବେ ସମସ୍ତଙ୍କ ନଜର। ମଥୁରାଓ ବୃନ୍ଦାବନ ନିକଟରେ ରହିଛି ଏକ ଛୋଟ ଗାଁ ଫଲେନ। ଏହି ଗାଁକୁ ଭକ୍ତ ପ୍ରହ୍ଲାଦଙ୍କ ଗାଁ କୁହାଯାଏ। ଏଠାରେ ହୋଲିକା ଦହନ ପର୍ବ ଖୁବ୍ ଧୁମ ଧାମରେ ପାଳିତ ହୁଏ।

{"id":234022,"sizeSlug":"large"}

ଏଠାରେ ହୋଲିକା ଦହନ ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳ ସାଙ୍ଗକୁ ଦେଶବିଦେଶରୁ ବି ଲୋକେ ଆସନ୍ତି। ଏଠାରେ ହୋଲିକା ଦହନ ବେଳେ ଅନୁଷ୍ଠିତ ହେଉଥିବା ସ୍ୱତନ୍ତ୍ର ଧାର୍ମିକ କାର୍ଯ୍ୟକ୍ରମ ସାରା ମାନବ ସମାଜକୁ ବର୍ଷ ବର୍ଷରୁ ଆକର୍ଷିତ କରିରଖିଛି ।  ଭକ୍ତ ପ୍ରହ୍ଲାଦଙ୍କୁ ତାଙ୍କ ପିତା ନିଆଁରେ ପୋଡିବା ଲାଗି ଆଦେଶ ଦେଇଥିଲେ। ପିଉସୀ ହୋଲିକା ପ୍ରହ୍ଲାଦଙ୍କୁ କୋଳରେ  ଧରିନିଆଁକୁ ପ୍ରବେଶ କରିଥିଲେ। ଭାବିଥିଲା  ଏଥର ପ୍ରହ୍ଲାଦର ନିସ୍ତାର ନାହିଁ। ହେଲେ ଫଳ ହୋଇଥିଲା ଓଲଟା ହୋଲିକା ନିଜେ ଜଳିଯାଇଥିଲା ଓ ପ୍ରହ୍ଲାଦ ଜୀବିତ ବାହାରିଆସିଥିଲେ ନିଆଁରୁ।

{"id":234023,"width":577,"height":406,"sizeSlug":"large"}

ଏହି ଧାର୍ମିକ ବିଶ୍ୱାସର ଆଜି ମଧ୍ୟ ଏଠାରେ ପ୍ରୟୋଗ ହେଉଛି। ଦହନ ବେଳେ ଗାଁର ପଣ୍ଡା ପରିବାରରୁ ଜଣେ ସଦସ୍ୟ ଜଳନ୍ତା ନିଆଁକୁ ପ୍ରବେଶ କରନ୍ତି। ଏହି ଚମତ୍କାର ଦେଖିବା ଲାଗି ସାରା ଦେଶରୁ ଛୁଟି ଆସନ୍ତିଶ୍ରଦ୍ଧାଳୁ।   ଚଳିତବର୍ଷ ଫେବୃଆରୀ ୧୦ ତାରିଖ ମଙ୍ଗଳବାର ସାରା ଦେଶରେ ହୋଲିଉତ୍ସବ ପାଳିତ ହେବ। ଏହା ପୂର୍ବ ସନ୍ଧ୍ୟା ଅର୍ଥାତ ସୋମବାର ସନ୍ଧ୍ୟାରେ ଫଲେନରେ ହୋଲିକା ଦହନ ହେବ।

{"id":234024,"sizeSlug":"large"}

ଏଥିଲାଗି ଜଳନ୍ତା ହୋଲିକାରେ ପ୍ରବେଶ କରିବାକୁ ଥିବା ପଣ୍ଡା ପରିବାରର ସଦସ୍ୟ ମାସେ ହେଲା ମନ୍ଦିରରେ ଉପବାସ ବ୍ରତ ପାଳନ ପୂର୍ବକ ପୂଜାର୍ଚ୍ଚନାରେ ନିମଗ୍ନ ଅଛନ୍ତି। ଚଳିତ ବର୍ଷ ମୋନୁ ପଣ୍ଡା ହୋଲିକାରେ ପ୍ରବେଶ କରିବେ। ଏଠାରେ ୧୦ ଫୁଟ ଉଚ୍ଚ ଓ ୨୫ ଫୁଟ ଚୌଡା ହୋଲିକା ଜଳିବ ଓ ମୋନୁ ପଣ୍ଡା ନିଆଁରେ ପ୍ରବେଶ କରିବେ।  ହୋଲିକା ଦହନର ଏହି ଚମତ୍କାର  ଏଥର ବି ଦେଖିବେ ଲୋକେ । ଚଳିତବର୍ଷ ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.