Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

କଂଗ୍ରେସରେ ଯୋଗଦେବେ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ; ବର୍ତ୍ତମାନ ପରିବର୍ତ୍ତନର ଆବଶ୍ୟକତା ଅଛି-ପଞ୍ଚାନନ

25/01/2019 at 3:22 PM

ଭୁବନେଶ୍ବର ୨୫|୧:  କଂଗ୍ରେସରେ ମିଶିବେ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ। ଆଜି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ପଞ୍ଚାନନ କାନୁନଗୋ କଂଗ୍ରେସରେ ଯୋଗଦେବେ। କିଛି ପରିବର୍ତ୍ତନ ଆଣିବା ପାଇଁ କଂଗ୍ରେସରେ ଯୋଗ ଦେଉଛନ୍ତି ବୋଲି କହିଛନ୍ତି ପଞ୍ଚାନନ କାନୁନଗୋ । କଂଗ୍ରେସରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ ଏବେ ଶେଷ ସମୟରେ ସେହି କଂଗ୍ରେସରେ ରହି କାମ କରିବେ ।

୧୯୭୭ ମସିହା ପରଠାରୁ ଅଣ କଂଗ୍ରେସ ଦଳର ପ୍ରତିନିଧିତ୍ବ କରିଥିଲେ ପଞ୍ଚାନନ । କଂଗ୍ରେସର ନୀତିଗତ କଥା ତାଙ୍କର ଥିଲା ବୋଲି ସେ କହିଛନ୍ତି । କଂଗ୍ରେସର ଇମରଜେନ୍ସି ସମୟରେ ବିରୋଧ କରି କଂଗ୍ରେସ ଛାଡି ଚାଲିଆସିଥିଲେ । ତାପରଠାରୁ ଆଞ୍ଚଳିକ ଦଳରେ ରହିଥିଲେ । ଆଞ୍ଚଳିକ ଦଳ ଭାରତବର୍ଷରେ ବଡ ଚମତ୍କାରିତା ଦେଖାଉଛନ୍ତି । ଆଞ୍ଚଳିକ ଦଳର ବିନା ସାହାଯ୍ୟରେ କୌଣସି ରାଜନୈତିକ ଦଳ ସରକାର ଗଠନ କରିବାକୁ ସମର୍ଥ ହୋଇପାରୁନି । ସେଥିପାଇଁ ସେ ଆଞ୍ଚଳିକ ଦଳରେ ରହିଥିବା ପ୍ରକାଶ କରିଛନ୍ତି । ସେ କ୍ଷମତାଲୋଭି ନୁହଁନ୍ତି ବୋଲି ଲୋକେ ତାଙ୍କୁ ଗ୍ରହଣ କରୁଛନ୍ତି ।

କୌଣସି ବ୍ୟକ୍ତି ବଡ ନୁହେଁ ଦଳ ପାଖରେ କି କୌଣସି ରାଜନୈତିକ ଦଳ ମଧ୍ୟ ବ୍ୟକ୍ତିକୁ ଅଣଦେଖା କରିବା ଉଚିତ୍ ନୁହେଁ ରାଜନୈତିକ ପ୍ରକ୍ରିୟାରେ । ନିର୍ବାଚନ ଲଢିବା ନେଇ ଦଳ ଯାହା ନିଷ୍ପତ୍ତି ନେବ ବୋଲି କହିଛନ୍ତି ପଞ୍ଚାନନ । ବର୍ତ୍ତମାନ ପରିବର୍ତ୍ତନର ଆବଶ୍ୟକତା ଅଛି ବୋଲି କହିଛନ୍ତି ପଞ୍ଚାନନ । ସେଥିରେ ସେ ଦଳକୁ ସହଯୋଗ କରିବେ । ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ପରିବର୍ତ୍ତନ ଆଣିବେ ମଧ୍ୟ । ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ରାହୁଲ ଗାନ୍ଧିଙ୍କ ନେତୃତ୍ବ ସାବ୍ୟସ୍ତ ହୋଇଛି । କଂଗ୍ରେସ ଏବଂ କଂଗ୍ରେସ ନେତା ଯାହା ପ୍ରତିଶ୍ରୁତି ଦିଅନ୍ତି ତାହା ପୂରଣ କରନ୍ତି ବୋଲି ପଞ୍ଚାନନ କହିଛନ୍ତି ।

   Related Posts