ଡ୍ରାଇଭର କରୋନା ପଜିଟିଭ୍‌ ଚିହ୍ନଟ ପରେ ପଞ୍ଚାୟତ ସଟ୍‌ଡାଉନ୍

Published By : Prameya-News7 Bureau | August 07, 2020 IST

ଆଠମଲ୍ଲିକ୭/୮:  ଆଠମଲ୍ଲିକ ବ୍ଲକ ଠାକୁରଗଡ଼ରେ ଜଣେ ରେଢ଼ାଖୋଲ ଫେରାନ୍ତ ଡ୍ରାଇଭଙ୍କୁ କରୋନା ପଜିଟିଭ୍ ହୋଇଥିବା ଜଣାପଡିଲା ପରେ ସରପଞ୍ଚ ୨ ଦିନ ପାଇଁ ଠାକୁରଗଡ଼ ପାଞ୍ଚୟତକୁ ସଟଡାଉନ୍ ଘୋଷଣା କରିଛନ୍ତି ।ଗତ ବୁଧବାର ରାକ୍ଷୀ ପୂର୍ଣ୍ଣିମା ଦିନ ରେଢ଼ାଖୋଲରୁ ଜଣେ ଡ୍ରାଇଭର ଠାକୁରଗଡ଼କୁ ଆସିଥିଲେ । ସେ ଠାକୁରଗଡ଼ରେ କିଛି ବ୍ୟକ୍ତିମାନଙ୍କ ସହିତ ମିଳାମିଶା କରିଥିଲେ ।

ରାତିରେ ଭୋଜିରେ ମଧ୍ୟରେ ସାମିଲ ହୋଇଥିଲେ । ପରେ ସେ ପୁଣି ରେଢ଼ାଖୋଲକୁ ଫେରି ଯାଇଥିଲେ । ରେଢ଼ାଖୋଲରେ ତାଙ୍କ ଦେହ ଖରାପ ହେବାରୁ ସେ ଡାକ୍ତରଖାନାକୁ ଯାଇଥିଲେ । ତାଙ୍କର କରୋନା ଲକ୍ଷଣ ପାଇବାରୁ ତାଙ୍କୁ ସମ୍ବଲପୁର ବୁର୍ଲା କୋଭିଡ୍ ହସ୍ପିଟାଲକୁ ପଠାଯାଇଥିଲା । ସେଠାରେ ତାଙ୍କୁ କରୋନା  ହୋଇଥିବାର  ଶୁଣିବାପରେ ଠାକୁରଗଡ଼ ସରପଞ୍ଚ ଅନାମ ସାହୁ ସଟଡାଉନ ଘୋଷଣା କରିଛନ୍ତି ।

ଆଜି ସକାଳୁ ସଟଡାଉନ ଲାଗୁ ହେଇଛି। ସଟଡାଉନ ଯୋଗୁ ଶୁକ୍ରବାର ସକାଳ ୬ଟା ରୁ ଶନିବାର ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଠାକୁରଗଡ଼ ପାଞ୍ଚୟତ। ସମସ୍ତ ସରକାରୀ କାର୍ଯ୍ୟାଳୟ , ଦେକାନ ବଜାର ବନ୍ଦ ରହିବ। ପଞ୍ଚୟତରୁ କେହି ବାହାରକୁ ଯାଇ ପାଇବେନାହଁ । ଅତ୍ୟାବଶ୍ୟକ କାମ ନ ଥିଲେ ଘରୁ ବାହାର ବହାରିବେ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.