Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଚୀନକୁ ଚେକ୍‌ ଦେବାକୁ ଆମେରିକାକୁ ଆମନ୍ତ୍ରଣ, ସାମରିକ ଘାଟି ପ୍ରତିଷ୍ଠା ଲାଗି ଜାଗା ଦେବ ପଲାଉ

5/09/2020 at 5:52 PM

ନୂଆଦିଲ୍ଲୀ ୦୫/୦୯: ନିକଟରେ ପ୍ରକାଶ ପାଇଥିବା ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌ ରିପୋର୍ଟ ଚୀନକୁ ନେଇ ଦେଇଥିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । ବିଶ୍ବରେ ମହାଶକ୍ତି ହେବାକୁ ବିସ୍ତାରବାଦୀ ନୀତି ଚୀନ ଆପଣାଉଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଥିଲା । ବିଶେଷ କରି ଭାରତକୁ ନେଇ ଥିବା ତଥ୍ୟ ଚିନ୍ତା ବଢ଼ାଇଛି। ଭାରତର ୩ ପଡ଼ୋଶୀ ରାଷ୍ଟ୍ରରେ ଚୀନ ସାମରିକ ଘାଟି ପ୍ରତିଷ୍ଠା କରିବାକୁ ଯୋଜନା କରୁଥିବା ପେଣ୍ଟାଗନ ରିପୋର୍ଟରେ ପ୍ରକାଶ ପାଇଥିଲା । ଏହାସହ ମହାସାଗରୀୟ କ୍ଷେତ୍ରରେ ଚୀନ ନିଜର ସେନା ବେସ୍‌ ନିର୍ମାଣ କରି ଆମେରିକାକୁ ଚେକ୍‌ ଦେବାକୁ ଚାହୁଁଥିବା ମଧ୍ୟ ଉଲ୍ଲେଖ ଥିଲା । କିନ୍ତୁ ଏବେ ଚୀନକୁ ଚେକ ଦେବାକୁ ଆମେରିକାକୁ ହାତ କଲେଣି ଛୋଟ ଛୋଟ ଦେଶ ।

ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଦେଶ ପଲାଉ ନିଜ ଦେଶରେ ସାମରିକ ଘାଟି ନିର୍ମାଣ କରିବାକୁ ଆମେରିକାକୁ ଆମନ୍ତ୍ରଣ କରିଛି। ଚୀନକୁ ମାତ ଦେବାକୁ ଆମେରିକାର ହାତ ଧରିବାକୁ ଚାହୁଁଛି ପଲାଉ । କିନ୍ତୁ ଦିନେ ଚୀନର ଦବଦବା ପାଇଁ ଏହି ସ୍ଥାନ ଛାଡ଼ିଥିଲା ଆମେରିକା । ଆମେରିକା ପ୍ରତିରକ୍ଷା ସଚିବ ମାର୍କ ଏସପର ଗତ ସପ୍ତାହରେ ପଲାଉ ଗସ୍ତ କରିଥିଲେ। ସେଠାରେ ପହଞ୍ଚି ଚୀନର ପ୍ରଭାବ ବିସ୍ତାର ଉପରେ ଗର୍ଜିବା ସହ ଚୀନ ପଲାଉରେ ଅସ୍ଥିରତା ସୃଷ୍ଟି କରୁଥିବା ନେଇ କହିଥିଲେ। ଏହାକୁ ସ୍ବୀକାର କରିଥଲେ ପଲାଉ ରାଷ୍ଟ୍ରପତି ଟମି ରେମେଙ୍ଗସାଉ ଜୁନିୟର ।

ପରବର୍ତ୍ତୀ ସମୟରେ ଟମି ରେମେଙ୍ଗସାଉ, ମାର୍କ ଏସପର ଦେଇଥିବା ପ୍ରସ୍ତାବ ସମ୍ପର୍କରେ ଖୁଲାସା କରିଥିଲେ। ଫିଲିପାଇନ୍ସର ପୂର୍ବରେ ୧୫୦୦ କିମି ଦୂରରେ ଅବସ୍ଥିତ ଏକ ଦ୍ବିପରେ ମିଲିଟାରି ବେସ୍‌ ନିର୍ମାଣ କରିବାକୁ ମାର୍କ ଏସପରଙ୍କୁ କହିଥିବା ନେଇ କହିଛନ୍ତି ଟମି ରେମେଙ୍ଗସାଉ । ଏହାସହ ଟମି ଏସପରଙ୍କୁ ବିଦାୟ ସମୟରେ  ଏହିଠାରେ ସାମରିକ ଘାଟି ନିର୍ମାଣ କରିବାକୁ ପୁଣି ଦାବି କରିଥିଲେ ଟମି ରେମେଙ୍ଗସାଉ। ଏହାସହ ସ୍ପେନ୍‌ ଆୟତନର ଥିବା ଜଳପଥର ପାଟ୍ରୋଲିଂ ପାଇଁ ଆମେରିକା କୋଷ୍ଟଗାର୍ଡର ଏକ ୟୁନିଟ୍‌ ପ୍ରଦାନ କରୁ । ଯାହାଦ୍ବାରା ପଲାଉ ପାଟ୍ରୋଲିଂ ବାହିନୀ ପାଟ୍ରୋଲିଂ କରିବାରେ ସହାୟକ ହେବ ବୋଲି କହିଥିଲେ ରେମେଙ୍ଗସାଉ ।

ପଲାଉ ଏକ ସ୍ବାଧୀନ ଦେଶ ହୋଇଥିବା ବେଳେ ଏହାର ନିଜର ସେନା ନାହିଁ । ୧୯୯୪ରେ ଓ୍ବାସିଂଟନରେ ହୋଇଥିବା ଏକ ରାଜିନାମା ଅନୁସାରେ ପଲାଉକୁ ମାଗଣା ସୈନ୍ୟ ସେବା ଆମେରିକା ଯୋଗାଇବା କଥା । ଏହି ରାଜିନାମା ଜରିଆାରେ ଆମେରିକା କୌଣସି ବାଧା ବିନା ଏଠା​‌ରେ ନିଜର ଘାଟି ନିର୍ମାଣ କରିପାରିବ । କିନ୍ତୁ ଏବେଯାଏଁ ଆମେରିକା ଏଠାରେ କୌଣସି ସ୍ଥାୟୀ ବେସ୍‌ ନିର୍ମାଣ କରିନାହିଁ ।

ତେବେ ଏହି ରାଜିନାମାର ଫାଇଦା ପଲାଉକୁ ମିଳୁ ବୋଲି କହିଛନ୍ତି  ରେମେଙ୍ଗସାଉ । ଏହାଦ୍ବାରା ଚୀନ ବିରୋଧରେ ଛିଡ଼ା ହେବାକୁ ଆମେରିକାକୁ ବଳ ମିଳିବାକୁ ଥିବା ବେଳେ ପଲାଉର ଅର୍ଥନୀତିରେ ଅଭିବୃଦ୍ଧି ହେବ। ବିଶେଷ କରି ପର୍ଯ୍ୟଟନ କ୍ଷେତ୍ର ସୁଦୃଢ଼ ହେବ ବୋଲି କହିଛନ୍ତି ରେମେଙ୍ଗସାଉ । ଅନ୍ୟପଟେ ପଲାଉ ଚୀନ ପର୍ଯ୍ୟଟକଙ୍କୁ ସ୍ବାଗତ କରୁଥିବା ବେଳେ ଚୀନର ପ୍ରଭାବ ବିସ୍ତାରକୁ ପ୍ରତ୍ୟାଖାନ କରିଆସୁଛି । ତାଇଓ୍ବାନ, ସୋଲୋମୋନ ଦ୍ବିପପୁଞ୍ଜ ଓ କିରିବାଟିକୁ ବେଜିଂ ରାଜନୈତିକ ମାନ୍ୟତା ଦେଇଥିବା ବେଳେ ବାକିଥିବା ଗୋଟିଏ ପ୍ରଶାନ୍ତ ମହାସାଗରୀୟ ଦେଶ ପଲାଉକୁ ମିଳିନି ମାନ୍ୟତା ।

ସେପଟେ ପଲାଉର ୪୦ ପ୍ରତିଶତ ଜିଡିପି ପର୍ଯ୍ୟଟନରୁ ହିଁ ଆସୁଛି। କିନ୍ତୁ ନଭେମ୍ବର ୨୦୧୭ ପାଖରୁ ଚୀନ ସରକାର ନିଜ ଦେଶର ଲୋକଙ୍କୁ ପଲାଉ ଯିବା ଉପରେ ରୋକ ଳାଗାଇବା ପରେ ଘାଟା ସହୁଛି ଏହି ଦେଶ । ଯଦି ଆମେରିକା ଏଠା​‌ରେ ସାମରିକ ଘାଟି ନିର୍ମାଣ କରେ ତେବେ ଏଠାରେ ଆର୍ଥିକ କାରବାର ବୃଦ୍ଧି ପାଇବ । ଏହାସହ ପଲାଉର ପର୍ଯ୍ୟଟନ କ୍ଷେତ୍ରର ଅଭିବୃଦ୍ଧି ହେବା ସହ ଚୀନର ପ୍ରଭାବ କମିବ ବୋଲି ରେମେଙ୍ଗସାଉ ଆଶାପ୍ରକଟ କରିଛନ୍ତି ।

କିନ୍ତୁ ବଡ଼ କଥା ହେଉଛି ଓ୍ବାସିଂଟନରେ ହୋଇଥିବା ରାଜିନାମା ୨୦୨୪ରେ ଶେଷ ହେବାକୁ ଯାଉଥିବା ବେଳେ ରେମେଙ୍ଗସାଉ ଦ୍ବତୀୟ ଟର୍ମର କାର୍ଯ୍ୟକାଳ ମଧ୍ୟ ଆସନ୍ତା ନଭେମ୍ବର ୩ରେ ଶେଷ ହେବାକୁ ଯାଉଛି । ତେବେ ଆମେରିକା ରେମେଙ୍ଗସାଉଙ୍କ କଥା ରଖିବ କି ନାହିଁ ତା ଉପରେ ଏବେ ବିଶ୍ବର ନଜର ।

   Related Posts