ପାକିସ୍ତାନକୁ ଚୀନର ବଡ ଝଟ୍‌କା ; ଆତଙ୍କବାଦୀଙ୍କୁ ସହଯୋଗ ନକରିବାକୁ କହିଲା ଚୀନ୍

Published By : Prameya-News7 Bureau | February 27, 2019 IST

ଲସ୍ ଏଞ୍ଜେଲ୍ସ ୨୭|୨: ପାକିସ୍ତାନକୁ ଚୀନର ବଡ ଝଟକା । ଆତଙ୍କବାଦୀଙ୍କୁ ସମସ୍ତ ସହଯୋଗ ଯୋଗାଇବା ବନ୍ଦ କରୁ ପାକିସ୍ତାନ । ଆତଙ୍କବାଦୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ କହିଛି ଚୀନ୍ । ଭାରତର ଏୟାର ଷ୍ଟ୍ରାଇକ୍ ଫଳରେ ବାଲାକୋଟରେ ଆତଙ୍କୀ ସଂଗଠନ ଜୈସ୍-ଏ-ମହମ୍ମଦର ଠିକଣା ହରାଇଥିବାବେଳେ ପାକିସ୍ତାନକୁ କୌଣସି ଦେଶର ଆଶ୍ବାସନା ମିଳୁନଥିବା ଜଣାପଡିଛି । ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶିଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା, ଚୀନ୍, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ ଆଦି ଦେଶଗୁଡିକ ନିକଟରୁ ନିରାଶ ହୋଇଥିବା ଦେଖିବାକୁ ମିଳିଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବୈଦେଶିକ ମନ୍ତ୍ରୀ, ଉତ୍ତର କୋରିଆର କିମ୍ ଜୋଙ୍ଗ୍ ଉନ୍ ହନୋଇରେ ଅଛନ୍ତି । ଶାହ ମହମ୍ମଦ କୁରେଶି ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋଙ୍କ ସହ କଥାବାର୍ତ୍ତା କରିବା ସମୟରେ ଭାରତ ତରଫରୁ କରାଯାଇଥିବା ଏୟାରଷ୍ଟ୍ରାଇକ୍ ସମ୍ବନ୍ଧରେ ଚର୍ଚ୍ଚା କରିଥିଲେ । ଆଫଗାନିସ୍ତାନରେ ଶାନ୍ତି ପ୍ରକ୍ରିୟାରେ ପାକିସ୍ତାନ ସହଯୋଗ କରିବାର ପ୍ରତିଶ୍ରୁତି ଦେଇଥିଲେ । ଶାନ୍ତି ଏବଂ ସ୍ଥାୟିତ୍ବ ଉପରେ ବିପଦ ଆଶଙ୍କା ବ୍ୟକ୍ତ କରିଥିଲେ । ମାତ୍ର ପୋମ୍ପିୟୋ ତାଙ୍କ କଥାକୁ ଅଣଶୁଣା କରିଦେଇଥିଲେ । ଏହାପରେ କୁରେଶି ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଅଣ୍ଟୋନିୟୋ ଗୁତେରସଙ୍କ ସହ କଥାବାର୍ତ୍ତା କରିଥିଲେ । ସେ କୁରେଶିଙ୍କ କଥା ଶୁଣିଥିଲେ ଏବଂ ପାକିସ୍ତାନ ଏବଂ ଭାରତକୁ ସଂଜମତା ରକ୍ଷା କରିବାକୁ ଅପିଲ କରିଥିଲେ । ଆଶା କରାଯାଉଛି ଯେ, ଚୀନ୍, ଋଷ ଏବଂ ଭାରତ ମଧ୍ୟରେ ଏହି ମାମଲାକୁ ନେଇ ସୁଷମା ସ୍ବରାଜ ଜୈସ୍-ଏ-ମହମ୍ମଦକୁ ସଂଯୁକ୍ତ ରାଷ୍ଟ୍ର ସଂଘର ଆତଙ୍କୀ ବିରୋଧୀ କମିଟି ପ୍ରସ୍ତାବ ୧୨୬୭ ଅନ୍ତର୍ଗତ ଏହି ଆତଙ୍କୀ ସଂଗଠନ ଉପରେ ରୋକ୍ ଲଗାଇବା ମୁଦ୍ଦା ଉଠାଇବେ ।

ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ବାଲାକୋଟ ରେ ଜୈସ୍-ଏ-ମହମ୍ମଦର ଠିକଣା ଧ୍ବଂସ କରାଯିବାର କିଛି ଘଣ୍ଟା ପରେ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ ଟେଲିଫୋନ୍ ରେ କଥା ହୋଇ ନିଜ ପକ୍ଷ ରଖିଥିଲେ ।

କୁହାଯାଉଛି ଯେ, ଓ୍ବାଙ୍ଗ କୁରେଶିଙ୍କ କଥା ଶୁଣିଥିଲେ ମାତ୍ର ସେ କୌଣସି ଆଶ୍ବସନା ଦେଇନଥିଲେ । ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଲୁ କାଙ୍ଗ କହିଛନ୍ତି ଚୀନ୍ ଭାରତ ଏବଂ ପାକିସ୍ତାନଙ୍କୁ ସଂଜମତା ରକ୍ଷା କରିବାକୁ ଅପିଲ କରିଛନ୍ତି । ଭାରତକୁ ବିଶେଷ ରୂପରେ କୁହାଯାଇଛି ଯେ ଅନ୍ତରାଷ୍ଟ୍ରୀୟ ସହଯୋଗରେ ଆତଙ୍କବାଦ ବିରୋଧରେ ଲଢେଇ ଜାରି ରଖୁ ।

ଚୀନ୍ ଏବଂ ଆମେରିକାଠାରୁ ସହଯୋଗର କୌଣସି ମାର୍ଗ ନପାଇବା ପରେ କୁରେଶି ସାଉଦ ଆରବ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ ଏବଂ ସଂଯୁକ୍ତ ଆରବ ଏମିରେଟର ଅମିରଙ୍କ ସହ କଥାବାର୍ତ୍ତା କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.