ପଞ୍ଚଲିଙ୍ଗେଶ୍ୱର ପୀଠରେ ବଢ଼ୁଛି ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ, ଜୋର ଧରିଲା ଫାଣ୍ଡି ପ୍ରତିଷ୍ଠା ଦାବି

Published By : Prameya-News7 Bureau | January 19, 2021 IST

ନୀଳଗିରି, ୧୯/୧: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଏବେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ଫାଇଛି । ଚୋରି , ଛୀନତାୟୀ ସାଙ୍ଗକୁ ଦୁଷ୍କର୍ମ ଓ ଦୁର୍ବ୍ୟବହାର ବୃଦ୍ଧି ହେଉଛି। ଏଥିପାଇଁ ଦୀର୍ଘଦିନ ହେଲା ଫାଣ୍ଡି ପ୍ରତିଷ୍ଠା ନେଇ ଦାବି ଏବେ ଜୋର ଧରିଛି। ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ଏବେ ପର୍ଯ୍ୟଟକମାନଙ୍କୁ ଯିବାକୁ ଅନୁମତି ଦିଆଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେ ପରିବାର ସହ ଆସି ପୀଠ ଦର୍ଶନ କରିବା ସହ ପ୍ରାକୃତିକ ଭରା ପାହାଡ଼ ବୁଲିବାର ମଜା ନେଉଥିବା ଦେଖାଯାଇଛି ।

ହେଲେ କିଛି ଅସାମାଜିକ ଯୁବକ ଆଡ୍ଡା ଜମାଇବା ସହ ପର୍ଯ୍ୟଟକଙ୍କ ପାଖରୁ ସୁନା,ଗହଣା, ଟଙ୍କା ଛଡାଇବା ସହ ମହିଳାମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । ସେହିପରି ପୂର୍ବରୁ ଶୈବପୀଠରେ ହତ୍ୟା ହେବାର ନଜିର ଥିବା ବେଳେ ଗତକାଲି ପଞ୍ଚଲିଙ୍ଗେଶ୍ୱର ପୀଠ ନିକଟରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଛି। ଶୈବପୀଠରେ ପୋଲିସ ଫାଣ୍ଡି ନଥିବା ବେଳେ ଏଭିଳି ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।

ତେଣୁ ଖୁବଶୀଘ୍ର ଫାଣ୍ଡି ପ୍ରତିଷ୍ଠା ଦାବି କରିବା ସହ ଗତକାଲି ଦୁର୍ଘଟଣାର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅମରେନ୍ଦ୍ର କୁମାର ପଟ୍ଟନାୟକ, ଜୟନ୍ତ କୁମାର ମହାଳିକ,ଉମାକାନ୍ତ ମହାଳିକ,ବିକାଶ କୁମାର ସାହୁ,ସୋମନାଥ ନାୟକ,ସର୍ବେଶ୍ୱର ପରିଡା,ଦେବେନ୍ଦ୍ର କୁମାର ପଣ୍ଡା,ରମାକାନ୍ତ ପରିଡା,ଜୟନ୍ତ କୁମାର ସ । ଖୁବଶୀଘ୍ର ଫାଣ୍ଡି ପ୍ରତିଷ୍ଠା ନେଇ ଲିଖିତ ଅଭିଯୋଗ ପତ୍ର ନୀଳଗିରି ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ଘଟଣାକୁ ଗୁରୁତର ସହ ନେବା ସହ ପୂର୍ବରୁ ଫାଣ୍ଡି ପାଇଁ ଲିଖିତ ଭାବେ ଏସପି ଓ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ତଥାପି ଆଉଥରେ ଦୃଷ୍ଟିଆକର୍ଷଣ କରିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.