Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଗଣେଷ ପୂଜା ପୂର୍ବରୁ ପଞ୍ଚାୟତ ସଟ୍‌ଡାଉନ୍‌: ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ସରପଞ୍ଚ

19/08/2020 at 9:11 PM

ବାଲିପାଟଣା୧୯/୮: ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ବ୍ଳକ ବାଳକାଟି ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବାରୁ ପ୍ରତାପ ଶାସନ ଗ୍ରାମପଞ୍ଚାୟତକୁ ତିନିଦିନ ପାଇଁ ସଟଡାଉନ୍ ଘୋଷଣା କଲେ ସରପଞ୍ଚ । ୨୧.୮.୨୦୨୦ ସକାଳ ୬ଟା ରୁ ତା.୨୪.୮.୨୦୨୦ ରିଖ ସକାଳ ୬ଟା ପର୍ଯ୍ୟନ୍ତ ଏହି ସଟଡାଉନ୍ ନିୟମ କଡାକଡି ଭାବେ ପାଳନ ହେବ ବୋଲି କହିଛନ୍ତି ପ୍ରତାପ ଶାସନ ଗ୍ରାମ ପଞ୍ଚାୟତ ସରପଞ୍ଚ ଭାଗ୍ୟଧର ନନ୍ଦି । ଏହି ସମୟସୀମା ମଧ୍ୟରେ ଗ୍ରାମ ପଞ୍ଚାୟତ ପରିସୀମାରେ ଥିବା ସମସ୍ତ ଦୋକାନ, ବଜାର, ହାଟ, ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିବ।

ରାଜ୍ୟ ରାଜପଥ ବ୍ୟତୀତ ଅନ୍ୟ ଅଞ୍ଚଳରେ ଗାଡ଼ି ମଟର ଯାତାୟତ ବନ୍ଦ ରହିବ । ନିର୍ମାଣ କାର୍ଯ୍ୟ ଏବଂ କୃଷି କାର୍ଯ୍ୟ ପୂର୍ବଭଳି ଚାଲୁ ରହିବ । ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା ସଂସ୍ଥା, ଔଷଧ ଦୋକାନ ସଟଡାଉନ୍ କଟକଣା ରୁ ବାଦ୍ ଦିଆଯାଇଛି । ଏହି ସଟଡାଉନ୍ ସମୟରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ନିୟମ ନ ମାନିଲେ ଆଇନ୍ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରପଞ୍ଚ ଚେତାଇ ଦେଇଛନ୍ତି । ସୂଚନାଯୋଗ୍ୟ ଏ ପର୍ଯ୍ୟନ୍ତ ଏହି ପଞ୍ଚାୟତ ରୁ ମୋଟ ୬୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି ।

   Related Posts