ପାଲଘର ସାଧୁ ହତ୍ୟା ଘଟଣାର ଅଭିଯୁକ୍ତ କରୋନା ପଜିଟିଭ୍, ୨୩ ପୋଲିସକର୍ମୀ ସମେତ ୪୩ କ୍ଵାରେଣ୍ଟାଇନରେ

Published By : Prameya-News7 Bureau | May 02, 2020 IST

ପାଲଘର ୦୨।୦୫: ମହାରାଷ୍ଟ୍ର ସ୍ଥିତ ପାଲଘର ଲିଚିଂ ମାମଲାରେ ଜଣେ ଅଭିଯୁକ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସେ କିଛି ଦିନ ହେବ ଓ୍ଵାଡା ଥାନାରେ ବନ୍ଦୀ ଥିଲା। ଅଭିଯୁକ୍ତଙ୍କୁ ପ୍ରଥମେ ପାଲଘର ଗ୍ରାମୀଣ ହସ୍ପିଟାଲର ଏକ ଆଇସୋଲେସନ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କୁ ଜେଜେ  ହସ୍ପିଟାଲର କଏଦୀ ଓ୍ଵାର୍ଡରେ ସ୍ଥାନାନ୍ତର କରାଯାଉଛି।

କୁହାଯାଉଛି ଯେ, ଅଭିଯୁକ୍ତ ଲକ୍‌ଅପ୍‌ରେ ହିଁ କରୋନା ସଂକ୍ରମିତ ହୋଇଥିଲା। ଏଠାରେ ତାଙ୍କୁ ପ୍ରାୟ ୨୦ ଅନ୍ୟ ଅଭିଯୁକ୍ତଙ୍କ ସହିତ ଗୋଟିଏ ସେଲ୍‌ରେ ରଖାଯାଇଥିଲା। ଏବେ ତାଙ୍କ ସଂସ୍ପର୍ଶରେ ଆସିଥିବା ୨୦ ଅଭିଯୁକ୍ତ ଏବଂ ୨୩ ପୋଲିସ କର୍ମୀଙ୍କୁ କ୍ଵାରେଣ୍ଟାଇନ କରାଯାଇଛି ଏବଂ ସମସ୍ତଙ୍କ ନମୂନା ସଂଗ୍ରହ କରାଯାଇଛି। ଏହାକୁ ପୋଲିସ ପ୍ରଶାସନଙ୍କ ଚିନ୍ତା ବଢି ଯାଇଛି।

ଉଲ୍ଲେଖଯୋଗ୍ୟ, ପାଲଘରରେ ଭିଡ ମଧ୍ୟରେ ଦୁଇ ଜଣ ସାଧୁଙ୍କ ସହିତ ତିନି ଜଣଙ୍କୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡରେ ମହାରାଷ୍ଟ୍ର ପୋଲିସର ଅପରାଧିକ ଯାଞ୍ଚ ବିଭାଗ(ସିଆଇଡି) ଆଉ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ୍ ୧୧୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ନଅ ଜଣ ନାବାଳକ ଅଟନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.