Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ମୋବାଇଲ୍ ଚାର୍ଜରରେ ପତ୍ନୀଙ୍କ ତଣ୍ଟି ଚିପିବା ପରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲା ସ୍ବାମୀ

17/01/2020 at 2:51 PM

ଚଣ୍ଡିଗଡ଼ ୧୭/୧: ରାଜୀବ କଲୋନୀର ସେକ୍ଟର-୧୭ରେ ଜଣେ ଯୁବକ ପ୍ରଥମେ ପତ୍ନୀଙ୍କୁ ହତ୍ୟା କରି ନିଜେ ଟ୍ରେନରେ କଟି ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହେଉଛନ୍ତି ମିରଟ ବାସିନ୍ଦା ଫୈଜାନ୍। ପୋଲିସଙ୍କ କହିବା ଅନୁସାରେ,ସେ ନିଜ ପତ୍ନୀ ଶବ୍ବା ଖୈରଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲା। ଫୈଜାନ୍ ତା’ ପତ୍ନୀ ଶବ୍ବା ଖୈରଙ୍କ ସହ ଦୀର୍ଘ ଦିନରୁ ଝୁଗ୍ଗୀ ନମ୍ବର ୧୫୮୮ରେ ରହୁଥିଲା। ପତ୍ନୀର ଚରିତ୍ରକୁ ସନ୍ଦେହ କରିବାକୁ ନେଇ ଉଭୟଙ୍କ ମଧ୍ୟରେ ଜୋରସୋରରେ ଝଗଡ଼ା ହୋଇଥିଲା। ଉତକ୍ଷିପ୍ତ ହୋଇ ଫୈଜାନ୍ ମୋବାଇଲ୍ ଚାର୍ଜରର ତାରରେ ପତ୍ନୀର ତଣ୍ଟି ଚିପି ହତ୍ୟା କରିଥିଲା। ଏହା ପରେ ସେଠାରୁ ବାହାରି ଯାଇଥିଲା।

 ସକାଳେ ତାଙ୍କ ପଡ଼ୋଶୀ ଶବ୍ବାଙ୍କ ଶବ ଘରେ ପଡ଼ିଥିବାର ଦେଖିଥିଲେ। ସେମାନେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ତୁରନ୍ତ ପୋଲିସ୍ ପହଞ୍ଚିଥିଲା। ପୋଲିସ୍ ସେଠାରୁ ଚାର୍ଜର ଏବଂ ଅନ୍ୟାନ୍ୟ ଜିନିଷ ଜବତ କରିଥିଲା। ପୋଲିସ୍ ଅଭିଯୁକ୍ତ ସ୍ବାମୀକୁ ଖୋଜୁଥିବାବେଳେ ଖବର ପାଇଥିଲା ଯେ ଫୈଜାନ ଟ୍ରେନ୍ ଆଗରେ ଡେଇଁ ଆତ୍ମହତ୍ୟା କରିଛି।

ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଫୈଜାନ୍ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ସେ ସିଧା ରେଲଓ୍ବେ ଟ୍ରାକକୁ ପହଞ୍ଚିଥିଲା ଏବଂ ଟ୍ରେନକୁ ଅପେକ୍ଷା କରିଥିଲା। ପାଖାପାଖି ୧୦.୩୦ରେ ଲକ୍ଷ୍ନୌରୁ ଚଣ୍ଡିଗଡ଼ ସଦ୍ଭାବନା ଏକ୍ସପ୍ରେସ୍ ଟ୍ରାକରେ ଆସୁଥିଲା। ଟ୍ରେନ୍ ସୁନ୍ଦର ନଗର ରେଲଓ୍ବେ ଲାଇନ୍ ପାଖରେ ପହଞ୍ଚିବାରୁ ଟ୍ରେନର ଗତି ମନ୍ଥର ହୋଇଯାଇଥିଲା।

ଡ୍ରାଇଭର ଟ୍ରାକରେ ଯୁବକଙ୍କୁ ଛିଡ଼ା ହୋଇଥିବାର ଦେଖି ହର୍ଣ୍ଣ ମାରି ବ୍ରେକ୍ ଲଗାଇଥିଲା। ଟ୍ରେନ୍ ଯୁବକ ପାଖକୁ ପହଞ୍ଚିବା ପରେ ଏହାର ସ୍ପିଡ ଅତ୍ୟନ୍ତ କମି ଯାଇଥିଲା। ଏହା ଦେଖି ଫୈଜାନ୍ ଅନ୍ୟ ଟ୍ରାକକୁ ଚାଲି ଯାଇଥିଲା। ଏହା ପରେ ଟ୍ରେନର ସ୍ପିଡ ବଢ଼ିବାରୁ ଫୈଜାନ ଦୌଡ଼ି ଯାଇ ଟ୍ରେନ୍ ଆଗକୁ ଡେଇଁ ପଡ଼ିଥିଲା। ଏଥର ଡ୍ରାଇଭର କିଛି କରି ପାରିନଥିଲା। ଗୋଡ଼ କଟିବା ଯୋଜଗୁଁ ଫୈଜାନର ଶରୀରରୁ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା। ତାକୁ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ସେଠାରେ ଚିକିତ୍ସା ସମୟରେ ତା’ର ମୃତ୍ୟୁ ହୋଇଥିଲା।

   Related Posts