ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ : ଗମ୍ଭାରୀମୁଣ୍ଡା ପଞ୍ଚାୟତ ସଟ୍ ଡାଉନ୍, ୩ ଦିନ ବନ୍ଦ ରହିବ ବଜାର

Published By : Prameya-News7 Bureau | May 31, 2020 IST

ଖୋର୍ଦ୍ଧା ୩୧।୦୫: ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକର ଗମ୍ଭାରୀମୁଣ୍ଡା ପଞ୍ଚାୟତ ସଟ୍ ଡାଉନ୍ । ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଗମ୍ଭାରୀମୁଣ୍ଡା ସରପଞ୍ଚ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଗମ୍ଭାରୀମୁଣ୍ଡା ସରପଞ୍ଚ ନିଜ ଅଞ୍ଚଳର ବଜାରକୁ ୩ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି । ଗମ୍ଭାରୀମୁଣ୍ଡାର ଏକ କ୍ବାରାଣ୍ଟାଇନ୍ ସେଣ୍ଟରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ମହାରଥା ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।

{"id":278721,"sizeSlug":"large"}

 ଗମ୍ଭାରୀମୁଣ୍ଡା ବଜାର ଉପରେ ୫ ଖଣ୍ଡ ପଞ୍ଚାୟତ ନିର୍ଭର କରୁଥିବାରୁ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରପଞ୍ଚ ଏହି ଘୋଷଣା କରିଛନ୍ତି । ଆଜି ସକାଳ ୭ଟାରୁ ଜୁନ୍ ୩ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ବଜାରକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । କେବଳ ଔଷଧ ଦୋକାନ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରଖିବାକୁ ଘୋଷଣା କରାଯାଇଛି । ତିନି ଦିନ ମଧ୍ୟରେ ଏହି ବଜାରଟିକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.