Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଇସ୍ରାଏଲ ଏବଂ ପାଲେଷ୍ଟାଇନ ବିବାଦରେ ଭାରତର ନିରବତାକୁ ନେଇ ଗାଜା ଖପ୍ପା, ଜୟଶଙ୍କରଙ୍କୁ ଚିଠି ଲେଖିଲେ ବିଦେଶ ମନ୍ତ୍ରୀ ରିଆଦ୍ ମାଲକି

2/06/2021 at 4:35 PM

ନୂଆଦିଲ୍ଲୀ ୦୨/ ୦୬ : ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଜାରି ରହିଥିବା ବିବାଦ ଥମିବାର ନାଁ ନେଉନାହିଁ । ଉଭୟ ଦେଶ ମଧ୍ୟରେ ଯୁଦ୍ଧ ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଇସ୍ରାଏଲକୁ ତୀବ୍ର ବିରୋଧ କରି ଏକାଠି ହେବାକୁ ବିଭିନ୍ନ ଏସୀୟ ଦେଶଗୁଡିକୁ ଆହ୍ବାନ ଦେବା ସହିତ ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ (UNHRC)ଙ୍କ ସହାୟତା ଲୋଡିଥିଲା ପାଲେଷ୍ଟାଇନ୍‌ । ଭାରତକୁ ମଧ୍ୟ ଏଥିରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲା ପାଲେଷ୍ଟାଇନ୍‌ । ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ (UNHRC)ର ପ୍ରସ୍ତାବ ଉପରେ କିଛି କହିବାକୁ ରୋକଠୋକ ମନା କରିଦେବା ସହିତ ଭାରତ, ବୈଠକରେ ଅନୁପସ୍ଥିତ ରହିବା ପାଲେଷ୍ଟାଇନର ଚିନ୍ତା ବଢାଇଦେଇଛି ।
ଗାଜାର ବିଭିନ୍ନ ଅଫିସ ଏବଂ କର୍ମ ସଂସ୍ଥାନମାନଙ୍କରେ ଇସ୍ରାଏଲର ଘନଘନ ଆକ୍ରମଣ ବିରୁଦ୍ଧରେ ଯାଞ୍ଚ ପାଇଁ ଦାବି କରାଯାଇଥିଲା । ଅନ୍ୟ ୧୪ ଦେଶମାନଙ୍କ ସହିତ ଭାରତକୁ ମଧ୍ୟ ଏହି ବୈଠକରେ ସାମିଲ ହୋଇ ମତାମତ ଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଭାରତ ଏଥିରେ ସାମିଲ ହୋଇ ନାହିଁ । ଏ ନେଇ ପାଲେଷ୍ଟାଇନର ବୈଦେଶିକ ମନ୍ତ୍ରୀ ରିଆଦ ମାଲକୀ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ।
ସେ କହିଛନ୍ତି, ‘ଆନ୍ତର୍ଜାତୀୟ ସମ୍ପ୍ରଦାୟରେ ଯୋଗଦେବା, ନିଜର ଉତ୍ତରଦାୟିତ୍ବ ରଖିବା, ନ୍ୟାୟ ଏବଂ ଶାନ୍ତି ରାସ୍ତାରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିବା ଦିଗରେ ରିପବ୍ଲିକ୍ ଅଫ୍ ଇଣ୍ଡିଆ ଏକ ସୁଯୋଗ ହାତଛଡ଼ା କରିଛି। ପାଲେଷ୍ଟାଇନବାସୀଙ୍କ ସମେତ ସମସ୍ତ ଲୋକଙ୍କ ପାଇଁ ମାନବିକ ଅଧିକାରକୁ ଆଗକୁ ବଢାଇବାରେ ମାନବ ଅଧିକାର ପରିଷଦର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ଭାରତ ଅଣଦେଖା କରେ।’
UNHRC ରେ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନକୁ ଭାରତ ସ୍ୱାଗତ କରିଥିଲା, ଯାହାକି ଉଭୟ ପକ୍ଷର ମଧ୍ୟରେ ୧୧ ଦିନର ହିଂସାତ୍ମକ ସଂଘର୍ଷ ଜାରି ରହିଥିଲା । ଯିରୁଜେଲମରେ ହିଂସା, ଶେଖ ଜରାହ ଏବଂ ସିଲୱାନ ପ୍ରାନ୍ତରେ ପାଲେଷ୍ଟାଇନୀୟମାନଙ୍କୁ ଘଉଡାଇବା ପରେ ପରିସ୍ଥିତି ଆହୁରି ବିଗିଡିଯାଇଥିଲା। ଏହି ସଂଘର୍ଷରେ ଗାଜାରେ ୨୦୦ ରୁ ଅଧିକ ପାଲେଷ୍ଟାଇନୀୟ ଏବଂ ୧୦ ଜଣ ଇସ୍ରାଏଲୀୟଙ୍କ ମୃତ୍ୟୁ ଘଟିଥିଲା।

   Related Posts