Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ପାନ୍‌ ଓ ଆଧାର ଲିଙ୍କର ସମୟ ସୀମା ବୃଦ୍ଧି, ଜାଣନ୍ତୁ ଶେଷ ତାରିଖ ଓ ଅନ୍ୟସବୁ

28/09/2019 at 7:56 PM

ନୂଆଦିଲ୍ଲୀ . – କେନ୍ଦ୍ର ସରକାର ପାନ୍‌ ଓ ଆଧାର ଲିଙ୍କର ସମୟ ସୀମା ପୁଣି ଥରେ ବୃଦ୍ଧି କରିଛନ୍ତି । ଏବେ ଏହାର ଅନ୍ତିମ ସମୟସୀମା ୩୧ ଡିସେମ୍ବର ୨୦୧୯କୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ସେପ୍ଟେମ୍ବର ୩୦ ତାରିଖ ଥିଲା । ବଜେଟ୍‌ ଉପସ୍ଥାପନା ସମୟରେ ପାନ୍‌ ଓ ଆଧାର ଲିଙ୍କ ଓ ଏହାର କେତକ ନିୟମରେ ପରିବର୍ତ୍ତନ ବିଷୟରେ ଘୋଷଣା କରାଯାଇଥିଲା । ସିବିଡିଟି ପାନ୍‌ ଓ ଆଧାର ଲିଙ୍କ କରିବର ଶେଷ ତାରିଖ ଡିସେମ୍ବର ୩୦, ୨୦୧୯ ଘୋଷଣା କରାଯାଇଛି ।

ଆପଣ ନିମ୍ନରେ ଦିଆଯାଇଥିବା ଲିଙ୍କରେ ଆପଣ ଆପଣଙ୍କର ପାନ୍‌ ଆଧାର ଲିଙ୍କ ହୋଇଛି କି ନାହିଁ ସେ ବିଷୟରେ ଜାଣି ପାରିବେ ।
https://www1.incometaxindiaefiling.gov.in/e- FilingGS/Services/AadhaarPreloginStatus.html

ଆଧାର ଓ ପାନ୍‌ କାର୍ଡ ଲିଙ୍କ କରିବା ପାଇଁ ଆପଣଙ୍କୁ ଇନ୍‌କମ୍‌ ଟ୍ୟାକ୍ସର ଓ୍ୱେବସାଇଟ୍‌ରୁ ଯିବାକୁ ପଡିବ । ଏହାର ଅଫିସିଆଲ୍‌ ଓ୍ୱେବସାଇଟ୍‌ ହେଉଛି ( www.incometaxindiaefiling.gov.in ) । ଏଥିରେ ଥିବା ପ୍ୟାନ ଆଧାର ଲିଙ୍କ୍‌ ଉପରେ କ୍ଲିକ କରିବାକୁ ପଡିବ । ଏଥିରେ ଆବଶ୍ୟକ ଥିବା ସ୍ଥାନରେ ନିଜର ନମ୍ବର ଦିଅନ୍ତୁ ।
ନିଜର ନାମ ଓ ସଠିକ୍‌ କାଟାଗୋରୀରେ ସମ୍ପୂର୍ଣ୍ଣ ତଥ୍ୟ ଦିଅନ୍ତୁ ।

ଏଥିରେ ବି ଦିଆଯାଇଥିବା ଇମେଜ୍‌ କୋଡ୍‌କୁ ଠିକ୍‌ ଭାବେରେ ଭରିବାକୁ ପଡିବ । ପରେ ଆପଣଙ୍କ ମୋବାଇଲ୍ ନମ୍ବରକୁ ଏକ ଓଟିପି ଆସିବ । ନହେଲେ ଏହାର ଏକ ବିକଳ୍ପ ବି ଓ୍ୱେବସାଇଟ୍‌ରେ ଉପଲବ୍ଧ ଅଛି । ସଥିରେ କ୍ଲିକ କରି ପାରିବେ ।
ନିଜର ପାନ୍‌ ଓ ଆଧାର ସଂଖ୍ୟା ଉପଯୁକ୍ତସ୍ଥାନରେ ଦେଇ ଆପଣ ପାନ୍‌ ଓ ଆଧାର ଲିଙ୍କ କରି ପାରିବେ ।

   Related Posts