ପଞ୍ଚାୟତ ନିର୍ବାଚନ: ଟାଙ୍ଗି-ଚୌଦ୍ୱାର ବ୍ଲକରେ ପ୍ରସ୍ତୁତି ବୈଠକ

Published By : Prameya-News7 Bureau | October 20, 2021 IST

ଚୌଦ୍ବାର ୨୦/୧୦: ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ନେତା ଚୟନ ପାଇଁ ସମସ୍ତ ପଞ୍ଚାୟତବାସୀଙ୍କୁ ଏକତ୍ରିତ କରାଇ ସେମାନଙ୍କ ଭିତରେ ଥିବା ମନୋମାଳିନ୍ୟକୁ ଦୂରେଇ ଦଳୀୟ ଏକତାରେ ବାନ୍ଧିବାକୁ ପ୍ରଭାତ ବିଶ୍ବାଳ ପ୍ରୟାସ କରୁଛନ୍ତି । ଦୀର୍ଘ ଦୁଇ ବର୍ଷ ପରେ ପାଞ୍ଚୋଟି ପଞ୍ଚାୟତର ବିଜେଡ଼ି ମୁଖ୍ୟମାନଙ୍କୁ ନେଇ ଏକ ପଞ୍ଚାୟତ ନିର୍ବାଚନର ପ୍ରସ୍ତୁତି ବୈଠକ ଆଜି ଟାଙ୍ଗି-ଚୌଦ୍ୱାର ବ୍ଲକର ଅଗ୍ରାହାଟ ପଞ୍ଚାୟତ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।

{"id":530357,"width":684,"height":376,"sizeSlug":"full","linkDestination":"none"}

ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ପୂର୍ବତନ ବିଧାୟକ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ପଟଚିତ୍ର ଆଗରେ ପ୍ରଦୀପ ପ୍ରଜ୍ଜ୍ବଳନ କରି ସଭା ଆରମ୍ଭ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରଭାତ ବିଶ୍ୱାଳ ସଙ୍ଗଠନକୁ ଦୃଢ଼ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେବା ସହିତ ବିଜେଡ଼ି ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।

{"id":530358,"width":717,"height":394,"sizeSlug":"full","linkDestination":"none"}

ନିଜ ନିଜ ପଞ୍ଚାୟତରୁ ଦକ୍ଷ, ସଚ୍ଚୋଟ ଏବଂ ଚରିତ୍ରବାନ ପାର୍ଥିଙ୍କୁ ଆଗାମୀ ନିର୍ବାଚନରେ ସରପଞ୍ଚ ଭାବରେ ପାର୍ଥିତ୍ୱ କରାଇବା ପାଇଁ ବର୍ତମାନର ପାଞ୍ଚୋଟି ପଞ୍ଚାୟତର ସରପଞ୍ଚଙ୍କୁ ଅନୁରୋଧ କରିଥିଲେ । ସମସ୍ତ ମନ ମାଳିନ୍ୟକୁ ଭୁଲିଯାଇ ଏକତାବଦ୍ଧ ଭାବେ ଦଳକୁ ସୁଦୃଢ଼ କରିବା ପାଇଁ ବିଧାୟକ ସୌଭିକ ବିଶ୍ୱାଳ ଅନୁରୋଧ କରିଥିଲେ । ଏହି ସଭାରେ ଟାଙ୍ଗି-ଚୌଦ୍ୱାର ବ୍ଲକ ଅଧକ୍ଷା ଜୟଶ୍ରୀ ପ୍ରଧାନ ଓ ପାଞ୍ଚୋଟି ପଞ୍ଚାୟତର ସରପଞ୍ଚ ଓ ଆଗଧାଡ଼ିର ବିଜେଡ଼ି କର୍ମୀ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.