ଏହି ୫ଜଣ ହେଲେ ପାକିସ୍ତାନ ମହିଳା କ୍ରିକେଟ ଟିମର ସୁନ୍ଦରୀ ଖେଳାଳି : ଖେଳ ଅପେକ୍ଷା ସୌନ୍ଦର୍ଯ୍ୟକୁ ନେଇ ବେଶି ଚର୍ଚ୍ଚା
12/08/2019 at 1:26 PM

ନୂଆଦିଲ୍ଲୀ ୧୨/୮: ଟି-୨୦ ଏବଂ ଓ୍ବାନଡେ କ୍ରିକେଟରେ ପାକିସ୍ତାନର ମହିଳା ଟିମର ପ୍ରଦର୍ଶନ ଅତ୍ୟନ୍ତ ଦମଦାର ଏବଂ ଚମତ୍କାର ଥିଲା। ପାକିସ୍ତାନ କ୍ରିକେଟ ଟିମର ମହିଳା ଖେଳାଳି ନିଜ ଖେଳ ପାଇଁ ନୁହେଁ ବରଂ ନିଜ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ଅଟନ୍ତି। ପାକିସ୍ତାନର ମହିଳା କ୍ରିକେଟରଙ୍କ ସୌନ୍ଦର୍ଯ୍ୟ ବାସ୍ତବରେ ଦେଖିବା ଯୋଗ୍ୟ। ଆଜି ଆମେ ଜାଣିବୁ ପାକିସ୍ତାନର ୫ଜଣ ମହିଳା କ୍ରିକେଟରଙ୍କ ବିଷୟରେ ଯେଉଁମାନେ ଦେଖିବାକୁ ଖୁବ୍ ସୁନ୍ଦରୀ।

୧. ସନା ମୀର : ସନା ଆଇସିସି ଓ୍ବାନଡେ ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିବାରେ ପାକିସ୍ତାନର ପ୍ରଥମ ମହିଳା କ୍ରିକେଟର। ୩୩ବର୍ଷ ବୟସ୍କା ସନା ଦେଖିବାକୁ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ। ସନା ପାକିସ୍ତାନ ଟିମର ନେତୃତ୍ବ ନେଇ ସାରିଛନ୍ତି।

୨.ନାହିଦା ଖାନ୍ : ୩୨ବର୍ଷ ବୟସ୍କା ନାହିଦା ଖାନ୍ ୫୪ଟି ଓ୍ବାନ ଡେ ମ୍ୟାଚରେ ୧୦୬୩ ରନ୍ କରିଛନ୍ତି। ନାହିଦା ଦେଖିବାକୁ ଖୁବ୍ ସୁନ୍ଦର।

୩.ଆଲିୟା ରିୟାଜ : ଆଲିୟା ରିୟାଜ ରାଓ୍ବଲପିଣ୍ଡିର ଜଣେ ମହିଳା ପାକିସ୍ତାନୀ କ୍ରିକେଟର। ଆଲିୟା ଓ୍ବାନଡେ ଇଣ୍ଟରନ୍ୟାସନାଲ ଏବଂ ଟି-୨୦ ମ୍ୟାଚରେ ପାକିସ୍ତାନର ମହିଳା କ୍ରିକେଟ ଟିମରେ ପ୍ରତିନିଧିତ୍ବ କରି ସାରିଛନ୍ତି। ଆଲିୟାଙ୍କ ସୌନ୍ଦର୍ଯ୍ୟ ବାସ୍ତବରେ ଦେଖିବା ଯୋଗ୍ୟ। ସେ ୨୨ଟି ଓ୍ବାନଡେ ଏବଂ ୩୩ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି।

୪.ଜାବେରିୟା ଖାନ୍ : ଜାବେରିୟା ଖାନ୍ ପାକିସ୍ତାନ ମହିଳା ଟିମର ଅଲରାଉଣ୍ଡର ଖେଳାଳି। ୩୧ବର୍ଷ ବୟସ୍କା ଜାବେରିୟା ଖାନ୍ ଅତ୍ୟନ୍ତ ସ୍ମାର୍ଟ ଏବଂ ବୋଲ୍ଡ। ଆକର୍ଷଣୀୟ ବ୍ୟକ୍ତିତ୍ବ ଥିବା ଜାବେରିୟା ୯୮ଟି ଓ୍ବାନଡେ ଏବଂ ୯୦ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି।

୫.କାୟେନାତ ଇମତିଆଜ : କାୟେନାତ ଇମତିଆଜ ଖୁବ୍ ସୁନ୍ଦର ଏବଂ ଷ୍ଟାଇଲିଶ ମହିଳା କ୍ରିକେଟର। ସେ ୧୧ଟି ଓ୍ବାନଡେ ଏବଂ ୯ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ତାଙ୍କ ସୌନ୍ଦର୍ଯ୍ୟର ସମଗ୍ର ବିଶ୍ବ ଦିଓ୍ବାନା।