ଆଗକୁ ପଞ୍ଚାୟତ ନିର୍ବାଚନ: ଆରମ୍ଭ ହେଲାଣି ପ୍ରସ୍ତୁତି, ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ ଆୟୋଗ

Published By : Prameya-News7 Bureau | October 28, 2021 IST

ଭୁବନେଶ୍ୱର ୨୮।୧୦: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଜୋର ଧରିଲାଣି ପ୍ରସ୍ତୁତି ପ୍ରକ୍ରିୟା । ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ତେବେ ଆଗାମୀ ଦିନରେ ହେବାକୁ  ଥିବା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସର୍ବଦଳୀୟ ବୈଠକ ଡାକିଛନ୍ତି ନିର୍ବାଚନ ଆୟୋଗ । ଆସନ୍ତା ୬ ତାରିଖ ଦିନ ଏହି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି । ଏଥି ପାଇଁ ସମସ୍ତ ରାଜନୈତିକ ଦଳକୁ ଚିଠି ଲେଖିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।

୨୦୨୨ରେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡ଼ିକରେ ନିର୍ବାଚନ ହେବ । ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ଆସନ୍ତା ବର୍ଷ ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ସରିବ । ନିୟମାନୁସାରେ କାର୍ଯ୍ୟକାଳ ସରିବା ପୂର୍ବରୁ ନିର୍ବାଚନ ହେବା ଆବଶ୍ୟକ । ଠିକ୍‌ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲାଗି ରାଜ୍ୟ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳଗୁଡ଼ିକଙ୍କୁ ସର୍ବଦଳୀୟ ବୈଠକ ଡାକି ବିଚାରବିମର୍ଷ କରିବାକୁ ସ୍ଥିର କରିଛନ୍ତି । ସର୍ବଦଳୀୟ ବୈଠକରେ ସଂପୃକ୍ତ ଦଳର ସଭାପତି କିମ୍ବା ସମ୍ପାଦକ ଅଥବା ପ୍ରାଧିକୃତ ପ୍ରତିନିଧି ଯୋଗ ଦେଇପାରିବେ । କୋଭିଡ କଟକଣା ଲାଗୁ ଥିବାରୁ ପ୍ରତ୍ୟେକ ରାଜନୈତିକ ଦଳର ଜଣେ କିମ୍ବା ସର୍ବାଧିକ ୨ ଜଣ ପ୍ରତିନିଧି ବୈଠକରେ ଉପସ୍ଥିତ ରହିପାରିବେ । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ସଚିବଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.