Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ନୀଳାଚଳ ଇସ୍ପାତକୁ କଂସାରୀ ହାତକୁ ଟେକି ନଦେଇ ସେଲ୍‌କୁ ଦିଆଯାଉ : ପଞ୍ଚାନନ କାନୁନଗୋ

29/10/2020 at 2:20 PM

ଭୁବନେଶ୍ବର ୨୯।୧୦: ନୀଳାଚଳ ଇସ୍ପାତ ନିଗମ ପୁଞ୍ଜି ପ୍ରତ୍ୟାହାର ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟମରେ ବୁଝାମଣା ହୋଇଛି । ଏଠାରେ ଭାରତୀୟ ସରକାରଙ୍କ ଡମି ସରକାର ଚାଲିଛି ବୋଲି ପ୍ରେସମିଟ୍ ରେ ଅଭିଯୋଗ ଆଣିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ୫ ହଜାର କର୍ମଚାରୀ ୭ ମାସ ହେଲା ଦରମା ପାଇନାହାନ୍ତି । ୧୧୦ ମିଲିଅନ ଟନ୍ ଲୁହାପଥର ଖଣି ରହିଛି । ଯାହା ଉପରେ ନଜର ରହିଛି । ୨୦୧୯ରୁ ଏଥିରୁ ଉତ୍ତୋଳନ ଆରମ୍ଭ ହେଲାଣି ।

କଂଗ୍ରେସ ସମୟରେ ୧୯୮୨ରେ ଆରମ୍ଭ ହୋଇଥିଲା ନୀଳାଚଳ । ଜାଣିଶୁଣି ଏହାର ଉତ୍ପାଦନ କମାଇଲେ । ବିକିବା ପାଇଁ କମ୍ପାନୀର ମୂଲ୍ୟାୟନ ୫୨୦୦ କୋଟି ଟଙ୍କାର କରାଯାଇଛି । ଖଣିର ମୂଲ୍ୟ ପ୍ରାୟ ୨୦ ହଜାର କୋଟି । ୨୬୦୦ ଏକର ଜମି ରହିଛି । ଅଧିକ କମିଶନ ପାଇବା ପାଇଁ ବିକ୍ରି ମସୁଧା କରୁଛି କେନ୍ଦ୍ର । ଭୟରେ ରାଜ୍ୟ ସରକାର କିଛି କହୁନାହାନ୍ତି ।

କେନ୍ଦ୍ର-ରାଜ୍ୟ ସରକାର ଯଦି ଓଡିଶାର ସ୍ବାର୍ଥ ଚାହାନ୍ତି ନୀଳାଚଳକୁ କଂସାରି ହାତକୁ ନଦେଇ ତୁରନ୍ତ ସେଲ୍ ହାତକୁ ଦିଆଯାଉ । ରାଜ୍ୟ ସରକାରଙ୍କ ଅଂଶଧନ ରଖିଥିବା କମ୍ପାନୀ ଓଏମସି ଓ ଇପିକଲ ଏହାକୁ କିଣନ୍ତୁ । ରାଜ୍ୟ ସରକାର ଗ୍ୟାରେଣ୍ଟର ହୋଇ କମ୍ପାନୀ ଚଲାନ୍ତୁ ବୋଲି ପଞ୍ଚାନନ କହିଛନ୍ତି ।

   Related Posts