ଆଜିଠାରୁ ବଦଳିଲା ପ୍ୟାନ କାର୍ଡ଼

Published By : Prameya-News7 Bureau | December 05, 2018 IST

ନୂଆଦିଲ୍ଲୀ ୫/୧୨: ଯଦି ଆପଣ ପ୍ୟାନ୍ କାର୍ଡ଼ ବ୍ୟବହାର କରୁଛନ୍ତି ତେବେ ଏହି ଖବର ଜାଣିବା ଆପଣଙ୍କ ପାଇଁ ନିତାନ୍ତ ଜରୁରୀ। ଆୟକର ବିଭାଗରେ ପ୍ୟାନ କାର୍ଡ଼ର ନିୟମରେ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନ ଆଜିଠାରୁ ଲାଗୁ କରାଯାଇଛି। ପରିବର୍ତ୍ତନ ହୋଇଥିବା ନିୟମଗୁଡ଼ିକ ହେଲା ଯଦି କୈାଣସି ବ୍ୟକ୍ତିଙ୍କ ପିତା-ମାତା ଅଲଗା ହୋଇଯାଇଛନ୍ତି ଏବଂ ସେହି ପରିସ୍ଥିତିରେ ପ୍ୟାନ୍ କାର୍ଡ଼ରେ ପିତାଙ୍କ ନାମ ଦେବା ଜରୁରୀ ନୁହେଁ। ଆବେଦକ ପ୍ୟାନ୍ କାର୍ଡ଼ରେ ନିଜ ମାଆଙ୍କ ନାଁ ମଧ୍ୟ ଦେଇପାରିବେ। ଏହା ପୂର୍ବରୁ ପ୍ୟାନ୍ କାର୍ଡ଼ରେ ପିତାଙ୍କ ନାଁ ଦେବା ଜରୁରୀ ଥିଲା। କିନ୍ତୁ ବର୍ତ୍ତମାନ ପ୍ୟାନ୍ କାର୍ଡ଼ର ନିୟମକୁ ସଂଶୋଧନ କରାଯାଇଛି। ବର୍ତ୍ତମାନ ଆବେଦନ କରାଯାଉଥିବା ଫର୍ମରେ ଏପରି ବିକଳ୍ପ ରହିଛି ଯେଉଁଥିରେ ଆବେଦକ ନିଜ ମାଆଙ୍କ ନାଁ ଲେଖିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.