Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

ରାମ ମନ୍ଦିର ଭୂମିପୂଜନ ଦିନ ବଡ ଧରଣର ଆତଙ୍କୀ ହମଲା କରିବାକୁ ଷଡଯନ୍ତ୍ର: ପାକିସ୍ତାନୀ ଆତଙ୍କବାଦୀଙ୍କୁ ଭାରତ ପଠାଇଛି ଆଇଏସ୍‌ଆଇ

28/07/2020 at 3:03 PM

ନୂଆଦିଲ୍ଲୀ ୨୮/୦୭ : ଅଯୋଧ୍ୟାରେ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ରାମ ମନ୍ଦିର ଭୂମିପୂଜନ କରିବେ | ଇତି ମଧ୍ୟରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଭୂମିପୂଜନ ଦିନ ଭାରତରେ ବଡ ଧରଣର ଆତଙ୍କୀ ହମଲା କରିବାକୁ ଷଡଯନ୍ତ୍ର କରିଛି | ଆଇଏସଆଇ ପାକିସ୍ତାନୀ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେବାପରେ ଭାରତକୁ ପଠାଇଛି | ଏହି ଷଡଯନ୍ତ୍ରର ଖୁଲାସା ପରେ ସୁରକ୍ଷା ସଂସ୍ଥା ସତର୍କ ହୋଇଯାଇଛନ୍ତି | ଆଇଏସଆଇ ଲସ୍କର-ଇ-ତୋଇବା ଓ ଜୈସ-ଏ-ମହମ୍ମଦ ଆତଙ୍କବାଦୀଙ୍କୁ ଆଫଗାନିସ୍ତାନରେ ବିଶେଷ ଆତଙ୍କୀ ହମଲା ପାଇଁ ଟ୍ରେନିଂ ଦେଇଥିବା କୁହାଯାଉଛି | ଭାରତର ସବୁଠାରୁ ବଡ ଗୁଇନ୍ଦା ସଂସ୍ଥା RAW କହିଛି ଯେ, ଆଇଏସଆଇ ୩ରୁ ୫ ଆତଙ୍କବାଦୀ ଭାରତକୁ ପଠାଇଛି | ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମକୁ ଏହି ଆତଙ୍କବାଦୀ ଟାର୍ଗେଟ କରିଛନ୍ତି ବୋଲି କୁହାଯାଉଛି |

ଏବିପି ନ୍ୟୁଜ ସୂଚନା ଅନୁଯାୟୀ, ଏହି ଖୁଲାସା ପରେ RAW ସମେତ ଭାରତର ତମାମ ସଂସ୍ଥା ଟିମକୁ ଅଯୋଧ୍ୟା ଓ ଜାମ୍ମୁ କାଶ୍ମୀରରେ ନିୟୋଜିତ କରିବାକୁ ନିର୍ଦେଶ ଦିଆଯାଇଛି | ରିପୋର୍ଟରେ ଖୁଲାସା ହୋଇଛି ଯେ ଆଇଏସଆଇ ଆତଙ୍କବାଦୀ ଦଳକୁ ଅଲଗା ଅଲଗା ଭାବେ ହମଲା କରିବାକୁ ନିର୍ଦେଶ ଦେଇଛି | RAW ରିପୋର୍ଟ ହିସାବରେ ଦେଶର ଅନେକ ଭିଭିଆଇପି ଏହି ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛନ୍ତି | ମିଳିଥିବା ସୂଚନା ଅନୁଯାୟୀ, କିଛି ଆତଙ୍କବାଦୀ ଦଳ ଭାରତରେ ପ୍ରବେଶ କରି ସାରିଛନ୍ତି ଆଉ କିଛି ଆତଙ୍କବାଦୀଙ୍କୁ ଭାରତକୁ ପଠାଇବାକୁ ଯୋଜନା ଚାଲିଛି | ଏଥିରୁ ସ୍ପଷ୍ଟ ହୋଇଛି ଯେ ପାକିସ୍ତାନ ଭାରତ ଉପରେ ବଡ ଧରଣର ଆତଙ୍କବାଦୀ ହମଲା କରିବାକୁ ଷଡଯନ୍ତ୍ର କରିଛି |

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ବହୁ ପ୍ରତିକ୍ଷିତ ରାମ ମନ୍ଦିର ଭୂମିପୂଜନ ହେବ | ଭୂମିପୂଜନ ପ୍ରଧାନମନ୍ତ୍ରୀ ମୋଦି କରିବେ | ମୋଦିଙ୍କ ଅଯୋଧ୍ୟା କାର୍ଯ୍ୟକ୍ରମର ସମ୍ପୂର୍ଣ ବିବରଣୀ ଜାରି କରାଯାଇଛି | ଭୂମିପୂଜନ କାର୍ଯ୍ୟକ୍ରମରେ ମୋଟ ୨୦୦ ଜଣ ଅତିଥି ସାମିଲ ହେବେ |

   Related Posts