ସ୍ୱାସ୍ଥ ପାଇଁ ବରଦାନ ହେଲା ମିଠା ପାନ
8/02/2019 at 5:54 PM

ବରଯାତ୍ରୀଙ୍କର ସ୍ୱାଗତ କରାଯିବା ପାଇଁ ହେଉ କିମ୍ୱା ପୂଜା ପର୍ବ ପାଇଁ ହେଉ, ସବୁ ଶୁଭ ଅବସରରେ ପାନର ବିଶେଷ ଭୂମିକା ରହିଛି । ସୁପାରୀ, ଚୁନ, ଗୁଆ ଓ ଅନ୍ୟାନ ମିଶ୍ରଣରୁ ହୋଇଥିବା ପାନ କେବଳ ଖାଇବାରେ ସ୍ୱାଦ ଦିଏନି, ଏହା ଶରୀରକୁ ମଧ୍ୟ ରୋଗମୁକ୍ତ କରିଥାଏ। ପାନ ପତ୍ରରେ ଅନେକ ରୋଗ ମମ୍ପୂର୍ଣ୍ଣ ଭାବେ ଭଲ ହୋଇଯାଏ। ଜାଣନ୍ତୁ ପାନ ପତ୍ରର ଔଷଧିୟ ଗୁଣ।

ପାନ ଖାଇବା ପାଚନ ପ୍ରକ୍ରିୟା ପାଇଁ ଲାଭଦାୟକ ହୋଇଥାଏ। ଏହା ସାଲିଭେରୀ ଗ୍ଲାଣ୍ଡକୁ ସତେଜ କରି ଲାଳ ସୃଷ୍ଟି କରିବାରେ ସହଯୋଗ କରେ। ଏହା ଖାଇବା ପଦାର୍ଥକୁ ଛୋଟ ଛୋଟ ଖଣ୍ଡ କରିବା କାମ କରେ। କୋଷ୍ଠକାଠିନ୍ୟ ସମସ୍ୟା ଥିବା ଲୋକଙ୍କ ପାଇଁ ପାନ ପତ୍ର ଚୋବେଇବା ବେଶ ଭଲ ହୋଇଥାଏ। ଗ୍ୟାସଟିକ, ଅଲସର ଥିଲେ ପାନ ଖାଇବା ଉଚିତ୍। ପାନ ପତ୍ରରେ ଏମିତି କିଛି ଔଷଧିୟ ଗୁଣ ଅଛି ଯାହା ବେକ୍ଟେରିଆର ପ୍ରଭାବକୁ କମ କରିବାରେ ସହଯୋଗ କରିଥାଏ।

ମୁହଁର ଗନ୍ଧ ଦୂର କରିବା ପାଇଁ ପାନ ଖାଇବା ଭଲ ହୋଇଥାଏ। ଦାନ୍ତ ମାଢି ଫୁଲିଲେ ପାନ ଖାଇବା ଦାନ୍ତ ପାଇଁ ଫାଇଦା ହୋଇଥାଏ। ଥଣ୍ଡା ହୋଇଥିଲେ ପାନକୁ ମହୁ ସହ ଖାଇଲେ ଶରୀର ପାଇଁ ଭଲ ହୋଇଥାଏ। ପାନରେ ଥିବା ଏନାଲଜେସିକ୍ ଗୁଣ ମୁଣ୍ଡ ବିନ୍ଧା ଦୂର କରେ। ଆଘାତ ଲାଗିଥିଲେ ପାନ ଖାଇବା ଦ୍ବାରା ଘା ଶୀଘ୍ର ଠିକ୍ ଭଲହୋଇଯାଏ। କାଶ ହେଉଥିବା ବେଳେ ପାନରେ ଜୁଆଣୀ ମିଶେଇ ଖାଇଲେ କାଶ କମିଯାଏ। ତେବେ ଜର୍ଦା ଓ ଗୁଟଖାଯୁକ୍ତ ପାନ ଦେହ ପାଇଁ କ୍ଷତିକାରକ ହୋଇଥାଏ ।
ବିବାହ ପାଇଁ କାର୍ଡ ଛାପିବା ପରେ ଏହି ପ୍ରେମିକାଙ୍କ ସହ ସଲ
Related Posts
କଦଳୀ ପତ୍ରରେ ଭୋଜନ କରିବା କେତେ ସ୍ୱାସ୍ଥ୍ୟକର ?
24 January 2021
ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଗ୍ରୀନ୍ ମଟର, ଜାଣନ୍ତୁ ଏହାର କିଛି ଉପଯୋଗିତା
23 January 2021