Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

‘ନୋ ଭ୍ୟାକ୍‌ସିନ, ନୋ ରାସନ୍‌’: ପଞ୍ଚାୟତର ପରଓ୍ବାନା ପରେ ଟିକାକରଣ କେନ୍ଦ୍ରରେ ଲାଗୁଛି ଲମ୍ବା ଲାଇନ୍‌

11/06/2021 at 6:57 PM

ଇନ୍ଦୋର ୧୧/୬: କରୋନା ସହ ଲଢ଼ିବା ପାଇଁ ଆସିଥିବା ଭ୍ୟାକସିନକୁ ନେଇ ଏ​‌ବେ ମଧ୍ୟ କିଛି ଲୋକଙ୍କ ମନରେ ଭ୍ରମ ଧାରଣା ରହିଛି। ଗୁଜବ ଉପରେ ବିଶ୍ବାସ କରି ଲୋକେ ଏହାକୁ ଲଗାଇବାକୁ ପଛଘୁଞ୍ଚା ଦେଉଛନ୍ତି। ମଧ୍ୟପ୍ରଦେଶର ଏକ ଗାଁରେ ରହୁଥିବା କିଛି ଲୋକେ ଭ୍ୟାକସିନ୍‌ ନେବାକୁ ଭୟ କରୁଥିଲେ । କିନ୍ତୁ ଗ୍ରାମ ପଞ୍ଚାୟତ ଏମିତି ଏକ ନିୟମ ଲାଗୁ କଲା ଯେ ଏବେ ଟିକାକରଣ କେନ୍ଦ୍ରରେ ଲମ୍ବା ଲାଇନ୍‌ ଲାଗୁଛି।

ଜବଲପୁର ଜିଲ୍ଲାର ଶାହପୁରା ବ୍ଲକ୍‌ରେ ରହିଛି ଶିହୋଦା ପଞ୍ଚାୟତ। ଏହି ପଞ୍ଚାୟତ ଜବଲପୁର ସହରରୁ ମାତ୍ର ୩୦ କିମି ଦୂରରେ ଅବସ୍ଥିତ। ଏଠାରେ ରହୁଥିବା କିଛି ଲୋକ ଟିକା ନେବାକୁ ଅମଙ୍ଗ ଥିଲେ। ଏହାକୁ ଦେଖି ଗ୍ରାମପଞ୍ଚାୟତ ‘ନୋ ଭ୍ୟାକସିନ୍‌, ନୋ ରାସନ୍‌’ ପରଓ୍ବାନା ଜାରି କରିଛି। ଯେଉଁମାନେ ଟିକା ନେବେ ନାହିଁ ତାଙ୍କୁ ପିଡିଏସ୍‌ରୁ ରାସନ ସାମଗ୍ରୀ ମିଳିବ ନାହିଁ ବୋଲି ସରପଞ୍ଚ ଘୋଷଣା କରିଥିବା ଜଣାପଡ଼ିଛି।

ଏହା ସହ କୌଣସି ପ୍ରାକର ସରକାରୀ ଯୋଜନାର ଫାଇଦା ନେବାକୁ ହେଲେ ଟିକା ନେବାକୁ ପଡ଼ିବ ବୋଲି ମଧ୍ୟ ଲୋକଙ୍କୁ ଚେତାଇ ଦେଇଛି ପଞ୍ଚାୟତ। ପ୍ରଥମେ ଏହି ନିୟମକୁ ଲୋକେ ହିଟଲରୀ ଶାସନ ବୋଲି କହୁଥିବା ବେଳେ ଏବେ ଏହାର ଲାଭ ମିଳୁଥିବା ଦେଖିବାକୁ ମିଳିଛି। ଏବେ ଗାଁର ୮୫ ପ୍ରତିଶତ ଲୋକଙ୍କୁ ଟିକା ଲାଗିସାରିଛି। ଗାଁରେ ଏମିତି ସକାରାତ୍ମକ ସ୍ଥିତି ଦେଖି ପାଖାପାଖି ପଞ୍ଚାୟତ ମଧ୍ୟ ଏଭଳି ନିୟମ ଲାଗୁ କରୁଛନ୍ତି।  

   Related Posts