ପାଲଘରରେ ଦୁଇ ସାଧୁଙ୍କୁ ପିଟି ପିଟି ହତ୍ୟା ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ, ଏବେ ସୁଦ୍ଧା ଗିରଫ ହେଲେଣି ୧୭୮ ଜଣ

Published By : Prameya-News7 Bureau | October 22, 2020 IST

ପାଲଘର ୨୨/୧୦ : ମହାରାଷ୍ଟ୍ର ପାଲଘରରେ ଗତ ଏପ୍ରିଲ ମାସରେ ଦୁଇ ସାଧୁଙ୍କୁ ପିଟି ପିଟି ହତ୍ୟା ମାମଲାରେ ୨୪ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଏବେ ସୁଦ୍ଧା ୩ ଏଫଆଇଆର ରୁଜ୍ଜୁ କରାଯାଇଛି ଏବଂ ୧୭୮ ଜଣଙ୍କୁ ଗିରଫ କରାଯାଇଛି।

{"id":348827,"sizeSlug":"large"}

ମାମଲାର ଯାଞ୍ଚ କରୁଥିବା ମହାରାଷ୍ଟ୍ର ସିଆଇଡି ଅଧିକାରୀ ଇରଫାନ ଶେଖ କହିଛନ୍ତି ଯେ, ମୋବ ଲିଚିଙ୍ଗ ମାମଲାରେ ଆହୁରି ୨୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏମାନେ ଦୁଇ ସାଧୁଙ୍କ ହତ୍ୟା ମାମଲା ସହ ଜଡିତ। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଗୁରୁବାର ଦିନ କୋର୍ଟରେ ହାଜର କରାଯିବ। ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ନାବାଳକ ସାମିଲ ଅଛନ୍ତି।

{"id":348829,"sizeSlug":"large"}

ସୂଚନାଯୋଗ୍ୟ ଯେ, ଏପ୍ରିଲ ୧୬ ତାରିଖରେ ମହାରାଷ୍ଟ୍ର ପାଲଘର ଜିଲ୍ଲା ଗଢ଼ଚିଞ୍ଚଲି ଗାଁରେ କାରରେ ଥିବା ୩ଜଣଙ୍କୁ ପଥର, ବାଡ଼ି ଓ କୁରାଢ଼ୀରେ ହମଲା କରିଥିଲେ। ହମଲାର ଶିକାର ହୋଇଥିବା ୩ଜଣଙ୍କ ମଧ୍ୟରେ ଦୁଇ ଜଣ ସାଧୁ ଓ ଜଣେ ଡ୍ରାଇଭର ସାମିଲ ଥିଲେ। ୩ଜଣ ପାଲଘର ଦେଇ ସୁରଟ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିଲେ। ଗ୍ରାମବାସୀ ଏମାନଙ୍କ ଉପରେ ହମଲା କରିଥିଲେ। ଶିଶୁ ଚୋରି ଓ ଅଙ୍ଗ ତସ୍କରୀ ସନ୍ଦେହରେ ଗ୍ରାମବାସୀ ଏମାନଙ୍କୁ ହମଲା କରିଥିଲେ ଓ ପିଟି ପିଟି ହତ୍ୟା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.