ଆଜି ପଞ୍ଚୁକର ଦ୍ବିତୀୟ ଦିନ ; ଆଠଗଡ ଧବଳେଶ୍ବରଙ୍କ ବଡସିଂହାର ବେଶ, ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ
20/11/2018 at 9:13 AM

କଟକ ୨୦|୧୧: କଟକ ଜିଲ୍ଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆଠଗଡର ଧବଳେଶ୍ବର ପୀଠରେ କାର୍ତ୍ତିକ ମାସର ପଂଚୁକର ଦ୍ବିତୀୟ ଦିନରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ଦେଖାଦେଇଛି । ରାତ୍ର ୪ଟାରେ ଧବଳେଶ୍ବରଙ୍କ ମଇଲମ ଲାଗି, ତଦପ ଲାଗି, ରୋସ ହୋମ ପରେ ୧୦୮ଜଳ ଗରାରେ ସ୍ନାନ କରାଯାଇ ଶ୍ରୀ ଦେବଙ୍କ ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥିଲା । ପରେ ପହୁଡ଼ ଖୋଲାଯିବା ପରେ ଶ୍ରଦ୍ଧାଳୁ ଭକ୍ତ ମାନେ ଧାଡିରେ ଯାଇ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିଛନ୍ତି । ଆସନ୍ତାକାଲି ବଡଓଷା ବ୍ରତ ପୀଠରେ ପାଳନ ହେଉଥିବା ବେଳେ ମଞ୍ଚେଶ୍ବର ଗ୍ରାମର ଘରେ ଘରେ ଗଜ ମଣ୍ଡା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି । ମହିଳାମାନେ ଅତି ନିଷ୍ଠାର ସହିତ ଗଜ ମଣ୍ଡା ପ୍ରସ୍ତୁତ କରୁଥିବା ଦେଖା ଯାଇଛି।
Related Posts
ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
18 May 2022