ପାକିସ୍ତାନ ଯୁବକ ସ୍ତ୍ରୀକୁ ଫିଙ୍ଗିଦେଲା ଭାରତୀୟ ସୀମାରେ ; ଜାଣନ୍ତୁ କାହିଁକି

Published By : Prameya-News7 Bureau | February 21, 2019 IST

ନୂଆଦିଲ୍ଲୀ ୨୧|୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ-ପାକିସ୍ତାନ ମଧ୍ୟରେ ଯେଉଁ ଫାଟ ସୃଷ୍ଟି ହୋଇଛି ତାହାର ଫାଇଦା ଉଠାଉଛନ୍ତି ପାକିସ୍ତାନ ଲୋକ । ପାକିସ୍ତାନର ଜଣେ ଯୁବକ ନିଜ ସ୍ତ୍ରୀଠାରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ । ସେ ପାକ୍ ରେଞ୍ଜରଙ୍କ ସହ ମିଶି ସ୍ତ୍ରୀଙ୍କୁ ଜୋର ଜବରଦସ୍ତି ସୀମା ପାର କରାଇଦେଇଥିଲେ । ସେହି ସମୟରେ ମହିଳାଙ୍କୁ ଆଗକୁ ନବଢିବା ପାଇଁ କହିଥିଲେ ସୀମାରେ ଥିବା ବିଏସଏଫ ଯବାନ । ମାତ୍ର ଅନ୍ଧାର ହୋଇଥିବା ଯୋଗୁଁ ମହିଳା ଜଣଙ୍କ ଜାଣିନପାରି ଆଗକୁ ବଢିବା କାରଣରୁ ବିଏସଏଫ ଯବାନ ତାଙ୍କ ଉପରକୁ ଗୁଳି ଚଳାଇଦେଇଥିଲେ । ଯେତେବେଳେ ଯବାନମାନେ ତାଙ୍କୁ ଦେଖିଥିଲେ ମହିଳା ଜଣଙ୍କ ଗୁରୁତର ଅବସ୍ଥାରେ ସୀମା ପାଖରେ ପଡିଥିଲେ । ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

{"id":87291}

ଗୁଇନ୍ଦା ବିଭାଗ ଏହାର ଯାଞ୍ଚ କରୁଛି । ମହିଳା ଜଣଙ୍କୁ ଗୁଇନ୍ଦାଗିରି ପାଇଁ ପଠାଯାଇଛି କି ନାହିଁ ବୋଲି ସେ ନେଇ ଗୁଇନ୍ଦା ବିଭାଗ ଯାଞ୍ଚ କରୁଛି । ଡିଆଇଜି ରାଜେଶ ଶର୍ମାଙ୍କ ସୂଚନା ଅନୁସାରେ  ମହିଳାଙ୍କ ମାନସିକ ଭାରସାମ୍ୟ ଠିକ୍ ଅଛି । ମହିଳାଙ୍କ ନିକଟରୁ ଏକ ଭଙ୍ଗା ମୋବାଇଲ ମଧ୍ୟ ମିଳିଛି । ଚିକିତ୍ସା ହେବା ପରେ ଡେରାବାବା ନାନକ ପୋଲିସ ମହିଳାଙ୍କୁ ନେଇ ପଚରାଉଚରା କରିବ । ସେ କହିଛନ୍ତି ଯେ ବାଟାଲିୟନ ୧୦ ଅଧିନରେ ଆସୁଥିବା ସୀମାରୁ ମହିଳା ଜଣଙ୍କ ଭାରତୀୟ ସୀମାରେ ପ୍ରବେଶ କରିଥିଲେ । କୁହୁଡି ହେବା କାରଣରୁ ଯବାନମାନେ ମହିଳାଙ୍କୁ ଦେଖିପାରିନଥିଲେ । ବିଏସଏଫ ଯବାନଙ୍କୁ ଆତ୍ମଘାତୀ ଭଳି ସନ୍ଦେହ ହୋଇଥିଲା । ତେଣୁ ଯବାନମାନେ ଗୁଳି ଚଳାଇଥିଲେ ।

{"id":87292}

ଆହତ ହୋଇଥିବା ୩୨ବର୍ଷୀୟ ଗୁଲସନ କହିଛନ୍ତି ଯେ, ସେ ପାକିସ୍ତାନ ଆର୍ମି କ୍ୟାମ୍ପ୍ ରୁ ଆସିଛନ୍ତି । ସୀମାକୁ ଲାଗି ଥିବା ତାଜପୁରା ଗାଁର ସେ ବାସିନ୍ଦା । ତାଙ୍କ ସ୍ବାମୀ ତାଙ୍କଠାରୁ ମୁକ୍ତି ପାଇବା ପାଇଁ ଚାହୁଁଥିଲେ । ପ୍ରତିଦିନ ଘରେ କଳହ କରନ୍ତି । ତାଙ୍କ ସ୍ବାମୀ ପାକ୍ ଆର୍ମିର କିଛି ଯବାନମାନଙ୍କ ସହ ମିଶି ତାଙ୍କୁ ଭାରତୀୟ ସୀମାରେ ଛାଡିଦେଇଥିଲେ । ଅନ୍ଧାର ହୋଇଥିବା କାରଣରୁ ତାଙ୍କୁ କିଛି ଜଣାପଡିନଥିଲା । ୩ଦିନ ପୂର୍ବରୁ ହିଁ ତାଙ୍କ ସ୍ବାମୀ ତାଙ୍କୁ ପାକ୍ ଯବାନମାନଙ୍କ ପାଖରେ ଛାଡି ଚାଲିଯାଇଥିଲେ ବୋଲି ମହିଳା ଜଣଙ୍କ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.