ଜଟଣୀ ଫ୍ଲାଇ ଓଭରବ୍ରିଜ୍ କାମରୁ ବାଦ୍ ପଡିଲା ଠିକା ସଂସ୍ଥା ପଣ୍ଡା ଇନ୍ ଫ୍ରା
29/08/2018 at 8:42 AM

ଭୁବନେଶ୍ଵର;୨୯/୦୮- ଫ୍ଲାଇ ଓଭରବ୍ରିଜ୍ କାମରୁ ବାଦ୍ ପଡିଲା ଠିକା ସଂସ୍ଥା ପଣ୍ଡା ଇନ୍ ଫ୍ରା । ନିମ୍ନମାନର କାମ ଏବଂ ଅତ୍ୟଧିକ ବିଳମ୍ବ ଯୋଗୁଁ ପୂର୍ତ୍ତ ବିଭାଗ ତାଙ୍କୁ ବିଦା କରିଛି । ପଣ୍ଡା ଇନଫ୍ରା ନିମ୍ନମାନର କାମ କରୁଥିବା ନେଇ ପୂର୍ବରୁ ଅଭିଯୋଗ ଥିଲା । ଆଜି ପୂର୍ତ୍ତ ବିଭାଗ ଏହି ଠିକା ସଂସ୍ଥାକୁ ଆଉଟ୍ କରିଛି । ଏଥି ସହ ମାସେ ମଧ୍ୟରେ ଜଟଣୀ ଓଭରବ୍ରିଜ ପାଇଁ ନୂଆ ଟେଣ୍ଡର କରାଯିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପଣ୍ଡା ଇନଫ୍ରା କାମ କରୁଥିବା ରସୁଲଗଡ ଓଭରବ୍ରିଜରେ ଦୁଇ ଦୁଇ ଥର ଅଘଟଣ ଘଟି ଧନ ଜୀବନ ହାନି ହୋଇଛି ।