Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଭରବ୍ରିଜ୍ ଉପରେ ବିରାଟ ଗାତ, ବିପଦସଙ୍କୁଳ ଅବସ୍ଥାରେ ଚଳାଚଳ କରୁଛି ଯାନବାହାନ
  • ||
  • ମାଟି ଘରେ ଶୋଇଥିଲେ ବୃଦ୍ଧା, ହଠାତ ମାଡି ବସିଲା କାନ୍ଥ
  • ||
  • ମାତିଛନ୍ତି ହାତୀପଲ : ଜଳକ୍ରୀଡା ପରେ ଭାଙ୍ଗୁଛନ୍ତି ଘର, ନଷ୍ଟ କରୁଛନ୍ତି ଫସଲ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୮ କୋଭିଡ୍ ପଜିଟିଭ୍
  • ||
  • ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଶିଳ୍ପନଗରୀରୁ ଗାଁ ଗହଳି ସବୁଠି ଉତ୍ସାହ
  • ||
  • ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ : ବିଜେପି କରୁଛି ୨୦ ଦିନିଆ ସେବା ସମର୍ପଣ ଅଭିଯାନ
  • ||
  • ଆଉ ଏକ ଲଘୁଚାପ : ୧୮ରୁ ବଢିବ ବର୍ଷା, ଉତ୍ତରରେ ଛେଚିବ
  • ||
  • ଭାଙ୍ଗିଗଲା ଓଭରବ୍ରିଜ୍‌ର ବିରାଟ ଖଣ୍ଡ, ୧୩ ଶ୍ରମିକ ଗୁରୁତର
  • ||
  • ଶୌଚ ପାଇଁ ଗଲା ବେଳେ ମାଡିଗଲା ଅଜଣା ଗାଡି, ୨ ମହିଳା ମୃତ
  • ||
  • ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଚକ-ଅଖ ସବୁ ଠପ୍
  • ||

କରୋନାର ହୃଦୟ ବିଦାରକ ଦୃଶ୍ୟ : ଆଇସିୟୁରେ ଭର୍ତ୍ତି ନିଜ ମା’ଙ୍କୁ ଦେଖିବାକୁ ପ୍ରତିଦିନ ହସ୍ପିଟାଲ ଝରକାରେ ବସି ରହୁଥିଲେ ଯୁବକ

21/07/2020 at 11:02 AM

ରମଲ୍ଲ ୨୧/୦୭ : କରୋନା ମହାମାରୀ ସାରା ଦୁନିଆକୁ ଦୋହଲାଇ ରଖି ଦେଇଛି | କରୋନା ସଙ୍କଟ ମଧ୍ୟରେ ଦୁନିଆର ଅନେକ ସ୍ଥାନରୁ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି | ଶେଷ ସମୟରେ ଲୋକେ ନିଜ ମାତା-ପିତା, ସମ୍ପର୍କୀୟଙ୍କୁ ଦେଖିବାକୁ ମଧ୍ୟ ବିକଳ ହୋଇଥିବା ଦୃଶ୍ୟ ଅନେକଙ୍କ ମନକୁ ଆନ୍ଦୋଳିତ କରିଛି | ପାଲେଷ୍ଟାଇନର ଏକ ହସ୍ପିଟାଲରୁ ଏହିଭଳି ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି | ଜଣେ ଯୁବକ ନିଜ ମା’ଙ୍କୁ ଦେଖିବାକୁ ହସ୍ପିଟାଲର ଝରକା ଉପରେ ବସି ରହିଛନ୍ତି | ହସ୍ପିଟାଲର ଝରକା ବହୁତ ଉପରେ ଥିଲେ ମଧ୍ୟ ଯୁବକ ଜଣକ ଶେଷ ସମୟରେ ନିଜ ମା’ଙ୍କୁ ଦେଖିବାକୁ ଝରକା ଉପରେ ଚଢି ସେଇଠି ବସି ରହିଛନ୍ତି |

ଯୁବକଙ୍କ ମା କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ | ତାଙ୍କ ମା’ଙ୍କ ଅବସ୍ଥା ଗୁରୁତର ରହିଥିଲା | ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଫଟୋରେ ଥିବା ଯୁବକ ଜଣକ ହେଲେ ଜିହାଦ ଅଲ-ସୁବେତି | ଜିହାଦଙ୍କ ମା’ ୭୩ ବର୍ଷ ବୟସ୍କ ରଶ୍ମି ସୁବେତି ଷ୍ଟେଟ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି ହୋଇଥିଲେ |

ମିଡ଼ିଆ ରିପୋର୍ଟ ଅନୁଯାୟୀ, ୩୦ ବର୍ଷ ବୟସ୍କ ଜିହାଦ ନିଜ ମା’ଙ୍କ ଗୋଟିଏ ଝଲକ ଦେଖିବାକୁ ପ୍ରତିଦିନ ହସ୍ପିଟାଲର ଏହି ଝରକା ବାହାରେ ବସି ରହୁଥିଲେ | ରଶ୍ମି କରୋନାରୁ ସୁସ୍ଥ ହୋଇପାରିନଥିଲେଏବଂ ଗତ ଗୁରୁବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା | ଏହି ଫଟୋକୁ ମହମ୍ମଦ ସାଫା ନାମକ ଜଣେ ହ୍ୟୁମାନ ରାଇଟ୍ସ ଏକ୍ଟିଭିଷ୍ଟ ସୋସିଆଲ ମିଡ଼ିଆରେ ପ୍ରଥମେ ସେୟାର କରିଥିଲେ | ସାଫା ୟୁନାଇଟେଡ଼ ନେସନରେ ଏକ ମହତ୍ଵପୁର୍ଣ ପଦବୀରେ କାର୍ଯ୍ୟରତ | ସେ ଫଟୋ ସେୟାର କରି ଟ୍ୱିଟରେ ଲେଖିଛନ୍ତି, ପାଲେଷ୍ଟାଇନର ଏହି ଯୁବକ ପ୍ରତିଦିନ ହସ୍ପିଟାଲର ଉଚ୍ଚ କାନ୍ଥରେ ଚଢି ଝରକା ଉପରେ ବସି ନିଜ ମା’କୁ ଦେଖୁଥିଲା | ତାଙ୍କ ମା ଆଇସିୟୁରେ ଭର୍ତ୍ତି ଥିଲା ଏବଂ ତାଙ୍କର କରୋନା ଚିକିତ୍ସା ଚାଲିଥିଲା | ସାଫାଙ୍କ ଏହି ଫଟୋକୁ ଆହୁରି ଅନେକ ୟୁଜର୍ସ ସେୟାର କରିଛନ୍ତି |

   Related Posts