Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିମାନରେ ଆସିଲେ ବି ୧୪ ଦିନିଆ କ୍ବାରେଣ୍ଟାଇନ୍‌ ଜରୁରୀ
  • ||
  • ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ଦେଖାଇଲେ ରାଜ୍ୟକୁ ମିଳିବ ଏଣ୍ଟ୍ରି
  • ||
  • ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ସମସ୍ତ ସୀମା ସିଲ୍‌ ହେବ
  • ||
  • ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା
  • ||
  • ପଶ୍ଚିମବଙ୍ଗରୁ ଆସିଲେ ୧୪ ଦିନିଆ କ୍ବାରେଣ୍ଟାଇନ୍‌ ବାଧ୍ୟତାମୂଳକ
  • ||
  • ଭୁବନେଶ୍ବରରେ ରିଙ୍ଗ୍‌ ରୋଡ୍ ପାଇଁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ, ରାଜ୍ୟ ସରକାର ବହନ କରିବେ ୬୦୦ କୋଟି ଟଙ୍କା
  • ||
  • ଭୁବନେଶ୍ବର : BMCରେ ବଢିଲା ରାପିଡ୍ ରେସପନ୍ସ ଟିମ୍ ସଂଖ୍ୟା, ୬୭ଟି ୱାର୍ଡ ପାଇଁ ୩୯ଟିମ୍
  • ||
  • ଭୁବନେଶ୍ବର : ପ୍ରଧାନମନ୍ତ୍ରୀଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ, ଦେଶରେ ଅକ୍ସିଜେନ୍ ଆବଶ୍ୟକତାକୁ ପୂରଣ ପାଇଁ ସହଯୋଗ କରିବ ଓଡିଶା
  • ||
  • କେନ୍ଦୁଝର : ଶୌଚ ସାରି ଫେରିବା ବେଳେ ବଜ୍ରପାତ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ରାଉରକେଲା : ବ୍ରାହ୍ମଣୀ ବ୍ରିଜ୍‌ରୁ ନଦୀକୁ ଡେଇଁଲେ ମହିଳା, ଗୁରୁତର ଅବସ୍ଥାରେ ଉଦ୍ଧାର
  • ||

ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟାଳୟର ବରିଷ୍ଠ କିରାଣୀ

19/10/2019 at 2:31 PM

ଝାରସୁଗୁଡା ୧୯।୧୦: ଭିଜିଲାନ୍ସ ଜାଲରେ ପଡିଲେ ସରକାରୀ କର୍ମଚାରୀ । ଝାରସୁଗୁଡା ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ବେଣୁଧର ଛଚାନଙ୍କ ବାସଭବନ ସମେତ ୪ଟି ସ୍ଥାନରେ ଆୟ ବହିର୍ଭୂତ ଠୁଳ ମାମଲାରେ ଭିଜିଲାନ୍ସର ଚଢାଉ ଜାରି ରହିଛି ।

ବେଣୁଧରଙ୍କ ବଢେଇମୁଣ୍ଡା ସମେତ ପୈତୃକ ଗ୍ରାମ କୋଲବିର ବ୍ଲକ୍ ଐତାପଡା, ଶ୍ବଶୁରଘର ଓ ଅଫିସ କାର୍ଯ୍ୟାଳୟରେ ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ବରେ ସମ୍ବଲପୁର, ବରଗଡ, ଝାରସୁଗୁଡା ଓ ସୁନ୍ଦରଗଡ ଟିମ୍ ଆଜି ଭୋରରୁ ଚଢାଉ କରିବା ପରେ ବେଣୁଧରଙ୍କ ଗୋଟିଏ ୩ ମହଲା କୋଠା ସହ ଟଙ୍କା, ସୁନାଗହଣା ଓ ବ୍ୟାଙ୍କ ପାସବୁକ, ଫିକ୍ସଡ୍ ଡିପୋଜିଟ୍ ସଂପର୍କରେ ତଥ୍ୟ ଅନୁସନ୍ଧାନ ଜାରି ରଖିଛି ।

ପ୍ରାୟ ୫ ବର୍ଷ ତଳେ ବେଣୁଧର ଝାରସୁଗୁଡା ତହସିଲରେ କାର୍ଯ୍ୟରତ ଥିବାବେଳେ ଭିଜିଲାନ୍ସ ଗିରଫ କରିଥିଲା । ଭିଜିଲାନ୍ସର ଚଢାଉ ସଂପର୍କରେ ବେଣୁଧର ଛଚାନ୍ କହିଛନ୍ତି ତାଙ୍କ ବିରୋଧରେ କେହି ଷଡଯନ୍ତ୍ର କରି ତାଙ୍କୁ ଫସାଇଦେଇଛି ।

   Related Posts