ଆରମ୍ଭ ହେଲା ପଞ୍ଚକ, ମୃତ୍ୟୁ ପଞ୍ଚକରେ କରନ୍ତୁନି ଏଭଳି କାମ, ହୋଇପାରେ କ୍ଷତି

Published By : Prameya-News7 Bureau | June 22, 2019 IST

ଚନ୍ଦ୍ର କୁମ୍ଭ ଓ ମିନ ରାଶି ଦେଇ ଗତିକରିବା ସମୟକୁ ଜ୍ୟୋତିଷ ଶାସ୍ତ୍ରରେ ପଞ୍ଚକ ବୋଲି ଧରାଯାଏ। ପ୍ରତିମାସରେ ପଞ୍ଚକ ପଡେ। ବିଭିନ୍ନପ୍ରକାର ପଞ୍ଚକରୁ ଶନିବାର ଆରମ୍ଭ ହେଉଥିବା ପଞ୍ଚକକୁ ମୃତ୍ୟୁ ପଞ୍ଚକ କୁହାଯାଏ।  ୨୨ ଜୁନ ଶନିବାର ସକାଳୁ ପଞ୍ଚକ ଆରମ୍ଭ ହୋଇଯାଇଛି। ଏଣୁ ଆଗାମୀ ୫ ଦିନ ପର୍ଯ୍ୟନ୍ତ ସମସ୍ତ ଶୁଭ କାର୍ଯ୍ୟ ନିଷିଦ୍ଧ ହୁଏ। ଯଦି ଏହି ସମୟରେ କାହାର ମୃତ୍ୟୁବି ହୁଏ ତେବେ ଶବଦାହ କରିବା ବି ମନା। ଯଦିବା କରାଯାଏ ତେବେ ଏଥିପାଇଁ ଜ୍ୟୋତିଷିୟ ବିଦ୍ଧିବିଧାନରେ କରିବାକୁପଡିଥାଏ। ତେବେ ଆସନ୍ତୁ ଜାଣିବା ପଞ୍ଚକରେ କ’ଣ କରାଯାଏନା।

{"id":125767}

ପଞ୍ଚକକୁ ମାସର ଅଶୁଭ ସମୟ ବୋଲି ଧରାଯାଏ। ଏହି ସମୟରେ କୌଣସି ନୂଆ କାମ ଆରମ୍ଭ ହୁଏନି। ଯଦି ବା ଗୃହ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥାଏ ତେବେ ଛାତ ଢଳେଇ କରିବାକୁ ମନା କରାଯାଇଛି। ସେହିପରି ପଞ୍ଚକ ବେଳେ କାଠ ସଂଗ୍ରହ, ନୂଆ ଖଟ, ପଲଙ୍କ ତିଆରି ଆଦି ମନା କରାଯାଇଥିବା ବେଳେ ନୂଆ ବ୍ୟବସାୟ, ଆର୍ଥିକ ନେଣଦେଣ ମଧ୍ୟ କରାଯାଏନି।

{"id":125768}

ପଞ୍ଚକ ସମୟରେ ଦକ୍ଷିଣ ଦିଗକୁ ଯିବାକୁ ଜ୍ୟୋତିଷୀରେ ନିଷିଦ୍ଧ କରାଯାଇଛି। ଏହି ଦିଗକୁହିନ୍ଦୁ ଧର୍ମଶାସ୍ତ୍ରରେ ଜମଙ୍କ ଘର ବୋଲି କଳ୍ପନା କରାଯାଉଥିବାରୁ ଏହି ଦିଗରେ ଯାତାୟାତ ନିଷିଦ୍ଧ କରାଯାଇଛି। ଧନିଷ୍ଠା,ଶତଭିଷାସ ପୂର୍ବଭାଦ୍ରପଦ,ଉତ୍ତରଭାଦ୍ରପଦ ଓ ରେବତୀ ନକ୍ଷତ୍ରକୁ ନେଇ ପଞ୍ଚକ ହୋଇଥାଏ। ଏହି ସମୟରେ କୌଣସି ଶୁଭ କାର୍ଯ୍ୟର ଫଳଓଲଟା ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.