Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସାଧାରଣତନ୍ତ୍ର ଦିବସରେ ପାକିସ୍ତାନର ହୀନ ଚକ୍ରାନ୍ତ: ସୀମାରୁ ମିଳିଲା ଚୀନ-ପାକ୍‌ ନିର୍ମିତ ଡ୍ରୋନ୍

27/01/2020 at 3:39 PM

ଶ୍ରୀନଗର୨୭/୧: ଜାମ୍ମୁ- କାଶ୍ମୀରର ଅନ୍ତର୍ଜାତୀୟ ସୀମାରେ ମିଳିଲା ପାକ୍-ଚୀନ ନିର୍ମିତ ଡ୍ରୋନ୍। କୁହାଯାଉଛି ଯେ ସାଧାରଣତନ୍ତ୍ର ଦିବସକୁ ଲକ୍ଷ୍ୟ କରି ପାକିସ୍ତାନ ଏଭଳି ହୀନ ଚକ୍ରାନ୍ତ କରିଥିଲା। ପାକ୍‌-ଚୀନ ନିର୍ମିତ ଏହି ଡ୍ରୋନଟି ଆରଏସ୍‌ ପୁରାର ବଲୁ ଚକ ଭିଓପି ଅଞ୍ଚଳରେ ମିଳିଛି। ବର୍ତ୍ତମାନ ବିଏସ୍‌ଏଫ୍‌ କବଜାରେ ଡ୍ରୋନଟି ରହିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ସୂଚନା ମୁତାବକ ସାଧାରଣତନ୍ତ୍ର ଦିବସ ସନ୍ଧ୍ୟାରେ ଡ୍ରୋନଟିର ସନ୍ଧାନ ମିଳିଥିଲା। ବିଏସ୍‌ଏଫ୍‌ର ୪୨ ବାଟାଲିୟନ ଡ୍ରୋନକୁ ଜବତ କରି ଯାଞ୍ଚ ଆରମ୍ଭ କରିଥିଲେ। ଗତ ଦିନ ହେବ ଲଗାତାର ଭାବେ ଏଲ୍ଓସି ଓ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିଛି। ସେଥିପାଇଁ ବାରମ୍ବାର ପାକିସ୍ତାନ ଡ୍ରୋନର ସାହାଯ୍ୟ ନେଉଛି।

ଗତ କିଛି ମାସ ହେବ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ସିଜ୍‌ଫାୟାରିଂ ହେଉଛି। ସେହିପରି କାଠୁଆ ଜିଲ୍ଲାର ହୀରାନଗର ସେକ୍ଟରର ସାମ୍ନାପଟୁ ପାକିସ୍ତାନର ତିନୋଟି ଲଞ୍ଚିଂ ପ୍ୟାଡ୍ ଗତି କରୁବାର ନଜୀର ମଧ୍ୟ ରହିଛି। ଅନ୍ୟପଟେ ପାକିସ୍ତାନର ସୁଖମଲ. ଅଭ୍ୟାଲ୍ ଡୋଗ୍ରା ଓ ମସୁରର ବଡ଼ ଭାଇ ଲଞ୍ଚିଂ ପ୍ୟାଡ୍‌ରେ ୧୦ ଜଣ ଆତଙ୍କବାଦୀ ଭାରତ ସୀମାରେ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ସେଥିରେ ସେମାନେ ବିଫଳ ହୋଇଥିଲେ। ଗତ କାଲି ସାଧାରଣତନ୍ତ୍ରରେ ଦିବସରେ ପାକିସ୍ତାନ ପୁଣି ତାର ହୀନ ଚକ୍ରାନ୍ତ କରିଥିଲା।

   Related Posts