Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • କମିବ ତାପମାତ୍ରା, ୨୮ରୁ ବଢିବ ଶୀତ
  • ||
  • ଆଜି ୭୩ ତମ ସାଧାରଣତନ୍ତ୍ର ଦିବସ, କୋଭିଡ କଟକଣାରେ ହେବ ପତାକା ଉତ୍ତୋଳନ
  • ||
  • ଦେଶ ପାଳୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ପ୍ରଦର୍ଶିତ ହେବ ୨୧ ପ୍ରଜ୍ଞାପନ ମେଢ
  • ||

ସରକାରୀ ଚାକିରୀ ମିଳିବା ନେଇ ସଂକେତ ଦେଇଥାଏ ପାପୁଲିରେ ସୂର୍ଯ୍ୟ ଏବଂ ଗୁରୁ ପର୍ବତ ଯୋଗ

21/06/2019 at 3:40 PM

ଭୁବନେଶ୍ୱର ୨୧/୬ : ହସ୍ତରେଖା ଶାସ୍ତ୍ର ମଣିଷ ଜୀବନର ଅନେକ ରହସ୍ୟ ଖୋଲିଥାଏ । ହସ୍ତରେଖା ଶାସ୍ତ୍ର ଭବିଷ୍ୟବାଣୀ କରିଥାଏ ଯାହା ଉପରେ ସାଧାରଣତଃ ଆମେ ଅଧିକ ବିଶ୍ୱାସ କରିଥାଉ । ହସ୍ତରେଖା ଜ୍ୟୋତିଷ ଅନୁଯାୟୀ, ହାତରେ ଏମିତି କିଛି ସଂକେତ ରହିଥାଏ ଯାହାଦ୍ୱାରା ଆମେ ଜାଣିପାରୁ ଯେ ଆମକୁ ସରକାରୀ ଚାକିରୀ ମିଳିବାର ଯୋଗ ଅଛି ନା ନାହିଁ । ହାତରେ ସୂର୍ଯ୍ୟ ଏବଂ ଗୁରୁ ପର୍ବତ ଯୋଗ ଥିଲେ ସରକାରୀ ଚାକିରୀ ମିଳିବାର ଯୋଗ ଥାଏ ।

ହାତରେ ସୂର୍ଯ୍ୟ ପର୍ବତର ଅନେକ ମହତ୍ୱ ରହିଛି । ସୂର୍ଯ୍ୟଙ୍କ ସ୍ଥିତି ଯୋଗୁଁ ବ୍ୟକ୍ତିଙ୍କ ମାନସମ୍ମାନ ଜୀବନ ସାରା ବଢିଥାଏ । ହାତ ପାପୁଲିରେ ସୂର୍ଯ୍ୟ ପର୍ବତ ଅନାମିକା ଆଙ୍ଗୁଠି ତଳ ଭାଗରେ ଥାଏ । ଏହାକୁ ରିଙ୍ଗ ଫିଙ୍ଗର ମଧ୍ୟ କୁହାଯାଏ । ଯଦି ସୂର୍ଯ୍ୟ ପର୍ବତ ଅସମ୍ପୂର୍ଣ୍ଣ ଥାଏ ଏବଂ ସୂର୍ଯ୍ୟ ପର୍ବତରୁ ସିଧା ରେଖା ବାହାରିଥାଏ ତାହେଲେ ଏମାନଙ୍କୁ ସରକାରୀ ଚାକିରୀ ମିଳିବାର ସମ୍ଭାବନା ସବୁଠାରୁ ଅଧିକ ଥାଏ । 

ପାପୁଲିରେ ଗୁରୁ ପର୍ବତର ଅଭର ବହୁତ ଶୁଭ ବୋଲି ବିଚାର କରାଯାଏ । ଏଥିରେ ସିଧା ରେଖା ଥିବା ଯୋଗୁଁ ମଧ୍ୟ ସରକାରୀ ଚାକିରୀ ମିଳିବାର ଅଧିକ ଥାଏ ।

ଯେଉଁମାନଙ୍କ ହାତରେ ଭାଗ୍ୟରେଖାରୁ କୌଣସି ରେଖା ବାହାରି ଗୁରୁ ପର୍ବତ ଆଡକୁ ଯାଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ବ୍ୟକ୍ତିମାନେ ବିଶେଷକରି ପ୍ରଶାସନିକ ଅଧିକାରୀ ହୋଇଥାନ୍ତି । ଭାଗ୍ୟରେଖାରୁ ବାହାରି କୌଣସି ରେଖା ଯଦି ସିଧା ସୂର୍ଯ୍ୟ ପର୍ବତରେ ଯାଇ ମିଶେ ତାହେଲେ ସେହି ବ୍ୟକ୍ତିମାନେ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ସହଜରେ ସରକାରୀ ଚାକିରୀ ପାଇଥାନ୍ତି ।

   Related Posts