ଏହି ଭାରତୀୟ କମ୍ପାନୀ କରୋନା ଭ୍ୟାକ୍ସିନର ଆନିମଲ୍ ଟ୍ରାଏଲ୍ ସଫଳ, ଆମେରିକୀ ଫାର୍ମା ସହ ଚୁକ୍ତି

Published By : Prameya-News7 Bureau | June 11, 2020 IST

ନୂଆଦିଲ୍ଲୀ ୧୧।୬:  କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିବା ଲାଗି ବିଶ୍ବର ବଡରୁ ବଡ କମ୍ପାନୀ ଲାଗିଛନ୍ତି । ଏବେ ଭାରତର Panacea Biotec କରୋନା ଭାଇରସ୍ ଭ୍ୟାକ୍ସିନ ପ୍ରସ୍ତୁତ କରିବା ପାଇଁ ଆମେରିକୀୟ କମ୍ପାନୀ Refana Inc ସହ ବୁଝାମଣା କରିଛନ୍ତି ।

{"id":284509,"sizeSlug":"large"}

ଇନଆକ୍ଟିଭେଟେଡ୍ ଭାଇରସ୍ ବେସଡ ଭ୍ୟାକ୍ସିନ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଉଭୟ କମ୍ପାନୀ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ ହୋଇଛି । ଏହା ଭାରତୀୟ କମ୍ପାନୀ ରେଫାନା ସହ ମିଶି କୋଭିଡ୍-୧୯ର ସମ୍ଭାବ୍ୟ ଟୀକାର ୫୦ କୋଟିରୁ ଅଧିକ ଡୋଜ୍ ପ୍ରସ୍ତୁତ କରିବାକୁ ଚାହୁଁଛି । ଏଥିମଧ୍ୟରୁ ୪ କୋଟିରୁ ଅଧିକ ଡୋଜ୍ ଆଗାମୀ ବର୍ଷ ଉତ୍ପାଦନର ଲକ୍ଷ ରଖାଯାଇଛି ।

{"id":284510,"sizeSlug":"large"}

ଏ ନେଇ Panacea Biotecର ପ୍ରବନ୍ଧ ନିର୍ଦ୍ଦେଶକ ରାଜେଶ ଜୈନ କହିଛନ୍ତି ଯେ, ବିଶ୍ବକୁ ଏକ ସୁରକ୍ଷିତ ଏବଂ ପ୍ରଭାବୀ ଟୀକର ଆବଶ୍ୟକତା ରହିଛି । ଯାହାର ବହୁଳ ଭାବେ ଉତ୍ପାଦନ କରାଯାଇ ସାରା ବିଶ୍ବର ଚାହିଦା ପୂରଣ କରାଯାଇପାରିବ ।

{"id":284511,"sizeSlug":"large"}

ବୁଝାମଣା ଅନୁଯାୟୀ Panacea Biotec ପ୍ରଡକ୍ଟସ ଡେଭଲପମେଣ୍ଟ ଏବଂ କମର୍ସିଆଲ ମାନୁଫ୍ୟାକଚରିଂର ଦାୟିତ୍ବ ନେବ । ସେହିଭଳି ଡଏଣ୍ଟ ଭେନଚର ଏଣ୍ଟିଟି କ୍ଲିନିକାଲ ଡେଭଲପମେଣ୍ଟ ଏବଂ ରେଗୁଲାରିଟି ସବମିଶଂସ ଉପରେ କାମ କରିବ ।  ଉଭୟ କମ୍ପାନୀ ମଧ୍ୟରେ ଏହି ଭ୍ୟାକ୍ସିନ ଉପରେ ୫୦-୫୦ ଭାଗିଦାରୀ ରହିବ ।

{"id":284512,"sizeSlug":"large"}

ରାଜେଶ ଜୈନ୍ ଏକ ଚ୍ୟାନେଲ ସହ କଥା ହେବା ସମୟରେ କହିଛନ୍ତି ଯେ, ଏହି ଭ୍ୟାକ୍ସିନର ଆନିମଲ ଟ୍ରାଏଲ ହୋଇସାରିଛି । ଯାହା ଏ ପର୍ଯ୍ୟନ୍ତ ସୁରକ୍ଷିତ ଏବଂ ପ୍ରଭାବୀ ରହିଛି । ସେ କହିଛନ୍ତି ଯେ, ଅଗଷ୍ଟ କିମ୍ବା ସେପ୍ଟେମ୍ବର ମଧ୍ୟରେ ହ୍ୟୁମାନ ଟ୍ରାଏଲ ପାଇଁ ଡ୍ରଗ୍ସ ଅଥୋରିଟିଙ୍କ ମଞ୍ଜୁରୀ ପାଇଁ ଆବେଦନ କରିବେ ।

{"id":284513,"sizeSlug":"large"}

Panacea Biotecର ଯୋଜନା ଅନୁଯାୟୀ ଅକ୍ଟୋବରରେ ହ୍ୟୁମାନ ଟ୍ରାଏଲର ଫେଜ୍-୧ ଆରମ୍ଭ କରାଯିବ । ଏହାସହ କମ୍ପାନୀ ଭାକ୍ସିନର ପ୍ରଡକ୍ସନ ମଧ୍ୟ ଆରମ୍ଭ କରିଦେବ । ଡିସେମ୍ବର ୨୦୨୦ ଏବଂ ଜାନୁଆରୀ ୨୦୨୧ ରେ ପ୍ରତ୍ୟେକ ମାସ ୪୦ ମିଲିୟନ ଭ୍ୟାକ୍ସିନ ଡୋଜ୍ ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖାଯାଇଛି । ଏହି ଭ୍ୟାକ୍ସିନର ଷ୍ଟୋରେଜଠାରୁ ଆରମ୍ଭ କରି ଟ୍ରାନ୍ସପୋର୍ଟେସନ ଅତ୍ୟନ୍ତ ସହଜ ହେବ ।

{"id":284514,"sizeSlug":"large"}

ସେ କହିଛନ୍ତି ଯେ, କମ୍ ମୂଲ୍ୟରେ ଭ୍ୟାକ୍ସିନ ଉପଲବ୍ଧ କରାଇବାକୁ ଯୋଜନା ରଖାଯାଇଛି । ସଫଳତା ମିଳିବା ପରେ ଭାରତରେ ବ୍ୟବହାର ସହ ବିଦେଶକୁ ମଧ୍ୟ ଏକ୍ସପୋର୍ଟ କରାଯିବାର ଯୋଜନା ରହିଛି । ସେ କହିଛନ୍ତି ଯେ, ଅନ୍ୟ କମ୍ପାନୀ ଦ୍ବାରା ପ୍ରସ୍ତୁତ ଭ୍ୟାକ୍ସିନଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଏହା ସଫଳ ହେବାର ଆଶା ମଧ୍ୟ ଅଧିକ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.