ମୋଦୀଙ୍କୁ ପତ୍ର ଲେଖିଲେ ପାମେଲା ଆଣ୍ଡ୍ରେସନ୍‌- ସରକାରୀ କାର୍ଯ୍ୟକ୍ରମରେ ନିରାମିଷକୁ ପ୍ରୋତ୍ସାହନ ଦେବା ପାଇଁ ଅନୁରୋଧ

Published By : Prameya-News7 Bureau | November 29, 2019 IST

ନୂଆଦିଲ୍ଲୀ ୨୯।୧୧ - ହଲିଉଡ୍‌ ଅଭିନେତ୍ରୀ ପାମେଲା ଆଣ୍ଡ୍ରେସନ୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ପତ୍ର ଲେଖିଛନ୍ତି । ସେ ପିପୁଲସ୍‌ ଫର ଏଥିନିକ୍‌ ଟ୍ରେଟମେଣ୍ଟ ଅଫ୍ ଆନିମଲ୍‌ ବା ପେଟାର ସମ୍ମାନଜନକ ନିର୍ଦେଶକ ପଦରେ ରହିଛନ୍ତି । ଦିଲ୍ଲୀର ପ୍ରଦୁଷଣ ମାତ୍ରା ବୃଦ୍ଧି ପାଉଥିବା ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି । ଏଥିପାଇଁ ବାହେରେ ରହୁଥିବା ଗରିବ ଲୋକ ଅନ୍ୟ କର୍ମଜୀବୀ ଓ ପଶୁପକ୍ଷୀଙ୍କର ଅସୁବିଧା ହେଉଥିବା କଥା ସେ ଉଲ୍ଲେଖ କରିଛନ୍ତି ।

ପଶୁ ପକ୍ଷୀ ମୁଖା ବା ମାସ୍କ ପିନ୍ଧୁ ନଥିବାରୁ ସେମାନଙ୍କର ବହୁ ଅସୁବିଧା ହେଉଥିବା କଥା ସେ ପ୍ରକାଶ କରିଛନ୍ତି । ଏପରି ସରକାରୀ କାର୍ଯ୍ୟକ୍ରମମାନଙ୍କରେ ଆମିଷ ନକରି ନିରାମିଷ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସରକାରୀ କାର୍ଯ୍ୟକ୍ରମମାନଙ୍କରେ ନିରାମିଷକୁ ପ୍ରୋତ୍ସାହନ ଦେବା ପାଇଁ ସେ ନିବେଦନ କରିଛନ୍ତି । ସରକାରୀ କାର୍ଯ୍ୟକ୍ରମମାନଙ୍କରେ ଦୁଗ୍ଧ ବଦଳରେ ସୋୟାରେ ପ୍ରସ୍ତୁତ ଖାଦ୍ୟ କରିବା ପାଇଁ ସେ ପତ୍ରରେ ଉଲ୍ଲେଖ କରିଛନ୍ତି । ଆମିଷକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ସେ କହିଛନ୍ତି ।

ପରିବେଶ ଓ ଜଳବାୟୁ ପରିବର୍ତ୍ତନକୁ ନେଇ ପାମେଲା ଚିନ୍ତା ପ୍ରକଟ କରିଛନ୍ତି । ଏବେ ଜଳବାୟୁ ପରିବର୍ତ୍ତନ ଏକ ବଡ ସମସ୍ୟା । ଏଥିରେ ଏବେର ରିପୋର୍ଟ ଅନୁସାରେ ତିନିକୋଟି ୬୦ ୦ଲକ୍ଷରୁ ଅଧିକ ଭାରତୀୟଙ୍କ ସ୍ୱାସ୍ଥ୍ୟବସ୍ଥା ଏହି ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଭାବିତ ହେଉଥିବା କଥା ସେ ପ୍ରକାଶ କରିଛନ୍ତି । ୨୦୫୦ ବେଳକୁ ଏହାର ପ୍ରଭାବ ଅନୁଭୂତ ହେବ ବୋଲି ସେ କହିଛନ୍ତି । ଭୂତଳ ଜଳସ୍ତର କମୁଥିବା ଯୋଗୁଁ ୨୦୩୦ ବେଳକୁ ୪୦ ପ୍ରତିଶତରୁ ଅଧିକ ଭାରତୀୟଙ୍କ ପାନୀୟ ଜଳ ସମସ୍ୟା ହୋଇପାରେ ବୋଲିସ ସେ ଉଲ୍ଲେଖ କରିଛନ୍ତି ।

ନ୍ୟୁଜୁଲାଣ୍ଡ , ଚୀନ୍‌ ଜର୍ମାନ ପରି ଦେଶ ମାଂସ ଓ ଦୁଗ୍ଧଜାତ ଖାଦ୍ୟକୁ କମାଇ ନିରାମିଷ ଖାଦ୍ୟକୁ ଆପଣେଇବେ ବୋଲି ସେ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି । ଏହା ପୂର୍ବରୁ ସେ କାନାଡାର ପ୍ରଧାନମନ୍ତ୍ରୀଙ୍କୁ ନିରାମିଷଖାଦ୍ୟର ପ୍ରଚାର ପ୍ରସାର ପାଇଁ ପତ୍ର ଲେଖିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.