Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପାକିସ୍ତାନୀ ଟିଭି ଚ୍ୟାନେଲ ‘ଡନ୍’ ହ୍ୟାକ୍: ଉଡିଲା ତ୍ରିରଙ୍ଗା, ଦିଆଗଲା ସ୍ୱାଧିନତା ଦିବସର ସନ୍ଦେଶ, ଦେଖନ୍ତୁ ଭିଡିଓ

2/08/2020 at 10:22 PM

ଲାହୋର, ୦୨|୦୮:ପାକିସ୍ତାନୀ ଟିଭି ନ୍ୟୁଜ୍ ଚ୍ୟାନେଲ ଡନ୍‌ର ଓ୍ୱେବସାଇଟ୍ ହ୍ୟାକ୍ କରାଯାଇଥିବା ଅଭିଯୋଗ ହୋଇଛି । ଚ୍ୟାନେଲର ପ୍ରସାରଣ ବେଳେ ଏକ ବିଜ୍ଞାପନ ଚାଲୁଥିଲା ।ଏହି ସମୟରେ ହ୍ୟାକିଂ ହୋଇଥିଲା । ଅନେକ ଟ୍ୱିଟର ୟୁଜର ଏହା ଦେଖିଥିବା ଦାବି କରିଛନ୍ତି ।

ବିଜ୍ଞାପନ ସମୟରେ ହ୍ୟାକରମାନେ ଭାରତୀୟ ପତାକା ଲଗଇଥିଲେ । ଏହାସହ ଏଥିରେ ଅଗଷ୍ଟ ୧୫ ପାଇଁ ସ୍ୱାଧିନତା ଦିବସର ଶୁଭେଚ୍ଛା ମଧ୍ୟ ଦିଆଯାଇଥିଲା । ଏହି ସନ୍ଦେଶ ଚ୍ୟାନେଲରେ ଦିନ ପ୍ରାୟ ସାଢେ ୩ଟାରେ ଦେଖିବାକୁ ମିଳିତିଲା । ତେବେ ଏହା କେତେ ସମୟ ଧରି ଟିଭି ପରଦାରେ ଦେଖିବାକୁ ମିଳିଥିଲା ତାହା ଜଣାପଡି ନାହିଁ ।

ନ୍ୟୁଜ୍ ଜକି ଟ୍ୱିଟର ହାଣ୍ଡେଲରେ ପୋଷ୍ଟ କରାଯାଇଥିଲା ଯେ, ଡନ୍‌ର ଚ୍ୟାନେଲ୍ ହ୍ୟାକ୍ ହୋଇଯାଇଛି ।ଏହାମଧ୍ୟରେ ଡନ୍ ଟ୍ୱିଟ୍ କରି କହିଛି ଯେ, ମାମଲାର ଯାଂଚ ଆରମ୍ଭ ହୋଇଛି ।

   Related Posts