ଇସ୍ଲାମାବାଦ ୨୦/୧୨: ଋଣଭାରରେ ବୁଡ଼ି ରହିଛି ପାକିସ୍ତାନ। ଲୋକଙ୍କ ପାଖରେ ଖାଇବାକୁ ଟଙ୍କା ନାହିଁ ! ଗରିବୀ ପାଇଁ ଲୋକେ ଜୀବନ ହାରୁଛନ୍ତି । କିନ୍ତୁ ଏଥିପାଇଁ ସରକାର କଣ କରିବେ ବୋଲି କହୁଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ପାକିସ୍ତାନରେ ଇମ୍ରାନ ସରକାର ପାଓ୍ବାରକୁ ଆସିବା ପରଠୁ ଭାରତ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି। ସେପଟେ ଦେଶ ଋଣଭାରରେ ବୁଡ଼ିଗଲାଣି। ଋଣ ଜାଲରୁ ମୁକୁଳିବାକୁ ଚାହୁଁଥିବା ପାକିସ୍ତାନ ଚୀନର ଶରଣ ପସିଛି।
ଇମ୍ରାନ ଖାନ କହୁଛନ୍ତି ଦୁଇ ଲକ୍ଷ ଟଙ୍କା ଦରମାରେ ତାଙ୍କର ଗୁଜୁରାଣ ମେଣ୍ଟୁନାହିଁ। ତେବେ ୧୭-୧୮ ହଜାର ବେତନ ପାଉଥିବା ଲୋକ କଭଳି ବଞ୍ଚିବେ ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲା ପାକ୍ ମିଡିଆ। ଏହାର ଜବାବରେ ଇମ୍ରାନ ଖାନ କହିଥିଲେ ଦେଶରେ ସମ୍ପତି ବୃଦ୍ଧି କରାଯାଉ। ଯଦି ଏମିତି ନହେବ ତେବେ ଲୋକେ କଣ ଆତ୍ମହତ୍ୟା କରିବେ ବୋଲି ପୁଣି ପଚାରିଥିଲେ ସାମ୍ବାଦିକ। ଏହାର ଉତ୍ତର ଦେଇ ଇମ୍ରାନ ଖାନ କହିଥିଲେ ଏବେ କଣ କରିବା ? ଏବେ କଣ କରିବା ଆପଣମାନେ କୁହନ୍ତୁ।
{"id":359477,"sizeSlug":"large","linkDestination":"none"}ଲୋକସଂଖ୍ୟା ମାମଲାରେ ବିଶ୍ବର ଷଷ୍ଠ ସ୍ଥାନରେ ଥିବା ପାକିସ୍ତାନର ଏବ ବଡ଼ ଭାଗ ବେରୋଜଗାର। ପାକିସ୍ତାନର ୬୪ ପ୍ରତିଶତ ଲୋକ ୩୦ ବର୍ଷରୁ କମ୍। ପାକିସ୍ତାନର ୮୦ ପ୍ରତିଶତ ଯୁବପୀଢ଼ି ଶ୍ରମିକ କିମ୍ବା ଅପାଠୁଆ। ସ୍କିଲ୍ କମ୍ ଥିବା ଯୋଗୁ ବହୁ ଯୁବକ ଯୁବତୀ ଚାକିରୀ ପାଉନଥିବା ପାକ୍ ମିଡିଆରେ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ଲୋକେ ନିଜର ଖର୍ଚ୍ଚ ଉଠାଇ ପାରୁନାହାନ୍ତି।
ମିଳିଥିବା ରିପୋର୍ଟ ଅନୁସାରେ ପାକିସ୍ତାନର ଅର୍ଥବ୍ୟବସ୍ଥା ଅତି ଶୋଚନୀୟ ସ୍ଥିତିରେ ପହଞ୍ଚିଛି। ଅନ୍ୟପଟେ ସାଉଦି ଆରବ ସହ ସମ୍ପର୍କରେ ତିକ୍ତତା ପାକିସ୍ତାନକୁ ବିପଦକୁ ଠେଲିଦେଇଛି। ଏବେ ସାଉଦି ଆରବ ପାଖରୁ ଆଣିଥିବା ୨ ଆରବ ଡଲାର ପାକିସ୍ତାନ ସୁଝୁଛି। ଏକ ବିଲିୟନ୍ ଡଲାର ସୁଝିସାରିବା ପରେ ଏବେ ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କର ବୈଦେଶିକ ମୁଦ୍ରା ଭଣ୍ଡାର ୧୩.୩ ବିଲିୟନ୍ ଡଲାର ରହିଛି। ତେଣୁ ପାକ୍ ସରକାର ଏବେ ଚୀନକୁ ଭିକ୍ଷା ମାଗୁଥିବା ମଧ୍ୟ ଜଣାପଡ଼ିଛି।
ଆର୍ଥିକ ଅନଟନ ଦେଇ ଗତି କରୁଥିବା ପାକିସ୍ତାନ ଏବେ ନୀରିହ ଜୀବଜନ୍ତୁଙ୍କୁ ମାରି ଟଙ୍କା ଏକଜୁଟ୍ କରିବାକୁ ସ୍ଥିର କରିଥିବା ଜଣାପଡ଼ିଛି। ସଂରକ୍ଷିତ ପକ୍ଷୀ ହୁବାରାର ଶିକାର ପାଇଁ ଇମ୍ରାନ ସରକାର ଅନୁମତି ଦେଇଛନ୍ତି। ଏହି ପକ୍ଷୀର ବଂଶ ନାଶ ଯାଉଥିବା ଦେଖି କେବଳ ବିଶ୍ବ ନୁହେଁ ବରଂ ପାକିସ୍ତାନରେ ଏହି ପକ୍ଷୀର ଶିକାର ଉପରେ ରୋକ ଲାଗିଥିଲା। ଏହା ପରେ ବି ଇମ୍ରାନ ସରକାର ଟଙ୍କା ଲୋଭରେ ଏହି ପକ୍ଷୀର ଶିକାର ପାଇଁ ଅନୁମତି ପ୍ରଦାନ କରିଛନ୍ତି।
{"id":380213,"sizeSlug":"large","linkDestination":"none"}ପାକିସ୍ତାନରେ ଗରିବୀ ଚିତ୍ର ବହୁ ପୂର୍ବରୁ ସାମ୍ନାକୁ ଆସିସାରିଛି। କିନ୍ତୁ ପାକିସ୍ତାନର ଋଣ କଥା କହିଲେ ଆପଣ ଆଶ୍ଚର୍ଯ୍ୟ ରହିଯିବେ। ୪୩ଟି ଛୋଟ ଦେଶର ଅର୍ଥବ୍ୟବସ୍ଥା ପାକିସ୍ତାନର ଋଣ ସହ ସମାନ। ଆଇଏମଏଫର ୨୦୧୮ ରାଙ୍କିଙ୍ଗ ଅନୁସାରେ ପାକିସ୍ତାନ ୩୯ ତମ ସ୍ଥାନରେ ରହିଛି। ପାକିସ୍ତାନର ଜିଡିପି ୦.୩୧ ଲକ୍ଷ କୋଟି ଆମେରିକୀୟ ଡଲାର ହୋଇଥିବା ବେଳେ କରୋନା କାଳରେ ଏଥିରେ ଶକ୍ତ ଆଘାତ ଲାଗିଥିବା ଜଣାପଡ଼ିଛି। ଇମ୍ରାନ ସରକାରଙ୍କ ମୁଣ୍ଡ ଉପରେ ଏବେ ପାଖାପାଖି ୧୦୫ ଆରବ ଡଲାରର ଋଣଭାର ରହିଛି। ଯାହାକି ୪୩ ଦେଶର ମୋଟ ଜିଡିପ ସହ ସମାନ।