Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ପାକିସ୍ତାନର ନୂଆ ଷଡ଼ଯନ୍ତ୍ର: ସୀମାରେ ଧରାହେଲା ସନ୍ଦିଗ୍ଧ ପାରା, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

19/09/2019 at 2:59 PM

ରାଜସ୍ଥାନ୧୯|୯:  ରାଜସ୍ଥାନର ବିକାନେରକୁ ଲାଗିଥିବା ପାକିସ୍ତାନ ସୀମାରୁ ଏକ ସନ୍ଦିଗ୍ଧ ପାରାକୁ ସୁରକ୍ଷା କର୍ମଚାରୀ ଧରିଛନ୍ତି। ସୁରକ୍ଷା କର୍ମୀଙ୍କ କହିବା ମୁତାବକ, ପାରା ମାଧ୍ୟମରେ ଭାରତୀୟ ଯବାନଙ୍କ ଗତି ବିଧି ଓ ସୁରକ୍ଷା ସଂପର୍କରେ ପାକିସ୍ତାନ ଗୁଇନ୍ଦା ତଥ୍ୟ ସଂଗ୍ରହ କରୁଛି ।   

ସୂଚନାଯୋଗ୍ୟ ଯେ, ସନ୍ଦିଗ୍ଧ ପାରାକୁ ପଶୁ ଚିକିତ୍ସକ ଯାଞ୍ଚ କରିଛନ୍ତି। ପାରା ଦେହରେ ଗୁପ୍ତ କ୍ୟାମେରା ଓ ଅନ୍ୟ କୌଣସି ଜିନିଷ ମିଳି ନାହିଁ । ସନ୍ଦିଗ୍ଧ ପାରାର ପକ୍ଷୀରେ ଊର୍ଦ୍ଦୁ ଭାଷାରେ ଉସ୍ତାଦ ଅକ୍‌ତର ଲେଖା ଯିବା ସହ ୧୦ ଅଙ୍କ ବିଶିଷ୍ଟ ଏକ ସଂଖ୍ୟା ଲେଖାଯାଇଥିଲା । ପାରା ପକ୍ଷୀରେ ଲେଖା ଯାଇଥିବା ଏହି ଦଶ ଅଙ୍କ ବିଶିଷ୍ଟ ସଂଖ୍ୟା ଦେଖି ସୁରକ୍ଷା କର୍ମୀ ସନ୍ଦେହ କରିଥିଲେ।

କୋଡ୍ ମାଧ୍ୟମରେ ପାକିସ୍ତାନ କାହାକୁ ସୂଚନା ଦେଇଥାଏ ପାରେ ବୋଲି ଅନୁମାନ କରାଯାଉଛି। ବିକାନେର ସୀମାରେ ଥିବା କୌଣସି ପାକିସ୍ତାନର ଆତଙ୍କବାଦୀକୁ ଏହିଭଳି ସୂଚନା ଦିଆଯାଉଥିବା କଥା ସୁରକ୍ଷା କର୍ମୀ କହିଛନ୍ତି।

ଜମ୍ମୁ-କାଶ୍ମୀରର ପାକିସ୍ତାନ ନିୟନ୍ତ୍ରଣ ସୀମା(ଏଲଓସି) ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଶତ୍ରୁତା ବଢ଼ିବାରେ ଲାଗିଛି।  ସେଥିଲାଗି ଅଲଗା ଅଲଗା ଷଡ଼ଯନ୍ତ୍ର ପାକିସ୍ତାନ ତିଆରି କରୁଛି। ଏପରିକି ରାଜସ୍ଥାନର ବିକାନେର ଅଞ୍ଚଳରେ ପାକିସ୍ତାନର ଡ୍ରୋନ ବୁଲୁଥିବାର ନଜର ରହିଛି। ତେଣୁ ଛୋଟ, ଛୋଟ କଥାକୁ ଆଡ଼େଇ ଦେବା ଠିକ୍ ନୁହେଁ ବୋଲି ସୁରକ୍ଷା କର୍ମୀ କହିଛନ୍ତି। ବିକାନେର ନିବାସୀ ସୁଖଦେବ ସିଂହଙ୍କ ଗଛରୁ ଏହି ସନ୍ଦିଗ୍ଧ ପାରାକୁ ଧରା ଯାଇଥିଲା।

   Related Posts