ପାଣିଘେରରେ ପଲେଇ ପଞ୍ଚାୟତବାସୀ, ଏକର ଏକର ଚାଷଜମି ଜଳମଗ୍ନ

Published By : Prameya-News7 Bureau | September 21, 2021 IST

ଚଣ୍ଡିଖୋଲ, ୨୧।୦୯ : ଲଗାଣ ବର୍ଷା ଯୋଗୁ ଗୋବରୀ ନଦୀରେ ବନ୍ୟା । ଫଳରେ ଯାଜପୁର ଜିଲ୍ଲା  ବଡ଼ଚଣା ବ୍ଲକର ବିଭିନ୍ନ ପଂଚାୟତ ଜଳବନ୍ଦୀ ଅବସ୍ଥାରେ ରହିଛି ।

ବଡ଼ଚଣା ବ୍ଲକର ପଳେଇ ପଞ୍ଚାୟତବାସୀ ଏବେବି ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ।.ଘରେ ପାଣି ପଶିବା ସହ ରାସ୍ତା ଘାଟରେ ପାଣି ଚାଲୁଛି । ଯାହା ଫଳରେ ଯୋଗାଯୋଗ ବିଛିନ୍ନ ହୋଇଛି । ଗୃହ ପାଳିତ ପଶୁ ମଧ୍ୟ ନାନା ଅସୁବିଧା ଶିକାର ହେଉଛନ୍ତି ।

wp:html /wp:html

ଗୋବରୀ ନଦୀରେ ବନ୍ୟା ହେଲେ ଜଳ ନିଷ୍କାସନ ପାଇଁ ସେଭଳି କିଛି ସୁବିଧା ନଥିବାରୁ ଦୀର୍ଘ ଦିନ ଧରି ପାଣି ଜମି ରହିଥାଏ ।  ଯାହା ଫଳରେ ଲୋକେ ନାକେଦମ ହୋଇଥାନ୍ତି ।. ଏକର ଏକର ଚାଷ ଜମିରେ ପାଣି ଜମି ରହିବା ଫଳରେ ଧାନ ଫସଲ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଚାଷୀକୂଳ ମୁଣ୍ଡରେ ହାତ ଦେଇ ବସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.