ବର୍ଷକ ପରେ ବି ପାଲହାଇଟ୍ସ ମାଲିକଙ୍କ ବାସଭବନରେ ଅଗ୍ନିକାଣ୍ଡ ଘଟଣା ରହସ୍ୟ ଘେରରେ

Published By : Prameya-News7 Bureau | August 06, 2018 IST

ଭୁବନେଶ୍ୱର ୬/୮ : ଗୋଟାଏ ବର୍ଷ ବିତିଗଲା । ଏବେବି ଦୁର୍ଘଟଣାର କାରଣ ଅସ୍ପଷ୍ଟ ହୋଇ ରହିଛି। ତଦନ୍ତ ରିପୋର୍ଟ ବି ସୀମତ ରହିଛି ଫାଇଲରେ । ବର୍ଷେ ତଳେ ପାଲହାଇଟ୍ସ ମାଲିକଙ୍କ ଘରେ ଘଟିଥିବା ଅଗ୍ନୀକାଣ୍ଡ ଘଟଣାକୁ ନେଇ ସେତେବେଳେ ଉଠିଥିଲା ଅନେକ ପ୍ରଶ୍ନ । ଯାହା ଏବେବି ରହସ୍ୟ ଘେରରେ ରହିଛି । ୨୦୧୭ ଅଗଷ୍ଟ ୪ ତାରିଖ ଭୋର ୪ ଟା । ରାଜଧାନୀର ରାଜରାସ୍ତା ଥିଲା ସୁନସାନ। ଠିକ ଏହି ସମୟରେ ଯେମିତି ମାଡି ଆସିଥିଲା କାଳ । ପାଲହାଇଟସ ମାଲିକଙ୍କ ଲକ୍ଷ୍ମୀସାଗର ବାସଭବନରେ ହୋଇଥିଲା ଅଗ୍ନୀକାଣ୍ଡ। ଏଥିରେ ପରିବାର ୪ ସମସ୍ୟଙ୍କ ସମେତ ଜଣେ ନବାଳିକାଙ୍କ ମୃତ୍ୟ ହୋଇଥିଲା। ଅଘଟଣକୁ ଆୟତ କରିବା ପୂର୍ବରୁ ହିଁ ସତପାଲସିଂଙ୍କ ସାନ ପୁଅ ଗଗନ ସିଂ ଏବଂ ବହୁ ଭବନା ସିଂଙ୍କ ମୃତ୍ୟ ହୋଇଥିଲା। ସେହିପରି ସତପାଲଙ୍କ ୧୦ ବର୍ଷର ନାତୁଣୀ ଏବଂ ୫ ବର୍ଷର ନାତିଙ୍କର ମଧ୍ୟ ମୃତ୍ୟ ହୋଇଥିଲା ମେଡିକାଲରେ। ଏପରିକି ଏହି ଘଟଣାରେ ତାଙ୍କ ଘରେ କାମ କରୁଥିବା ଜଣେ ନାବଳିକାଙ୍କର ମଧ୍ୟ ମୃତ୍ୟ ହୋଇଥିଲା। ତେବେ ଏହି ଘଟଣା ସର୍ଟସକିର୍ର୍ଟ ଯୋଗୁ ହୋଇଥିଲା ନା କିଏ ଜାଣିଶୁଣି ନିଭାଇଥିଲେ ତାହା ଏବେ ବି ରହସ୍ୟ ଘେରରେ। ଏହାକୁ ନେଇ ଅନକେ ପ୍ରଶ୍ନ ଉଠିଛି। ଯେମିତିକି ୧ – ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିଲା କି ? ୨ – କିଏ ଜାଣିଶୁଣି ଲାଗାଇଥିଲେ କି ? ୩ - ପୂର୍ବ ଶତୃତାକୁ କେନ୍ଦ୍ର କରି କେହି ଏଭଳି ଘଟାଇଥିଲେ କି ? ୪ – ବ୍ୟବସାୟିକ ଶତୃତା ଯୋଗୁଁ ଏହି ଘଟଣା ଘଟିଲାକି ? ୫ – ପରିବାର ଲୋକ ଏହି କାଣ୍ଡ ଭିଆଇଛନ୍ତି କି ? ଏଭଳି ଅନେକ ପ୍ରଶ୍ନ ଏବେ ବି ରହସ୍ୟ ଘେରରେ । ଅଗ୍ନିକାଣ୍ଡ ଘଟଣା ପରେ ଅଗ୍ନିଶମ ବିଭାଗ, ରାଜ୍ୟ ଫରେନସିକ ବିଭାଗ, କମିଶନରେଟ ପୋଲିସ ପକ୍ଷରୁ ଘଟଣାର ସବୁ ଦିଗକୁ ତଦନ୍ତ କରିଥିଲା। ଏପରି କି ଶବ ବ୍ୟବଛେଦ ରିପୋର୍ଟରେ ଏହା ଉଲେଖ ଥିଲା ଯେ ଅଗ୍ନୀକାଣ୍ଡରେ ସତପାଲସିଂଙ୍କ ସାନ ପୁଅ ଗଗନ ସିଂ ଏବଂ ବହୁ ଭବନା ସିଂଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ତିନିଜଣଙ୍କର ଶସ୍ବରୁଦ୍ଧ ଯୋଗୁ ମୃତ୍ୟ ହୋଇଥିଲା। ତେବେ କେଉଁ କାରଣରୁ ଅଗ୍ନୀକାଣ୍ଡ ତହା ଏବେ ବି ରହସ୍ୟ ହୋଇ ରହିଛି। ଏପରିକି ଘଟଣାର ତଦନ୍ତ କରୁଥିବା ବିଭାଗୀୟ ଅଧିକାରୀମାନେ ମଧ୍ୟ ଏହାକୁ ନିରବ ହୋଇ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.