Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଦୁଇ ଦେଶର ସଂଘର୍ଷ ମଧ୍ୟରେ ଅଭିନେତ୍ରୀଙ୍କୁ ଲାଗିଲା ଗୁଳି, ସୋସିଆଲ ମିଡିଆରେ ଆଣିଲେ ଏମିତି ଅଭିଯୋଗ

13/05/2021 at 6:57 PM

ଜେରୁସାଲେମ ୧୩/୫: ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଥିବା ହିଂସାତ୍ମକ ସଂଘର୍ଷ ମଧ୍ୟରେ ଜଣେ ପାଲେଷ୍ଟାଇନ୍‌ ଅଭିନେତ୍ରୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଇସ୍ରାଏଲ ସେନା ତାଙ୍କୁ ପଛରୁ ଗୁଳି କରିଥିବା ନେଇ ଅଭିଯୋଗ କରିଛନ୍ତି ଅଭିନେତ୍ରୀ ମାଇସା ଅବ୍ଦ ଇଲାହଦୀ। ସେ ସୋସିଆଲ ମିଡିଆରେ ଦାବି କରିଛନ୍ତି, ଇସ୍ରାଏଲ ପୋଲିସ ତାଙ୍କ ଗୋଡ଼କୁ ଗୁଳି କରିଛି। କିନ୍ତୁ ଏବେ ତାଙ୍କ ସ୍ବସ୍ଥ୍ୟବସ୍ଥା ସ୍ଥିର ଅଛି।

ଏମିତି ଏକ ପୋ​‌ଷ୍ଟ ଜୀବନରେ କେବେ କରିବେ ବୋଲି ଭାବିନଥିଲେ ବୋଲି ଲେଖିବା ସହ ରବିବାର ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ କରୁଥିବା ବେଳେ ଗୁଳି ବାଜିଛି ବୋଲି ଉଲ୍ଲେଖ କରିଛନ୍ତି । ସେଠାରେ ସମସ୍ତ ଲୋକ ଗୀତ ମାଧ୍ୟମରେ ନିଜର କ୍ରୋଧ ପ୍ରକାଶ କରିଥିଲେ। ମୁଁ ସେଠାରେ ଗୁଣୁଗୁଣୁ ହେବା ସହ ଭିଡିଓ ଶୁଟ୍‌ କରୁଥିଲି ବୋଲି ମାଇସା ଲେଖିଛନ୍ତି। ସେ ଆହୁରି ଲେଖିଛନ୍ତି, ପ୍ରଦର୍ଶନର କିଛି ସମୟ ପରେ ଜଣେ ସୈନିକ ମୋତେ ଏକା ଦେଖି ଗୁଳି କରିଦେଇଥିଲେ।

ସେହି ସମୟରେ ମୁଁ ପାଲେଷ୍ଟାଇନ୍‌ ପତାକାର ଫଟୋ ଉଠାଉଥିଲି। ହଠାତ ଦେଖିଲି ଗୋଡ଼ରୁ ରକ୍ତ ବାହାରୁଛି। ମୋ ଚର୍ମ ଓହଳିଛି। ଏହି ସମୟ​‌ରେ ଜଣେ ଯୁବକ ମୋତେ ସହାୟତା କଲେ ଏବଂ ବାହରକୁ ଆଣିଲେ ବୋଲି ସେ ଲେଖିଛନ୍ତି। ପାଖରେ ଥିବା ଏକ ପାର୍କରେ ମୋର ଚିକିତ୍ସା କଲେ। ପ୍ରଦର୍ଶନକାରୀଙ୍କ ମଧ୍ୟରେ ଜଣେ ଡାକ୍ତର ଥିଲେ। ସେ ରକ୍ତ ରୋକିବାରେ ସାହାଯ୍ୟ କରିଥିଲେ। ଉପସ୍ଥିତ ଅନ୍ୟ ପିଲାମାନେ ଆମ୍ବୁଲାନ୍ସ ଡାକିଥିଲେ ଯାହା ଅଧଘଣ୍ଟା ପରେ ପହଞ୍ଚିଥିଲା ବୋଲି ଲେଖିଛନ୍ତି ମାଇସା ଅବ୍ଦ ଇଲାହଦୀ ।

   Related Posts