Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଇସ୍ରାଏଲରେ ପାଲେଷ୍ଟାଇନର ରକେଟ୍ ହମଲା: କେରଳ ମହିଳାଙ୍କ ମୃତ୍ୟୁ

12/05/2021 at 7:03 AM

ଇସ୍ରାଏଲ୧୨/୫: ଇସ୍ରାଏଲର ପାଲେଷ୍ଟାଇନର ରକେଟ ଆକ୍ରମଣ । ଏଥିରେ ଭାରତୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ମହିଳାଙ୍କ ଜଣଙ୍କ କେରଳ ନିବାସୀ ବୋଲି ଜଣାପଡିଛି । ପରିବାର ସଦସ୍ୟ କହିବା ମୁତାବକ ଆସ୍କେଲନ୍ ସହରର ୩୧ ବର୍ଷୀୟ ସୋମିଆଙ୍କ ଘରେ ଏହି ରକେଟ୍ ପଡିଥିଲା । ମୃତ ମହିଳା ଜଣଙ୍କ ସନ୍ଧ୍ୟାରେ କେରଳରେ ଥିବା ତାଙ୍କ ସ୍ୱାମୀ ସନ୍ତୋଷଙ୍କ ସହ ଏକ ଭିଡିଓ କଲରେ କଥା ହେଉଥିବା ବେଳେ ରକେଟ ଆକ୍ରମଣ ହୋଇଥିଲା ।

ସନ୍ତୋଷଙ୍କ ଭାଇ ସାଜି ଏଜେନ୍ସିକୁ କହିଛନ୍ତି, “ମୋ ଭାଇ ଭିଡିଓ କଲ୍ ସମୟରେ ଏକ ଜୋରରେ ଶବ୍ଦ ଶୁଣିଥିଲେ । ହଠାତ୍ ଫୋନ୍ ସଂଯୋଗ ବିଚ୍ଛିନ୍ନ ହୋଇଗଲା । ତା’ପରେ ଆମେ ସଙ୍ଗେ ସଙ୍ଗେ ସେଠାରେ କାର୍ଯ୍ୟ କରୁଥିବା ଅନ୍ୟ ମାଲାୟାଲୀ ଲୋକଙ୍କ ସହ ଯୋଗାଯୋଗ କଲୁ । ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲୁ । ତାଙ୍କ ସମ୍ପର୍କୀୟ କହିଛନ୍ତି ଯେ ଇଡୁକି ଜିଲ୍ଲାର କିରିଥୋଡୁରୁ ଆସିଥିବା ସୋମିଆ ଗତ ସାତ ବର୍ଷ ଧରି ଇସ୍ରାଏଲରେ ଘରୋଇ ସହାୟତା ଭାବରେ କାର୍ଯ୍ୟ କରିଆସୁଥିଲେ । ଏହି ଘଟଣା ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି ।

ଇସ୍ରାଏଲ୍ ଏବଂ ପାଲେଷ୍ଟାଇନୀୟମାନଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି । ଆତଙ୍କବାଦୀ ଗୋଷ୍ଠୀ ଗାଜାରେ ଇସ୍ରାଏଲକୁ ରକେଟ୍ ଫିଙ୍ଗିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା । ଏହି ଆକ୍ରମଣରେ ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ପାଲେଷ୍ଟାଇନ ଅଞ୍ଚଳରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନଅ ଜଣ ଶିଶୁଙ୍କ ସମେତ ୨୦ ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ହୋଇଥିଲା ।

   Related Posts