Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ନେତନ୍ୟାହୁଙ୍କ ପରାଜୟରେ ସବୁଠୁ ଅଧିକ ଖୁସି ମନାଉଛି ପାଲେଷ୍ଟାଇନ, ପ୍ରଧାନମନ୍ତ୍ରୀ ମହମ୍ମଦ ଶତୟେହ କହିଲେ…

14/06/2021 at 8:10 PM

ନୂଆଦିଲ୍ଲୀ ୧୪।୦୬: ଶେଷରେ ଇସ୍ରାଏଲରେ ଘଟିଛି କ୍ଷମତାର ପରିବର୍ତ୍ତନ। ବେଞ୍ଜାମିନ ନେତନ୍ୟାହୁଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ପଡିଛି। ତାଙ୍କ ଯିବାରେ ସବୁଠୁ ଅଧିକ ଖୁସି ମନାଉଛି ପାଲେଷ୍ଟାଇନ। ପାଲେଷ୍ଟାଇନ୍ ପ୍ରଧାନମନ୍ତ୍ରୀ ମହମ୍ମଦ ଶତୟେହ ସୋମବାର କହିଛନ୍ତି, ବେଞ୍ଜାମିନ ନେତନ୍ୟାହୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ପଦରୁ ହଟିବାରୁ ଇସ୍ରାଏଲ-ପାଲେଷ୍ଟାଇନ୍‌ ସଂଘର୍ଷର ସବୁଠୁ ଖରାପ ସମୟର ଅନ୍ତ ଘଟିଛି।

ପାଲେଷ୍ଟାଇନ୍ ପ୍ରାଧିକରଣର ସାପ୍ତାହିକ କ୍ୟାବିନେଟ୍ ବୈଠକ ପୂର୍ବରୁ ଶତୟେହ କହିଛନ୍ତି, ୧୨ ବର୍ଷର କ୍ଷମତା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ପଦରୁ ହଟିବା ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ ଇତିହାସରେ ସବୁଠୁ ଖରାପ ସମୟର ଅନ୍ତ ଘଟିଛି।

ରବିବାର ଇସ୍ରାଏଲର ସଂସଦ ଦକ୍ଷିଣପନ୍ଥୀ ୟେହୁଦି ରାଷ୍ଟ୍ରବାଦୀ ନଫତାଲି ବେନେଟଙ୍କ ନେତୃତ୍ଵାଧୀନ ଏକ ନୂତନ ସରକାର ପକ୍ଷରେ ମତଦାନ କରିଥିଲା। ଏହି ମେଣ୍ଟ ସରକାରରେ ଦକ୍ଷିଣପନ୍ଥୀ, ସେଣ୍ଟର ଗ୍ରାଉଣ୍ଡ ଓ ବାମପନ୍ଥୀ ଦଳ ସହ ୟେହୁଦି ରାଜ୍ୟର ଇସଲାମିକ ରୁଢିବାଦୀ ପାର୍ଟି ମଧ୍ୟ ସାମିଲ।

ଶତୟେହ ଏହା ମଧ୍ୟ କହିଛନ୍ତି, ତାଙ୍କୁ ନୂତନ ସରକାର ସହ ପାଲେଷ୍ଟାଇନ୍‌ର ଶାନ୍ତି ରାଜିନାମାକୁ ଆଗକୁ ନେବା ନେଇ ସମ୍ଭାବନା ବିଷୟରେ ମନରେ କୌଣସି ଭ୍ରମ ନାହିଁ। ଆମେ ନୂତନ ସରକାରଙ୍କୁ ଗତ ସରକାର ସହ ତୂଳନା କରି ଖରାପ କହୁନାହୁଁ। କିନ୍ତୁ ଇସ୍ରାଏଲ ବସ୍ତିର ସମର୍ଥନରେ ନୂତନ ପ୍ରଧାନମନ୍ତ୍ରୀ ନଫତାଲି ବେନେଟଙ୍କ ଘୋଷଣାକୁ ନିନ୍ଦା କରୁଛୁ ବୋଲି ପାଲେଷ୍ଟାଇନ୍ ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି, ନୂତନ ସରକାର ଯଦି ପାଲେଷ୍ଟାଇନ୍‌ ଲୋକଙ୍କ ଭବିଷ୍ୟତ ଏବଂ ସେମାନଙ୍କର ଆଇନଗତ ଅଧିକାର ପ୍ରତି ଧ୍ୟାନ ଦେବେ ନାହିଁ ତେବେ ତାଙ୍କର କୌଣସି ଭବିଷ୍ୟତ ନାହିଁ।

   Related Posts