Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗାଙ୍ଗୁଲିଙ୍କୁ ହରାଇଲେ ଶାହ : ୧ ରନରେ ପରାସ୍ତ ହେଲା ଦାଦାଙ୍କ ଟିମ୍
  • ||
  • ବାତ୍ୟା ପାଇଁ ଟ୍ରେନ ବାତିଲ, ଯାତ୍ରୀଙ୍କୁ ଟ୍ରେନର ଷ୍ଟକ୍ ରଖିବାକୁ ଅନୁରୋଧ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ସଂକ୍ରମିତ, ୧୦୫୦୦୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଚିଲିକାରେ ବଢୁଛି ବର୍ଷା ଓ ପବନ, ରାସ୍ତାଘାଟ ଖାଁ ଖାଁ
  • ||
  • ଅନୁଗୁଳ : ଟ୍ରକ-ଇନୋଭା ମୁହାଁମୁହିଁ ଧକ୍କା, ୨ ମୃତ
  • ||
  • ନୟାଗଡ : ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ, ଏକାସାଙ୍ଗେ ୬ଟି ସ୍ଥାନରେ ରେଡ୍
  • ||
  • ପୃଥିବୀକୁ ବଡ ବିପଦ ! ମାଡି ଆସୁଛି ଗ୍ରହାଣୁ, ମାଡ ହେଲେ ପରମାଣୁ ବୋମାଠୁ ଭୟଙ୍କର ବିସ୍ଫୋରଣ
  • ||
  • ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ରାଇଫଲରୁ ଗୁଳି ଚଳାଇ ହାରିଲେ ଜୀବନ
  • ||
  • ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ
  • ||
  • ଜଓ୍ୱାଦ ପ୍ରଭାବ : ମାଡି ଆସିବ ସମୁଦ୍ର, ଉଠିବ ବଡ ଜୁଆର
  • ||

ପାନ୍ କାର୍ଡ ସହ ଆଧାର ଲିଙ୍କ୍ ସମୟସୀମା ବୃଦ୍ଧି, ଜାଣନ୍ତୁ ଶେଷ ତାରିଖ ଏବଂ କେମିତି କରିବେ ଲିଙ୍କ୍

31/12/2019 at 9:45 AM

ନୂଆଦିଲ୍ଲୀ ୩୧।୧୨: ପାନ୍ କାର୍ଡ ସହ ଆଧାର କାର୍ଡକୁ ଲିଙ୍କ୍ କରାଇବାର ସମୟସୀମା ୨୦୨୦ ମସିହା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସମୟସୀମା ଆହୁରି ତିନି ମାସ ପର୍ଯ୍ୟନ୍ତ ବଢାଇଛି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) । ଏ ନେଇ ସିବିଡିଟି ପକ୍ଷରୁ ସୂଚନା ଦିଆଯାଇଛି । ଏହା ପୂର୍ବରୁ ଶେଷ ତାରିଖ ୩୧ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ ରହିଥିଲା ।

ସିବିଡିଟି ପକ୍ଷରୁ ଟ୍ବିଟର ଯୋଗେ ସୂଚନା ଦିଆଯାଇଛି ଯେ, ଆୟକର ଅଧିନିୟମ ୧୯୬୧ର ଧାରା ୧୩୯ (ଏ) (ଏ) ର ଉପଧାରା ୨ ଅନୁଯାୟୀ ପାନ୍ କାର୍ଡ ସହ ଆଧାର କାର୍ଡର ଲିଙ୍କ୍ କରାଇବାର ଶେଷ ତାରିଖ ୩୧ ଡିସେମ୍ବର ୨୦୧୯ରୁ ବଢାଯାଇ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ପାନ୍ କାର୍ଡ ସହ ଆଧାର କାର୍ଡ ଲିଙ୍କ୍ କରାଇବା ତାରିଖ ଏଥରକୁ ମିଶାଇ ୮ଥର ବୃଦ୍ଧି କରାଯାଇଛି । ପାନ୍ କାର୍ଡ ସହ ଆଧାର କାର୍ଡ ସଂଯୋଗ ହୋଇନଥିଲେ ତାହାର ବ୍ୟବହାର କୌଣସି ପ୍ରକାରର ନେଣଦେଣ କାମରେ ହୋଇପାରିବନାହିଁ । ଗତ ବର୍ଷ ସେପ୍ଟେମ୍ବର ମାସରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଆଧାର କାର୍ଡ ଯୋଜନାକୁ ସାମ୍ବିଧାନିକ ଘୋଷଣା କରିଥିଲେ ।

ନିମ୍ନରେ ଦିଆଯାଇଥିବା ଲିଙ୍କ୍‌ରେ ଆପଣ ଆପଣଙ୍କର ପାନ୍‌ କାର୍ଡ ସହ ଆଧାର କାର୍ଡର ଲିଙ୍କ୍ ହୋଇଛି କି ନାହିଁ ସେ ବିଷୟରେ ଜାଣି ପାରିବେ :
https://www1.incometaxindiaefiling.gov.in/eFilingGS/Services/AadhaarPreloginStatus.html

କେମିତି କରିବେ ପାନ୍ ଓ ଆଧାର କାର୍ଡ ଲିଙ୍କ୍ :

ପାନ୍‌ ଓ ଆଧାର କାର୍ଡ ଲିଙ୍କ୍ କରିବା ପାଇଁ ଆପଣଙ୍କୁ ଇନ୍‌କମ୍‌ ଟ୍ୟାକ୍ସର ଓ୍ବେବସାଇଟକୁ ଯିବାକୁ ପଡିବ । ଏହାର ଅଫିସିଆଲ୍‌ ଓ୍ବେବସାଇଟ୍‌ ହେଉଛି ( www.incometaxindiaefiling.gov.in ) । ଏଥିରେ ଥିବା ପାନ୍ ଆଧାର ଲିଙ୍କ୍‌ ଉପରେ କ୍ଲିକ୍ କରିବାକୁ ପଡିବ । ଏଥିରେ ଆବଶ୍ୟକ ଥିବା ସ୍ଥାନରେ ନିଜର ନମ୍ବର ଦିଅନ୍ତୁ ।
ନିଜର ନାମ ଓ ସଠିକ୍‌ କାଟାଗୋରୀରେ ସମ୍ପୂର୍ଣ୍ଣ ତଥ୍ୟ ଦିଅନ୍ତୁ ।

ଏଥିରେ ବି ଦିଆଯାଇଥିବା ଇମେଜ୍‌ କୋଡ୍‌କୁ ଠିକ୍‌ ଭାବରେ ଭରିବାକୁ ପଡିବ । ପରେ ଆପଣଙ୍କ ମୋବାଇଲ୍ ନମ୍ବରକୁ ଏକ ଓଟିପି ଆସିବ । ନହେଲେ ଏହାର ଏକ ବିକଳ୍ପ ବି ଓ୍ବେବସାଇଟ୍‌ରେ ଉପଲବ୍ଧ ଅଛି । ସାଥିରେ କ୍ଲିକ୍ କରି ପାରିବେ ।
ନିଜର ପାନ୍‌ ଓ ଆଧାର ସଂଖ୍ୟା ଉପଯୁକ୍ତ ସ୍ଥାନରେ ଦେଇ ଆପଣ ପାନ୍‌ ଓ ଆଧାର କାର୍ଡ ଲିଙ୍କ୍ କରି ପାରିବେ ।

   Related Posts