Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନା ସଂକ୍ରମଣ ରୋକିବାକୁ ସଜାଗ ବଲାଙ୍ଗୀର ପ୍ରଶାସନ, ସଚେତନତା ସହ ଷ୍ଟେସନରେ ଯାଞ୍ଚ୍ ପ୍ରକ୍ରିୟା ଜୋରଦାର୍
  • ||
  • ନବୀନଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଲୋଡିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ
  • ||
  • କରୋନା ସଂକ୍ରମଣ ରୋକିବାକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଜାରି ହେଲା ନୋଟିସ, ସନ୍ଧ୍ୟା ୭ଟା ୩୦ ସୁଦ୍ଧା ହଷ୍ଟେଲ ଫେରିବାକୁ ଛାତ୍ରଙ୍କୁ ନିର୍ଦ୍ଦେଶ
  • ||
  • ଚିକିତ୍ସା ଅବହେଳାରୁ ୨ ନବଜାତ ଶିଶୁ ପୁତ୍ର ମୃତ ! ନର୍ସ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ବାପା
  • ||
  • ଓଲଟି ପଡିଲା ପ୍ରିନ୍ସ, ମୃତ୍ୟୁ ମୁଖରୁ ବର୍ତ୍ତିଲେ ୪୬ ଯାତ୍ରୀ
  • ||
  • ଷ୍ଟିୟରିଂ ଉପରୁ ନିୟନ୍ତ୍ରଣ ହରାଇଲେ ଡ୍ରାଇଭର, ଓଲଟି ପଡିଲା ଟ୍ରକ, ୬ ଶ୍ରମିକ ମୃତ
  • ||

ପଞ୍ଚାୟତ ପ୍ରତିନିଧିଙ୍କ ୨୫ ପ୍ରତିଶତ ଦରମା ବଢ଼ିଲା: ଏପ୍ରିଲ ପହିଲାରୁ ଲାଗୁ

12/06/2020 at 7:24 AM

ଭୁବନେଶ୍ୱର,୧୨/୦୬: ତ୍ରିସ୍ତରୀୟ ପଞ୍ଚାୟତିରାଜ ପ୍ରତିନିଧିଙ୍କ ପାଇଁ ଖୁସି ଖବର । ଦୀର୍ଘଦିନ ପରେ ରାଜ୍ୟ ସରକାର ପଞ୍ଚାୟତିରାଜ ପ୍ରତିନିଧିଙ୍କ ଦରମାରେ ବୃଦ୍ଧି କରିଛନ୍ତି । କରେନା ମୁକାବିଲାରେ ସରପଞ୍ଚମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ସଂପ୍ରତି ରାଜ୍ୟ ଅର୍ଥନୀତି ଚାପରେ ଥିଲେ ମଧ୍ୟ ପଞ୍ଚାୟତିରାଜ ଲୋକ ପ୍ରତିନିିଧିମାନଙ୍କୁ ଅଗ୍ରାଧିକାର ଦେଇ ସରକାର ଦରମାରେ ୨୫% ବୃଦ୍ଧି କରିଛନ୍ତି । ଗତ ଏପ୍ରିଲ ପହିଲାରୁ ପିଛିଲା ଭାବେ ସେମାନେ ଏ ଦରମା ପାଇବେ ବୋଲି ପଞ୍ଚାୟତିରାଜ ବିଭାଗ ବିଜ୍ଞପ୍ତି ଜାରି କରିଛି ।

ସରକାରୀ ନିଷ୍ପତ୍ତି ଅନୁସାରେ ପଞ୍ଚାୟତ ସରପଞ୍ଚମାନେ ପୂର୍ବରୁ ପାରିଶ୍ରମିକ (ଦରମା) ବାବଦକୁ ୧୮୮୦ ଟଙ୍କା ପାଉଥିଲେ । ଏହା ୨୩୫୦ ଟଙ୍କାକୁ ବଢ଼ିଛି । ସେହିଭଳି ନାଏବ ସରପଞ୍ଚମାନେ ୭୫୦ ଟଙ୍କା ବଦଳରେ ଏଣିକି ୯୪୦ ଟଙ୍କା ପାଇବେ । ପଞ୍ଚାୟତ ସମିତି ସଦସ୍ୟ ଓ ବ୍ଲକ ଉପାଧ୍ୟକ୍ଷ ଏଣିକି ୧୮୮୦ ଟଙ୍କା ବଦଳରେ ୨୩୫୦ ଟଙ୍କା ମାସିକ ପାଇବେ । ବ୍ଲକ ଅଧ୍ୟକ୍ଷଙ୍କ ଦରମା ୨୮୨୦ ଟଙ୍କାରୁ ବୃଦ୍ଧି ପାଇ ୩୫୩୦ ଟଙ୍କା ହୋଇଛି । ଜିଲ୍ଲା ପରିଷଦ ସଭ୍ୟମାନଙ୍କ ଦରମାରେ ମଧ୍ୟ ବୃଦ୍ଧି ଆଣିଛନ୍ତି ସରକାର । ସେମାନେ ଏବେ ୨୮୨୦ ଟଙ୍କା ପାଉଥିଲା ବେଳେ ବର୍ଦ୍ଧିତ ହାରରେ ପାଇବେ ୩୫୩୦ ଟଙ୍କା । ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ୫୬୩୦ ଟଙ୍କା ବଦଳରେ ପାଇବେ ୭୦୪୦ ଟଙ୍କା । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏଣିକି ୯,୩୮୦ ଟଙ୍କା ପାଇବେ । ଅଧ୍ୟକ୍ଷ ଏବେ ମାସିକ ୭୫୦୦ ଟଙ୍କା ପାଉଛନ୍ତି ।

ସରକାର ପଞ୍ଚାୟତିରାଜ ପ୍ରତିନିଧିଙ୍କ ଦରମା ବୃଦ୍ଧି କରିଥିଲେ ମଧ୍ୟ ଦୈନିକ ଓ ବୈଠକ ଭତ୍ତାକୁ ଅପରିବର୍ତ୍ତିତ ରଖିଛନ୍ତି । ଦୀର୍ଘବର୍ଷ ହେବ ପଞ୍ଚାୟତିରାଜ ପ୍ରତିନିଧିମାନେ ଦରମା ବୃଦ୍ଧି ପାଇଁ ଦାବି କରି ଆସୁଥିଲେ । ମୂଲ୍ୟ ସୂଚକାଙ୍କ ଓ ଜୀବନ ଧାରଣର ମାନ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ୨୫% ବୃଦ୍ଧି କରାଯାଇଛି ବୋଲି ପଞ୍ଚାୟତିରାଜ ବିଭାଗ କହିଛି । ରାଜ୍ୟରେ ଏବେ ୩୦ ଜିଲ୍ଲାରେ ୮୫୩ ଜିଲ୍ଲା ପରିଷଦ ଥିଲା ବେଳେ, ୩୧୪ ବ୍ଲକରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ଏବଂ ୬୭୯୮ ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ଅଛନ୍ତି ।

   Related Posts