ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଡିଲିଟ୍ କଲେ ପଲକ ତିୱାରୀ, ଶ୍ୱେତା-ଅଭିନବ ନୁହଁନ୍ତି ତ କାରଣ?

Published By : Prameya-News7 Bureau | May 26, 2021 IST

ନୂଆଦିଲ୍ଲୀ ୨୬/୦୫: ଆଜିକାଲି ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ବର୍ତ୍ତମାନ ତାଙ୍କ ଝିଅ ପଲକ ତିୱାରୀ ହଠାତ୍ ଲାଇମଲାଇଟକୁ ଆସିଛନ୍ତି। ଏହା ପଛର କାରଣ ହେଉଛି ପଲକଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ । ଯେଉଁଠାରେ ପଲକ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରୁଥିଲେ ଯେଉଁଥିରେ ଲକ୍ଷ ଲକ୍ଷ ଲୋକ କମେଣ୍ଟ ଏବଂ ଲାଇକ୍ କରୁଥିଲେ । କିନ୍ତୁ ବର୍ତ୍ତମାନ ପଲକ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ଡିଲିଟ୍ କରିଦେଇଛନ୍ତି।

{"width":683,"height":512}
PunjabKesari

ଫ୍ୟାନ୍ସମାନେ ଇନଷ୍ଟାଗ୍ରାମରେ ପଲକ ତିୱାରୀଙ୍କୁ ଖୋଜୁଛନ୍ତି । ତେବେ ପଲକ ଇନଷ୍ଟାଗ୍ରାମକୁ ଡିଲିଟ୍ କରିବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। କୁହାଯାଉଛି ଯେ ପଲକଙ୍କ ମା ଶ୍ୱେତା ତିୱାରୀ ପି.ଟି. ନାମକ ଇନଷ୍ଟାଗ୍ରାମ୍ ଆକାଉଣ୍ଟକୁ ଫଲୋ କରୁଛନ୍ତି । ଯାହା ଏକ ବ୍ୟକ୍ତିଗତ ଆକାଉଣ୍ଟ୍ ଏବଂ ଏହାର ନାମ ପଲକ ଟି । ଲୋକମାନେ କହୁଛନ୍ତି ଯେ ପଲକ ତାଙ୍କର ନୂଆ ଆକାଉଣ୍ଟ ଖୋଲିଛନ୍ତି । ବର୍ତ୍ତମାନ ସୁଦ୍ଧା, ଏହ ସ୍ପଷ୍ଟ ହୋଇନାହିଁ କି ଏହି ଆକାଉଣ୍ଟ ଶ୍ୱେତାଙ୍କ ଝିଅଙ୍କର କି ନୁହେଁ ।

{"width":687,"height":473}
PunjabKesari

କିଛି ଲୋକ କହୁଛନ୍ତି ଯେ ମା’ ଶ୍ୱେତା ତିୱାରୀ ଏବଂ ସାବତ ବାପା ଅଭିନବ କୋହଲିଙ୍କ ମଧ୍ୟରେ ଚାଲିଥିବା ଝଗଡା ଯୋଗୁଁ ପଲକ ଏହି ପଦକ୍ଷେପ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.