Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ଏମିତି ବି ଆସେ ମୃତ୍ୟୁ : କଳା ପ୍ରଦର୍ଶନ ପାଇଁ ସୁନ୍ଦରଗଡ ଯାଇଥିଲେ, ଫେରିବା ବେଳେ ଧକ୍କା ଦେଲା ଟ୍ରଲର, ଚାଲିଗଲା ପାଲା ଗାୟକଙ୍କ ଜୀବନ

19/01/2021 at 8:36 AM

ସୁନ୍ଦରଗଡ଼ ୧୯/୦୧ :ସୁନ୍ଦରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁନ୍ଦରଗଡ଼ ଲେଫ୍ରିପଡ଼ା ରାସ୍ତାର ଟାଙ୍ଗରପାଲି ଗ୍ରାମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏକ ଟ୍ରଲର ବୋଲେରୋକୁ ଧକ୍କା ଦେଇ ରାସ୍ତା କଡ଼ରେ ଥିବା ଘର ଭିତରକୁ ପଶି ଯାଇଥିଲା । ଏହି ଦୁର୍ଘଟଣାରେ ବୋଲେରୋରେ ବସିଥିବା ପାଲା ଗାୟକ ଏବଂ ବୋଲେରୋ ଚାଳକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ତେବେ ଟ୍ରଲର ଚାଳକଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି । ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଆହଙ୍କୁ ଚିକିତ୍ସା ପାଇଁ ସୁନ୍ଦରଗଡ଼ ମୁଖ୍ୟ ସରକାରୀ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି ।

ସୂଚନାନୁସାରେ, କଟକ ନରସିଂହପୁର ବ୍ଲକ ଅନ୍ତର୍ଗତ କୋକୋଳବା ଗ୍ରାମର ପାଲା ଗାୟକ ପ୍ରଭାକର ମହାପାତ୍ର ଓରଫ ବାବୁଲି (୫୪)ଙ୍କ ସହ କୋକୋଳବା ଗ୍ରାମର ଇନ୍ଦ୍ରମଣୀ ବେହେରା, କାଠଖୁ ଗ୍ରାମର ଦିଲ୍ଲୀପ ମଲ୍ଲିକ, ପାଇକବାରବାଟି ଗ୍ରାମର ପ୍ରଶାନ୍ତ ରାଉତ ଏବଂ ଖୋର୍ଦ୍ଧା ପୋଡାଡିହ ଗ୍ରାମର ବେଣୁଧର ସାହୁ (ବାୟକ) ପାଲା କରିବାକୁ ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକର ଗମ୍ଭାରୀଡିହ ଗ୍ରାମକୁ ଯାଇଥିଲେ । ରବିବାର ରାତିରେ ପାଲା ପରିବେଷଣ କରି ସୋମବାର ସକାଳେ ଓଆର୧୬ଡି ୯୩୬୦ ନମ୍ବର ବିଶିଷ୍ଟ ବୋଲେରୋରେ ଝାରସୁଗୁଡ଼ା ସେମାନେ ବାହାରିଥିଲେ। ଟାଙ୍ଗରପାଲି ଗ୍ରାମ ପହଞ୍ଚିବା ପୂର୍ବରୁ ସୁନ୍ଦରଗଡ଼କୁ ଦ୍ରୁତଗତିରେ ଆସୁଥିବା ଓଡି୧୬ଏ ୭୧୯୭ ନମ୍ବର ବିଶିଷ୍ଟ ଟ୍ରଲର ପାଲା କଳାକାରଙ୍କ ବୋଲେରୋକୁ ଧକ୍କା ଦେଇ ଘୋଷାଡି ନେଇଥିଲା । ଏପରିକି ରାସ୍ତା କଡ଼ରେ ଥିବା ଏକ ଘର ଭିତରକୁ ଟ୍ରଲରଟି ପଶି ଯାଇଥିବା ଦେଖିବାମୁ ମିଳିଛି । ଟ୍ରଲର ଧକ୍କାରେ ବୋଲେରୋରେ ବସିଥିବା ପାଲା ଗାୟକ ପ୍ରଭାକର ମହାପାତ୍ରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିବା ସହ ବୋଲେରୋ ଚାଳକ ଓ ଅନ୍ୟ ତିନିଜଣ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ବୋଲେରୋ ଚାଳକଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ରାସ୍ତାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ଖବର ପ୍ରସାରିତ ହେବା ପରେ ନରସିଂହପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତଦେହ ବ୍ୟବଚ୍ଛେଦ ହୋଇ ରାତିରେ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଥିଲା ।

   Related Posts