ମକର ସଂକ୍ରାନ୍ତି: ୩୭ ବର୍ଷ ପରେ ପଞ୍ଚଗ୍ରହ ଯୋଗ, ଏହି ୬ ରାଶିର ଖୋଲିବ ଭାଗ୍ୟ
14/01/2021 at 1:31 PM

୧୪/୦୧ : ଏଥର ମକର ସଂକ୍ରାନ୍ତି ରେ ପାଞ୍ଚଟି ଗ୍ରହ ମହାଯୋଗ ଗଠନ କରୁଛି। ମକର ସଂକ୍ରାନ୍ତି ଶୁଭ ଅବସରରେ କାଳପୁରୁଷର ଦଶମ ଘରେ ସୂର୍ଯ୍ୟ, ଶନି, ବୃହସ୍ପତି, ବୁଧ ଏବଂ ଚନ୍ଦ୍ରମାର ସଂଯୋଗ ରହିଛି। ଜ୍ୟୋତିର୍ବିଦ ମାନଙ୍କ ମତରେ , ୩୭ବର୍ଷ ପରେ ଏମିତି ମହାସଂଯୋଗ ଦେଖିବାକୁ ମିଳିବ. ଏହି ପଞ୍ଚଗ୍ରହ ଯୋଗ ମେଷ, ସିଂହ, ଧନୁ, ମକର ଏବଂ ମୀନ ରାଶି ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିଛି। ଗ୍ରହମାନଙ୍କର ଏହି ସଂଯୋଗ ଅନେକ ରାଶିଫଳକୁ ଭାଗ୍ୟଶାଳୀ କରିବ। ଆସନ୍ତୁ ଜାଣିବା ମକର ସଂକ୍ରାନ୍ତିରେ ଏହି ପଞ୍ଚଗ୍ରହ ସଂଯୋଗ ସମସ୍ତ ରାଶି ମାନଙ୍କ ଉପରେ କିପରି ପ୍ରଭାବ ପକାଇବ…
ମେଷ – ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କର ଅନ୍ୟ ଚାରି ଗ୍ରହ ମାନଙ୍କ ସହ ସଂଯୋଗ ହେବ। ଯାହା ଫଳରେ ମେଷ ରାଶିର ବ୍ୟକ୍ତି ମାନଙ୍କୁ ଭାଗ୍ୟ ସମ୍ପୂର୍ଣ୍ଣ ସାଥିରେ ରହିବ। ଚାକିରି କ୍ଷେତ୍ରରେ ବେଶ ଶୁଭଫଳ ପ୍ରାପ୍ତି ହେବ। ଯେଉଁମାନେ ନିଜର ଚାକିରୀ ବଦଳାଇବାକୁ ଚାହୁଁଛନ୍ତି , ସେମାନଙ୍କ ପାଇଁ ମଧ୍ୟ ସମୟ ଉତ୍ତମ ରହିବ। ଏହି ସମୟରେ ସୂର୍ଯ୍ୟଦେବ ଶନିଙ୍କ ସହ ସଂଯୋଗ କରିବେ, ତେଣୁ ତୁମର ପିତା କିମ୍ବା ପିତା ସମାନ କୌଣସି ବ୍ୟକ୍ତିଙ୍କ ସହ ମତଭେଦର ଆଶଙ୍କା ରହିଛି।
ବୃଷ – ପଞ୍ଚ ଗ୍ରହର ସଂଯୋଗରେ ଆପଣଙ୍କୁ କାର୍ଯ୍ୟ କ୍ଷେତ୍ରରେ ଲାଭ ମିଳିପାରେ। ଆର୍ଥିକ ସହାୟକ ମଧ୍ୟ ମିଳିପାରେ। ଧନ ସଞ୍ଚୟ କରିବା ପାଇଁ ଯୋଜନାବଧ ହୋଇପାରନ୍ତି। କୌଣସି ମାମଲାରେ ଅସୁବିଧା ଦେଖାଦେଇପାରେ। ଜୀବନ ସାଥି କିମ୍ବା ପ୍ରେମୀଙ୍କ ସହ ବିବାଦ ହୋଇପାରେ। ପରିସ୍ଥିତିର ସମାଧାନ ପାଇଁ ଚେଷ୍ଟା କରନ୍ତୁ। ବୃଷଭ ରାଶିର ବ୍ୟକ୍ତିବିଶେଷ ମାନେ ଟିକିଏ ସାବଧାନ ରୁହନ୍ତୁ।
ମିଥୁନ – ପଞ୍ଚ ଗ୍ରହର ଏହି ସଂଯୋଗ ପରେ ଚାକିରୀ ଏବଂ ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବା ପାଇଁ ପ୍ରଥମରୁ ଅଧିକ କଷ୍ଟ କରିବାକୁ ପଡିବ। ନୂତନ ଚାକିରୀ ଖୋଜିବାରେ କଷ୍ଟକର ହୋଇପାରେ। ଆର୍ଥିକ ପରିସ୍ଥିତି ଦେଖାଦେଇପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବାକୁ ପଡିବ। ଆପଣଙ୍କ ସ୍ୱଭାବରେ ବିରକ୍ତିଭାବ ପ୍ରକାଶ ପାଇବ।
କର୍କଟ – କର୍କଟ ରାଶିର ବ୍ୟକ୍ତି ବିଶେଷ ମାନେ ଟିକିଏ ସତର୍କ ରହିବା ଉଚିତ। ଆପଣଙ୍କ ଖର୍ଚ୍ଚ ବଢିପାରେ। ବ୍ୟବସାୟ ଜନିତ କୌଣସି ଯାତ୍ରାକୁ ଯାଇପାରନ୍ତି। କୌଣସି ବ୍ୟକ୍ତିଙ୍କ ସହ କଥାବାର୍ତା କରୁଥିବା ସମୟରେ ସାବଧାନତା ଅବଲମ୍ବନ କରିବେ। କର୍ମ କ୍ଷେତ୍ରରେ ବଡ ପଦବୀ ପାଇବାକୁ ସୁଯୋଗ ପାଇପାରନ୍ତି। ନୂତନ ଚାକିରି ପାଇପାରନ୍ତି।
ସିଂହ – ସିଂହ ରାଶିର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ରାଶିରେ ଧନ ଯୋଗ ରହିଛି। ବିଶେଷ କରି ଯେଉଁ ମାନେ ସରକାରୀ କିମ୍ବା ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କୁ ପରିଶ୍ରମରୁ ଅଧିକ ଫଳ ପ୍ରାପ୍ତ ହେବ। ଚାକିରୀ ବଦଳାଇବାକୁ ଚାହୁଁଥିଲେ ସମୟ ଅତି ଉତ୍ତମ ରହିବ, ଚାକିରୀ କ୍ଷେତ୍ରରେ ମଧ୍ୟ ଶୁଭଫଳ ମିଳିବ।
କନ୍ୟା – କନ୍ୟା ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ମଧ୍ୟମ ଫଳ ପ୍ରାପ୍ତ ହେବ। ନା ଆପଣଙ୍କର କୌଣସି କ୍ଷତି ହେବ ନା ଅଧିକ ଲାଭ ହେବାର ଯୋଗ ରହିଛି। ଋଣ ଏବଂ ଖର୍ଚ୍ଚର ସ୍ତିତି ପୂର୍ବରୁ ଜେମିତି ଥିଲା ସେମିତି ରହିବ। ପରିବାରରେ ସୁଖଶାନ୍ତି ରହିବ। ସନ୍ତାନସନ୍ତତୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ଆଗାମୀ ସମୟ ଖୁବ ଭଲ ରହିବ।
ତୁଳା – ଆର୍ଥିକ କ୍ଷେତ୍ରରେ ସାମାନ୍ୟ ଭଲ ରହିବ। ଗୃହରେ ବନ୍ଧୁ ଆଗମନ ହୋଇପାରେ। ଜମିବାଡ଼ି କିଣା ବିକାରେ ଧନ ଅର୍ଜନ କରିପାରନ୍ତି। ଖର୍ଚ୍ଚ ବଢିବ, କିନ୍ତୁ ସୁବିଧାରେ କିଛି ଅଭାବ ଦେଖା ଦେବା ନାହିଁ। ବନ୍ଧୁମାନଙ୍କ ସହ ସୁସମ୍ପର୍କ ରହିବ।
ବିଛା – ଏହି ପଞ୍ଚଗ୍ରହ ସଂଯୋଗ ପାଇଁ ଆପଣଙ୍କ ଭାଗ୍ୟ ସାଥିରେ ରହିବ ଏବଂ ନିଜର ପ୍ରୟାସ ପାଇଁ ସଫଳତା ପ୍ରାପ୍ତ କରିବେ। ପୁରୁଣା ସମ୍ପର୍କରୁ ଲାଭ ମିଳିବ। ଶତ୍ରୁମାନେ ସକ୍ରିୟ ରହିବେ କିନ୍ତୁ ନିଜର ସତର୍କତା ପାଇଁ ସେମାନଙ୍କୁ ପାରଦତ କରିବାରେ ସଫଳ ହେବେ। ଦୂର ଯାତ୍ରା ନକରିବା ଲାଭଦାୟକ ହେବ। ଭାଇ, ଭଉଣୀ ଏବଂ ସମ୍ପର୍କୀୟଙ୍କ ସହଯୋଗ ମିଳିବ।
ଧନୁ – ଧନୁ ରାଶିର ବ୍ୟକ୍ତି ବିଶେଷମାନଙ୍କ ପାଇଁ ଶୁଭଫଳ ପ୍ରାପ୍ତ ହେବ। ଆପଣଙ୍କ ରାଶିରେ ଧନ ଯୋଗ ରହିଛି। ଆର୍ଥିକ କ୍ଷେତ୍ରରେ ଶୁଭ ଫଳ ରହିଛି। ଆପଣଙ୍କ ଖର୍ଚ୍ଚ ବଢିପାରେ। କୌଣସି ଛୋଟ ଯୋଜନାରେ ପ୍ରବେଶ କରିବା ଆପଣଙ୍କ ପାଇଁ ଲାଭ ହେବ।
ମକର – ବ୍ୟବସାୟ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ସମୟ ଶୁଭ ରହିବ। କାର୍ଯ୍ୟ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ରହିଛି। ଛାତ୍ରମାନେ ସେମାନଙ୍କ କାର୍ଯ୍ୟ ଦକ୍ଷତାରେ ବୃଦ୍ଧି ପାଇବେ। ଚାକିରୀ ଏବଂ ଉଚ୍ଚ ଶିକ୍ଷା ମାମଲାରେ ଶୁଭ ସମାଚାର ପାଇବେ। ବିଶେଷ କରି ଯେଉଁ ମାନେ ନୂଆ କୋର୍ସ ଅଧ୍ୟୟନ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ସମୟ ବହୁତ ଭଲ ରହିବ।
ମୀନ – ମୀନ ରାଶିର ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଶୁଭ ଫଳ ପ୍ରାପ୍ତ ହୋଇପାରେ। ପୂର୍ବରୁ ରହିଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। କାର୍ଯ୍ୟ କ୍ଷେତ୍ରରେ ଲକ୍ଷ ପ୍ରାପ୍ତ କରିବେ। ରାଶିରେ ଅନ୍ୟ ଗ୍ରହର ପ୍ରବେଶ କାରଣରୁ କାର୍ଯ୍ୟ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିବେ। ଆୟରେ ମଧ୍ୟ ବୃଦ୍ଧି ହେବାର ଯୋଗ ରହିଛି।