Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||
  • ଆହତ ହାତୀର ଚିକିତ୍ସା କଲା ବନ ବିଭାଗ, ବାରହା ଫାଶରେ ପଡି ଗୋଡରେ ହୋଇଥିଲା କ୍ଷତ
  • ||
  • ଖସିବ ପାରଦ ବଢିବ ଶୀତ, ୧୯ ଯାଏଁ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି
  • ||

ପାକିସ୍ତାନୀ କହିଲେ ଇମରାନ୍‌ ସବୁଠାରୁ ଖରାପ ପ୍ରଧାନମନ୍ତ୍ରୀ

1/09/2019 at 5:47 PM

ଇସଲାମାବାଦ- ଏବେ ଇମରାନ୍‌ ଖାନ୍‌ କାଶ୍ମୀର ପ୍ରସଙ୍ଗରେ ବାରମ୍ବାର ପରମାଣୁ ଯୁଦ୍ଧର ଧମକ ଦେଉଛନ୍ତି । କେବଳ ସେ ନୁହନ୍ତି ତାଙ୍କର ଅନ୍ୟମନ୍ତ୍ରୀ ମଧ୍ୟ ଏପରି ଲଜ୍ୟାଜନକ ମନ୍ତବ୍ୟ ଦେବାକୁ ପଛାଉ ନାହାନ୍ତି । ହେଲେ ଏବେ ତାଙ୍କରି ଦେଶରେ ଇମରାନ୍‌ଙ୍କୁ ବିରୋଧ କରାଯିବା ଆରମ୍ଭ କରାଗଲାଣି । ଏବେ ପାକିସ୍ତାନ ଅତି ଗରିବ ହୋଇଯାଇଛି । ସେଠାରେ ଖାଦ୍ୟ ଦ୍ରବ୍ୟ ଠିକ୍‌ ଭାବରେ ଉପଲବ୍ଧ ହେଉ ନାହିଁ । ଏବେ ଖାଇବା ଜିନିଷର ଦର ପାକିସ୍ତାନରେ ହୁ ହୁ ହୋଇ ବଢୁଛି । ସେଥିରୁ ଦୃଷ୍ଟି ହଟାଇବା ପାଇଁ ଇମରାନ୍‌ ଓ ତାଙ୍କ ଲୋକ କାଶ୍ମୀର କାଶ୍ମୀର ହେଉଛନ୍ତି ।

ଏବେ ଇମରାନ୍‌ଙ୍କ ସମୟରେ ପାକିସ୍ତାନରେ ଭ୍ରଷ୍ଟାଚାର ଉପରେ ଅଙ୍କୁଶ ଲଗାଯାଇ ପାରି ନଥିବା ଅଭିଯୋଗ ହେଉଛି । ପ୍ରସିଦ୍ଧ ପାକିସ୍ତାନୀ କବି ଫରହତ୍ ଅବାସ ଶାହା ଇମରାନ୍‌ ଖାନଙ୍କର ସମାଲୋଚନା କରିଛନ୍ତି । ସେ ଏକ କବିତା ମାଧ୍ୟମରେ ଏହାକୁ ପ୍ରକାଶ କରିଛନ୍ତି । ଇମରାନ୍‌ ଖାନ୍‌ ପ୍ରଧାନମନ୍ତ୍ରୀ ଭାବେ ସମ୍ପୂର୍ଣ୍ଣ ଭାବେ ଅସଫଳ ରହିଥିବା କଥା ସେ କହିଛନ୍ତି । ଦେଶରେ ଏବେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି ।ଇମରାନ୍‌ଙ୍କ ନୀତି ଦେଶକୁ ଭିକାରି କରିସାରିଲାଣି । ସେ ଶାସନରେ ରହିବା ଯୋଗ୍ୟ ନୁହନ୍ତି । ଏବେ ଦାରିଦ୍ର୍ୟତା, ଭ୍ରଷ୍ଟାଚାର ଓ ଅନ୍ୟାୟ ବୃଦ୍ଧି ପାଇଥିବା କଥା ସେ ପ୍ରକାଶ କରିଛନ୍ତି ।

ଇମରାନ୍‌ ନିର୍ବାଚନ ସମୟରେ ପାକିସ୍ତାନରେ ଦାରିଦ୍ର୍ୟତା ଓ ଭ୍ରଷ୍ଟାଚାର ଶେଷ କରିବେ ବୋଲି କହିଥିଲେ । ଇମରାନ୍‌ ପାକିସ୍ତାନର ସବୁଠାରୁ ଖରାପ ପ୍ରଧାନମନ୍ତ୍ରୀ ବୋଲି ସେ କହିଛନ୍ତି ।

   Related Posts