Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଗୋଟିଏ ଗାଁ’ରୁ ବାହାରିଲେ ୧୨ କୋଭିଡ୍ ଆକ୍ରାନ୍ତ, ପୁରା ପଞ୍ଚାୟତକୁ ସିଲ୍ କଲେ ସରପଞ୍ଚ

11/05/2021 at 9:40 AM

ବାଙ୍କୀ, ୧୧/୦୫: କଟକ ଜିଲ୍ଲା ବାଙ୍କୀ ବ୍ଲକ ଗୋଳାଗଣ୍ଡ ପଂଚାୟତରେ ଏକ ସଙ୍ଗେ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହା ଫଳରେ ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ସରପଞ୍ଚ ସୁଜାତା ଲକ୍ଷ୍ମୀ ବଳିୟାର ସିଂ  ପୁରା ପଞ୍ଚାୟତକୁ ସିଲ୍ କରିବା ସହ ରାଜୀବ ଗ୍ରାମକୁ ୮ ଦିନ ପାଇଁ  କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ।

ସ୍ଥାନୀୟ ସରପଞ୍ଚ ଡ଼ାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ଘରୁ ପଦାକୁ ନବରିବା ପାଇଁ ନିବେଦନ କରିଛନ୍ତି ।ଏଥି ସହ ସରକାରଙ୍କ କୋଭିଡ ଗାଇଡ଼ ଲାଇନ ପାଳନ କରିବା ସହିତ ଯେଉଁମାନେ କୋଭିଡ ଚିହ୍ନଟ ହୋଇଛନ୍ତି ସେମାନେ ସଂଗରୋଧରେ  ରହିବାକୁ କହିଛନ୍ତି  । ଅମାନିଆଙ୍କୁ ସାବାଡ଼ କରିବା ପାଇଁ ରାତିରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥାକୁ ମଧ୍ୟ କଡ଼ାକାଡି କରାଯାଇଛି ।ଗ୍ରାମଚାରିପଟେ ବାଉଁଶ ବ୍ୟାରିକେଡ୍ ବନ୍ଧାଯାଇ ସମ୍ପୂର୍ଣ୍ଣ ସିଲ କରାଯାଇଥିବା ସରପଞ୍ଚଙ୍କ ପ୍ରତିନିଧି ସୂଚନା ଦେଇଛନ୍ତି ।

ଏହି ସମୟରେ ଗ୍ରାମରୁ କେହି କୁଆଡ଼େ ବାହାରକୁ  ଯାଇପାରିବେନି କି ବାହାର ଲୋକେ ପଂଚାୟତକୁ ପ୍ରବେଶ କରିବା କଟକଣା ରହିଛି।  ଡ଼ାକବାଜି ଯନ୍ତ୍ରଦ୍ୱାରା କୋଭିଡ ଗାଇଡ଼ଲାଇନ ସମ୍ବନ୍ଧୀୟ ସମସ୍ତ ବିବରଣୀ  ପଂଚାୟତ ବସୀଙ୍କୁ ସ୍ଥାନୀୟ ସରପଞ୍ଚ  ଜଣାଇଦେଇଛନ୍ତି  ।ଏହା ସହ ସାନିଟାଇଜର୍ ବ୍ୟବହାର ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।

   Related Posts