ପାକିସ୍ତାନ ସ୍ଥିତି ଗମ୍ଭୀର: ସଡ଼କ ଓ ଏୟାରପୋର୍ଟ ବନ୍ଧକ ରଖିବାକୁ ବାଧ୍ୟ ଇମ୍ରାନ ଖାନ ସରକାର

Published By : Prameya-News7 Bureau | June 23, 2021 IST

କରାଚୀ, ୨୩/୦୬ : ପାକିସ୍ତାନର ଅର୍ଥ ବ୍ୟବସ୍ଥା ଲଗାତାର ବିଗିଡ଼ିବାରେ ଲାଗିଛି। ବର୍ତ୍ତମାନ ସ୍ଥିତି ଏମିତି ହୋଇଛି ଯେ ପାକିସ୍ତାନ ସରକାରଙ୍କୁ ନିଜ ସଡକ ଓ ଏୟାରପୋର୍ଟ ବନ୍ଧକ ରଖିବାକୁ ପଡୁଛି। ଇମ୍ରାନ ଖାନ ସରକାର ଅଧା ଡଜନରୁ ଅଧିକ ସାର୍ବଜନିକ ପରିବହନ ସମ୍ବନ୍ଧୀୟ ସମ୍ପତ୍ତି ବଦଳରେ ଋଣ ନେବାକୁ ନିଷ୍ପତ୍ତି ନେଇଛନ୍ତି।

ଇମ୍ରାନ ଖାନ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଇସ୍ଲାମିକ ସୁକୁକ ବଣ୍ଡ ଜରିଆରେ ଟଙ୍କା ଯୋଗାଡ କରିବାକୁ ଅନେକ ମହତ୍ତ୍ୱପୂର୍ଣ୍ଣ ଏକ୍ସପ୍ରେସୱେ ଓ ଏୟାରପୋର୍ଟ ବନ୍ଧକ ରଖିଯିବ। ପାକିସ୍ତାନୀ ଗଣମାଧ୍ୟମରେ ସୂଚନା ମନ୍ତ୍ରୀ ଫବାଦ ଚୌଧୁରୀଙ୍କ ଉଦ୍ଦେଶ୍ୟରେ ପ୍ରକାଶିତ ଖବର ଅନୁଯାୟୀ ଇସ୍ଲାମିକ ବ୍ୟାଙ୍କିଙ୍ଗକୁ ପ୍ରୋତ୍ସାହନ ଦେଉଥିବା ସୁକୁକ ବଣ୍ଡ ଜରିଆରେ ଧନରାଶି ଯୋଗାଡ କରାଯିବ। ଏହା ଅନୁଯାୟୀ ଇସ୍ଲାମବାଦ ଏକ୍ସପ୍ରେସୱେ, ଇସ୍ଲାମବାଦ ମୋଟରୱେ ଓ ଇସ୍ଲାମବାଦ, ଲାହୋର ଓ ମୁଲତାନର ଏୟାରପୋର୍ଟ ବନ୍ଧକ ରଖାଯିବ। ସୁକୁକ ବଣ୍ଡ ଘରୋଇ ଏବଂ ଆନ୍ତର୍ଜାତୀୟ ନିବେଶକମାନଙ୍କ ପାଇଁ ଖୋଲା ରହିବ।

{"id":470256,"sizeSlug":"large","linkDestination":"none"}

ପାକିସ୍ତାନ ସୁକୁକ ବଣ୍ଡ ଜରିଆରେ ଋଣ କରି ଧନରାଶି ଯୋଗାଡ କରିବା ଏହା ପ୍ରଥମ ମୌକା ନୁହେଁ। ୨୦୧୭ ନଭେମ୍ବରରେ ପାକିସ୍ତାନ ଏହି ବଣ୍ଡ ଜରିଆରେ ୨.୫ ଅରବ ଡଲାର ଯୋଗାଡ କରିଥିଲା। ଏଥିରେ ୧ ଅରବ ଡଲାର ୫ ବର୍ଷ ଅବଧି ପାଇଁ ଜମା ହୋଇଥିଲା। ସୁକୁକ ଏକ ଶରୀୟା ସମ୍ମତ କରଜ ପ୍ରଣାଳୀ ଯେଉଁଥିରେ କରଜ ଟଙ୍କାରୁ ହେଉଥିବା ଆୟକୁ ହଲାଲ ବୋଲି କୁହାଯାଏ। ସେଥିପାଇଁ ତା ଜରିଆରେ ଯୁଟାଇ ଥିବା ଧନାରସୀ ମଧ୍ୟ ହଲାଲ କାମରେ ହିଁ ଲାଗିଥାଏ। ମୁସଲିମ ବହୁଳ ଦେଶରେ ସୁକୁକ ବଣ୍ଡ ସହଜ କରଜ ପ୍ରଣାଳୀ। କିଛି ଦିନ ପୂର୍ବରୁ ସାଉଦି ଆରବର ଅରାମକୋ ତୈଳ କମ୍ପାନୀ ଡଲାର ବହୁଳତା ବିଶିଷ୍ଟ ସୁକୁକ ବଣ୍ଡ ଜାରି କରିବାକୁ ଘୋଷଣା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.