ଦେଶକୁ ଚୁନା ଲଗାଇଲେ ଦେଶର ପାନ ମସାଲା କମ୍ପାନୀ, ମିଳିଲା ୪୦୦ କୋଟି ଟଙ୍କାର କଳା କାରବାର

Published By : Prameya-News7 Bureau | July 30, 2021 IST

ନୂଆଦିଲ୍ଲୀ ୩୦।୦୭: ଦେଶକୁ କୋଟିଏ କି ଦୁଇ କୋଟି କି ଶହେ କୋଟି ନୁହେଁ ୪୦୦ କୋଟିର ଚୁନା ଲଗାଇଲେ ପାନ ମସାଲା କମ୍ପାନୀ। ଆୟକର ବିଭାଗ ଉତ୍ତର ଭାରତର ଏକ ପାନ ମସାଲା ଉତ୍ପାଦନ ୟୁନିଟ୍ ଉପରେ ଚଢାଉ କରି ୪୦୦ କୋଟି ଟଙ୍କାରୁ ଅଧିକ ବେନାମୀ ନେଣଦେଣର ଖୁଲାସା କରିଛି। ଆୟକର ବିଭାଗ ଗୁରୁବାର କାନପୁର, ଦିଲ୍ଲୀ, ନୋଏଡା, ଗାଜିଆବାଦ ଓ କୋଲକାତାରେ କମ୍ପାନୀର ୩୧ ପରିସରରେ ଚଢାଉ ହୋଇଛି। ଏହି ସଂସ୍ଥା ରିୟଲ ଷ୍ଟେଟ୍ ବ୍ୟବସାୟୀ ମଧ୍ୟ କରୁଛି।

ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସେସ୍(ସିବିଡିଟି) ସମୂହର ନାମ ଖୁଲାସା ନକରି କହିଛି ଯେ, ପ୍ରାରମ୍ଭିକ ତଦନ୍ତରେ ୪୦୦ କୋଟିରୁ ଅଧିକ ବେଆଇନ ନେଣଦେଣ ହୋଇଥିବା ଜଣା ପଡିଛି। ଏହି ସଂସ୍ଥା ପାନ ମସାଲାର ବେଆଇନ ବିକ୍ରି ଓ ରିୟଲ ଷ୍ଟେଟର ବେନାମୀ କାରବାରରୁ ମୋଟା ଅଙ୍କର ଅର୍ଥ ରୋଜଗାର କରୁଛି। ସଂସ୍ଥାର ବ୍ରାଣ୍ଡରେ ଟଙ୍କା ସଂଗ୍ରହ ହେଉଥିଲା।

ଚଢାଉ ବେଳେ ୫୨ ଲକ୍ଷ ଟଙ୍କା ନଗଦ ଏବଂ ୭ କିଲୋଗ୍ରାମର ସୁନା ମଧ୍ୟ ଜବତ ହୋଇଛି। ଇନକମ ଟ୍ୟାକ୍ସ ବିଭାଗର କାର୍ଯ୍ୟାନୁଷ୍ଠାନରେ ଜବତ କାଗଜପତ୍ରରେ କମ୍ପାନୀର ନେଟଓ୍ଵର୍କ ଏବଂ କଳା କାରବାର ବିଷୟରେ ଜଣା ପଡିଛି। ସଂସ୍ଥାର ନିର୍ଦ୍ଦେଶକଙ୍କ ପାଖରେ କୌଣସି ଆର୍ଥିକ ସାଧନ ନାହିଁ ତଥାପି ମାଲାମାଲ ହେଉଛନ୍ତି। କମ୍ପାନୀ ରିୟଲ ଷ୍ଟେଟ୍ ସମୂହକୁ ତିନି ବର୍ଷରେ ୨୬୬ କୋଟି ଟଙ୍କାର ଲୋନ ଏବଂ ଅଗ୍ରୀମ ଟଙ୍କା ଦେଇଛି। ସବୁ ଦିଗକୁ ନେଇ ତଦନ୍ତ ଜାରି ରହିଥିବା ସିବିଡିଟି କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.